କଲଭଟ କାର୍ଯ୍ୟ କରିବାକୁଆସି କାର୍ଯ୍ୟ ସ୍ଥଳରେ ଶ୍ରମିକର ହେଲା ମୃତ୍ୟୁ, କାରଣ ଅସ୍ପଷ୍ଟ..!

add-all

ମାଲକାନଗିରି : କାଲିମେଳା ବ୍ଲକ ମାନମ କୋଣ୍ଡା ପଞ୍ଚାୟତ ସୀତା ପାଲ୍ଲୀ ଘାଟି ରେ କଲଭଟ କାର୍ଯ୍ୟ କରୁଥିବା ଶ୍ରମିକର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି l ମୃତକ ଜଣଙ୍କ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା କଷଗୁମୁଡା ବ୍ଲଜ କୋଡୀଙ୍ଗା ପାର୍ଷା ଗୁଡା ଗ୍ରାମର ଦାମୁ ଭତ୍ରା ଙ୍କ 47ବର୍ଷୀୟ ପୁତ୍ର ନାରାୟଣ ଭତ୍ରା,ଘଟଣା ରୁ ଜଣା ଯାଇଛି ନାରୟଣ ଏକ ମାସ ତଳେ ଗ୍ରାମର ଅନ୍ୟ ମାନଙ୍କ ସହ ମିଶି କାଲିମେଳା ଅଞ୍ଚଳ ରେ ଚାଲୁଥିବା BMS କମ୍ପାନୀ ର ଠିକାଦାର ଅଶୋକ କୁମାର ବାଉଲ ଙ୍କ ନିକଟରେ ମାନମ କୋଣ୍ଡା ଠାରୁ ଚାରି ପାଞ୍ଚ କିଲୋମିଟର ଦୂର ସୀତା ପାଲ୍ଲୀ ଘାଟି ରେ ଚାଲିଥିବା କଲଭଟ କାର୍ଯ୍ୟରେ ନିୟଜିତ ଥିଲେ l ଠିକାଦାର ଶ୍ରୀ ବାଉଲ ଙ୍କ କହିବା ଅନୁଯାଇ ନାରାୟଣ ଙ୍କ ର ଦେହ ଗତ କାଲି ଅସୁସ୍ଥ ଥିଲା ତାଙ୍କୁ ମାନମ କୋଣ୍ଡା ପ୍ରାଥମିକ ସ୍ଵାସ୍ତ୍ୟ କେନ୍ଦ୍ରକୁ ଆଣିଥିଲେ l ଉପସ୍ଥିତ ଦିଦି ରକ୍ତ ନମୁନା ପରୀକ୍ଷା କରି ମେଲେରିଆ ବାହାରିଥିବା କହି ଔଷଧ ଦେଇଥିଲେ ସେହି ଔଷଧ ଖାଇ ସୁସ୍ଥ ହୋଇଥିଲେ ଆଜି ହଠାତ ଅସୁସ୍ଥ ହୋଇ ପଡିବାରୁ କାର୍ଯ୍ୟ ସ୍ଥଳେ ଥିବା ଟିପର ଗାଡ଼ିରେ ଧରି କାଲିମେଳା ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ରକୁ ଆଣିଥିଲେ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିବା ଦେଖିବାକୁ ମିଳିଛି l ମୃତ୍ୟୁ ତ କାରଣ ଅସ୍ପଷ୍ଟ ଥିବା ଜଣା ଯାଇଛି l

ad-week
Leave A Reply

Your email address will not be published.