ବାସୁଦେବପୁର ପ୍ରଶାସନ ପକ୍ଷରୁ ଉଠା ଦୋକାନୀ ମାନଙ୍କ ଜବର ଦଖଲ ଉଚ୍ଛେଦ…

ଭଦ୍ରକ : ବାସୁଦେବପୁର ପ୍ରଶାସନ ପକ୍ଷ ରୁ ଜବର ଦଖଲ ଉଚ୍ଛେଦ କରାଯାଉଛି। ବାସୁଦେବପୁର ବଜାର ରେ ଉଠା ଦୋକାନୀ ମାନେ ଆଯକୁ ବହୁ ଦିନ ଧରି ସେମାନଙ୍କର ବ୍ୟବସାୟ ଚଳାଇ ଆସୁ ଥିଲେ। ପ୍ରଶାସନ ପକ୍ଷରୁ ରାସ୍ତା ର ସମ୍ପ୍ରସାରଣ ପାଇଁ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରା ଯିବା ପାଇଁ ଆଗରୁ ଅନେକ ଥର ଘୋଷଣା ପରେ ଉଠା ଦୋକାନୀ ମାନଙ୍କ ଦାବି କୁ ଲକ୍ଷ ରଖି ଉଚ୍ଛେଦ କାର୍ଯ୍ୟ ସ୍ତଗିତ କରାଯାଉ ଥିଲା। ବାସୁଦେବପୁର ରେ ବେଆଇନ ଗାଡ଼ି ପାର୍କିଂ ଯୋଗୁ ଯିବା ଆସିବା ରେ ନାନା ଅସୁବିଧା ହେଉଥିଲା ଫଳ ରେ ବାରମ୍ବାର ଦୁର୍ଘଟଣା ଘଟୁ ଥିଲା। ବୁଧବାର କିନ୍ତୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି। ଅନ୍ୟ ପକ୍ଷରେ ଉଠା ଦୋକାନୀ ମାନଙ୍କ ଉଚ୍ଛେଦ ଫଳ ରେ ଶତାଧିକ ପରିବାର ଦାନା ହରାଇ ଛନ୍ତି, ତୁରନ୍ତ ପ୍ରଶାସନ ପକ୍ଷରୁ ଉଠା ଦୋକାନୀ ମାନଙ୍କୁ ଥଇଥାନ କରାଯାଉ ବୋଲି ସାଧାରଣ ରେ ଦାବି ହେଉଛି।

ad-week
Leave A Reply

Your email address will not be published.