କାଳବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ଓ ବ୍ୟାପକ କ୍ଷୟକ୍ଷତି

add-all

ହିଞ୍ଜିଳିକାଟୁ (୨୧।୫) : ହିଞ୍ଜିଳିକାଟୁ ରେ ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ବର୍ଷା , ସହ ପ୍ରବଳ ପବନ ହୋଇଥିଲା । ପବନ କାରଣରୁ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜୁପଟ୍ଟନାୟକ ଛକ ସ୍ଥିତ ପନିପରିବା ବଜାର ରେ ଥିବା ଅସ୍ଥାୟୀ ଦୋକାନ ପାଲ ଛପର ଉଡିଯାଇଛି। ଏଥି ସହିତ ହିଞ୍ଜିଳିକାଟୁ ପୌରପରିଷଦ ଲକ୍ଷ୍ମୀନୃସିଂହ ବଣିକସଂଘ ଦୁର୍ଗା ମଣ୍ଡପ ନିକଟରେ ଏନ ହେଚ ରୋଡ ୫୯ ଉପରେ ପୌରପରିଷଦ ର ଡିଭାଇଡର ରେ ଥିବା ଵିଦ୍ୱୁତ ଲାଇଟ ଖୁଣ୍ଟ ଲୋଟି ପଡିଥିଲା। ଫଳରେ ଏନ ହେଚ ଉପରେ ଗାଡି ମଟର ଚଳାଚଳ ଵାଧାପ୍ରାପ୍ତ ହୋଇଥିଲା । ଖବର ପାଇ ହିଞ୍ଜିଳିକାଟୁ ପୌରପରିଷଦ କର୍ମଚାରୀମାନେ ପହଞ୍ଚି ଲାଇଟ ଖିଣ୍ଟକୁ ରାସ୍ତା ଅବରୋଧ ରୁ ହରାଇଥିଲେ। ସେହିପରି ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଵିଭିନ୍ନ ସ୍ଥାନରେ ଗଛପଡି ରାସ୍ତା ଅବରୋଧ ହୋଇ ରହିଥିଲା ।

ad-week
Leave A Reply

Your email address will not be published.