
ଉମରକୋଟ (୧୦/୦୫/୨୦୨୩) ନବରଙ୍ଗପୁର ଜ଼ିଲ୍ଲା ବୁର୍ଜା ପଞ୍ଚାୟତର କପସାଭାଟା ଗ୍ରାମରେ ଗତ ୮ /୧୨/୨୦୨୨ ରେ କନ୍ଧ ଜନ ଜାତି ସମ୍ପ୍ରଦାୟକ ଉପରେ ଯେଉଁ ଭଳି ସଂଘ ବଦ୍ଧ ଭାବରେ ସିର୍ଲିଗୁଡ଼ା, କୁସୁମଗୁଡ଼ା, ଚିଚନାଗୁଡ଼ା, ଆଧିବାସୀ, ବାନଡିଗୁଡ଼ା, କିଛଡ଼ାଭାଟା ଗ୍ରାମର ଲୋକ ମାନେ ଏକତ୍ରିତ ହୋଇ ଫସଲ ନଷ୍ଟ କରିବା ଓ ଘର ଜଳାଇ ଯେଉଁ ଭଳି ସଂଗୀନ ଘଟଣା ଘଟାଇ ଥିଲେ ତାହାର ଯେମିତି ପୁନରାବୃତ୍ତି ନ ହୁଏ ସେଥିପାଇଁ ଓଡ଼ିଶା ଜନ ଜାତି ଅଧିକାର ମଞ୍ଚର ସଭାପତି ଶ୍ରୀ ରାଜେଶ ଜାନି , ରାଇଘର ଅଞ୍ଚଳର ସଂଗ୍ରାମୀ ଟାଣୁଆ ଯୁବ କଂଗ୍ରେସ ନେତା ଶ୍ରୀ ସଣ୍ଡରାଜ ଗଣ୍ଡ ଓ ଉମରକୋଟ ମୁନସିପାଲିଟି କାଉନସିଲର ପିସିସି ସଭାପତି ଶ୍ରୀ ମୁନ୍ନା ପାଢ଼ୀ ଙ୍କ ତତ୍ଵାବଧାନ ରେ ୦୯/୦୫/୨୦୨୩ ରିଖ ଉମରକୋଟ ଫରେଷ୍ଟ ବଙ୍ଗଳାରେ ଏକ ବୈଠକ ଅନୁଷ୍ଠିତ ହୋଇଛି l ଏହି ବୈଠକରେ ପୋଲିସ ଅଧିକାରୀ ଙ୍କ ସହ ଉମରକୋଟ ତହସିଲଦାର , ବନ ବିଭାଗ ଅଧିକାରୀ, ଡବ୍ଲୁ ଇ ଓ, ନଗର କଂଗ୍ରେସ ସଭାପତି ଶ୍ରୀ ଟୁଲୁ ସାହୁ, ସାଧାରଣ ସମ୍ପାଦକ ଶ୍ରୀ ପର୍ଶୁ ନାୟକ, ଉପ ସଭାପତି ଶ୍ରୀ ଏସ ବିଜୟ, ନିର୍ବାଚନ ମଣ୍ଡଲର ସଭାପତି ଶ୍ରୀ ଅଜୟ ଚୌହାନ ଓ ଜ଼ିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଶ୍ରୀ ଗୌତମ ପଟଣାୟକ ଓ ବୁର୍ଜା ସୁନାବେଡ଼ା, କପସାଭାଟା, କୁର୍ସି ଗ୍ରାମର ସତାଧିକ ନିଷ୍ପେସିତ ଆଧିବାସୀ ଉପସ୍ଥିତ ହୋଇ ଏ ବର୍ଷ ଚାଷୀ ଭାଇ ମାନଙ୍କ ଚାଷ ଉପରେ କୌଣସି ଅପ୍ରତିକର ଘଟଣା ବା ଅସୁବିଧା ନ ହୁଏ ସେଥି ପ୍ରତି ଦୃଷ୍ଟି ଦେବାକୁ ମିଳିତ ଭାବରେ ଆଜିର ଏହି ବୈଠକ ଗୁରୁତର ସହିତ ଆଲୋଚନା ହୋଇଥିଲା l ଜଙ୍ଗଳ ଜମି ଅଧିକାର ଆଇନ ୨୦୦୬ ର ସଠିକ କାର୍ଯ୍ୟ କରିବା ନିମନ୍ତେ ଆଇନ ଅଛି କିନ୍ତୁ ତାହା ସଠିକ ଭାବରେ ଜ଼ିଲ୍ଲା ପ୍ରଶାସନ ଦୃଷ୍ଟି ନ ଦେବାରୁ ତାହା କାର୍ଯ୍ୟରେ ଆସୁ ନାହିଁ ତେଣୁ ଏହା କୁ ନେଇ ବିଭିନ୍ନ ଅପ୍ରୀତି କର ପରିସ୍ଥିତି ସୃଷ୍ଟି ହେବା ସହ ଗଣ୍ଡଗୋଳର ସୂତ୍ରପାତ ହେଉଛି ବୋଲି ବୁଦ୍ଧି ଜୀବି ମତ ରଖିଛନ୍ତି l ଜଙ୍ଗଲ ରେ ଏହି କନ୍ଧ ଜନ ଜାତି ବିଗତ ୬୦ ବର୍ଷରୁ ଉର୍ଦ୍ଧ ଏହି ଅଞ୍ଚଳ ରେ ବସବାସ କରି ନିଜର ଜୀବିକା ନିର୍ବାହ କରୁଛନ୍ତି ତେବେ ଏହି ଜନଜାତି ଯିବେ କୌଆଡ଼େ ? ବୋଲି ବୁଦ୍ଧି ଜୀବି ତଥା ସାଧାରଣ ମତ ଦେଇଛନ୍ତି l ଆଜିର ଏହି ବୈଠକରେ କପସାଭାଟା, ସାରିୟାଭାଟା, ସେମଲଝୋରା, ନୀଳମ୍ବର ସାହି, କେନ୍ଦୁଗୁଡ଼ା ଓ ଗୋଜିୟା ଗ୍ରାମର ପ୍ରମୁଖ ଆଧିବାସୀ ଉପସ୍ଥିତ ହୋଇ ସେମାନେ ନିଜ ନିଜର ମତ ବ୍ୟକ୍ତ ଓ ପ୍ରକାଶ କରି ସରକାରୀ ଉଚ୍ଚ ପଦସ୍ତ ଅଫିସର ମାନଙ୍କୁ ଅବଗତ କରାଇ ଅନୁରୋଧ କରିଛନ୍ତି କି ଆସନ୍ତ ବର୍ଷ ଚାଷ ଆରମ୍ଭ ହେବା ପୂର୍ବରୁ ସରକାରୀ ନିୟମ ଅନୁସାରେ ଆଜିର ଏହି ବୈଠକରେ ଉପସ୍ଥିତ ପ୍ରମୁକ ଗ୍ରାମ ଗୁଡିକ କମିଟି ଗଠନ କରିବେ ବୋଲି ନିଷ୍ପତି ନେଲେ l ଯେଉଁ ଭଳି ଗତ ବର୍ଷ କନ୍ଧ ପରିବାର ପ୍ରତି ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦିଆ ଯାଇଥିଲା ତାହାର ପୁନରାବୃତ୍ତି ନହେବା ପାଇଁ କମିଟି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି l