ଖଣି ନିର୍ଦେଶକଙ୍କ କୁଆଁରମୁଣ୍ଡା ଗସ୍ତ…

add-all


କୁଆଁରମୁଣ୍ଡା– ଆଜି ଖଣି ନିଦ୍ଦେର୍ଶକ ଶ୍ରୀ ପି.କେ ମିଶ୍ର
କୁଆଁରମୁଣ୍ଡା ଗସ୍ତ କରିଥିଲେ , ତାଙ୍କ ଗସ୍ତ ରେ ପାନପୋଷ ଏବଂ ବଣାଇ ଉପଖଣ୍ଡ ର ଉପଜିଲ୍ଲାପାଳଙ୍କ ସହ ସମସ୍ତ ତହସିଲଦାର ,ରାଜସ୍ବ ନିରୀକ୍ଷକ ଏବଂ ରାଜସ୍ବ ପରିଦର୍ଶକ ମାନଙ୍କ ସହିତ ଉପଖଣ୍ଡ ର ସମସ୍ତ ମାଇନ୍ସ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଅଞ୍ଚଳ ରେ ଥିବା ସମସ୍ତ ବାଲୁଘାଟ ଓ ମାଇନ୍ସ
ଓ ଏମ ଏମ ସି ର ଗାଇଡ୍ ଲାଇନ ଓ ସରକାରୀ ନିୟମ ଦ୍ଵାରା ପରିଚାଳିତ ହେଉଛି କି ନାହିଁ ତଦାରଖ କରିବା ସହିତ ଖଣି ନିଦ୍ଦେର୍ଶକ ଶ୍ରୀ ମିଶ୍ର ସମସ୍ତ ଅଧିକାରୀ ମାନଙ୍କ ସହିତ

ଆଲୋଚନା କରିଥିଲେ ଏବଂ କିଛି ବାଲୁଘାଟ ପରିଦର୍ଶନ କରି
ନଦୀ ମଧ୍ଯ କୁ ଯାଇ ପୋତାଯାଇ ଥିବା ଖମ୍ବ କୁ ଜିପିଏସ ମାଧ୍ୟମ ରେ ତଦାରଖ କରିଥିଲେ ।ଏହାକୁ କୁଆଁରମୁଣ୍ଡା ତହସିଲଦାର ଶ୍ରୀ ରାଜେଶ କୁମାର ସାହୁ ଓ ରାଜସ୍ବ ପରିଦର୍ଶକ ଶ୍ରୀ ବେଣୁଧର ବେହେରା ସୁଚାରୁ ରୁପେ ପରିଚାଳନା କରି ଥିବା ଦେଖିବାକୁ ମିଳି ଥିଲା । ବାଲିଘାଟ ଲିଜ୍ ଧାରୀ ଙ୍କ ସହିତ ସମସ୍ତ ବାଲିଘାଟର କର୍ମଚାରୀ ଓ ଭାଗୀଦାର ଆଶୁତୋଷ ରାଉଳ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ।ଶେଷରେ ନିଦ୍ଦେର୍ଶକ ଶ୍ରୀ ମିଶ୍ର ଓ ସମସ୍ତ ଅଧିକାରୀ ମାନଙ୍କ ସହ ପାନପୋଷ ସର୍କିଟ ହାଉସକୁ ଯାଇ ସେଠାରେ ସାନିଭୋଜନରେ ଯୋଗଦେଇ ଉପସ୍ଥିତ ତହସିଲଦାର ମାନଙ୍କ ସହିତ ସମସ୍ତ ସରକାରୀ ବ୍ୟବସ୍ତା ବିଷୟରେ ଆଲୋଚନା କରିଥିଲେ

ad-week
Leave A Reply

Your email address will not be published.