ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ପଡ଼ିଲେ ଭିଜିଲାନ୍ସ ଜାଲରେ…

add-all


ସୁନ୍ଦରଗଡ -୦୬/୦୬/୨୩ ଗ୍ରାମ୍ୟ ଉନ୍ନୟନ ବିଭାଗର ସୁନ୍ଦରଗଡ ଡ଼ିଭିଜନ ଅନ୍ତର୍ଗତ ହେମଗିରି ଉପଖଣ୍ଡ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘରେ ପଶିଛି ଭିଜିଲାନ୍ସ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ। କାର୍ଯ୍ୟାଳୟ ତଥା ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି।ପ୍ରାପ୍ତ ସୂଚନା ଅନୁଯାୟୀ ସୁନ୍ଦରଗଡ ଘର, କେନ୍ଦ୍ରାପଡ଼ା ସ୍ଥିତ ଭଡା ଘର, ସୁନ୍ଦରଗଡ ଡ଼ିଭିଜନ କାର୍ଯ୍ୟାଳୟ ଏବଂ ଲେଫ୍ରିପଡ଼ାସ୍ଥିତ କାର୍ଯ୍ୟାଳୟରେ ଚାଲଛି ଚଢ଼ାଉ। ଏହା ସହିତ ଶ୍ଵଶୁର ଘର, ପୈତୃକ ଘର ଏବଂ ଭଦ୍ରକ ସ୍ଥିତ ବାସଭବନରେ ମଧ୍ୟ ଚଢ଼ାଉ ଜାରି ରହିଛି। ୪ ଜଣ ଡି.ଏସ୍.ପି, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଆସିଷ୍ଟାଣ୍ଟ ସବ୍ ଇନ୍ସପେକଟର ତଥା ଅନ୍ୟାନ୍ୟ ଅଧିକାରୀଙ୍କୁ ନେଇ ସାତଟି ଦଳ ଗଠନ କରାଯାଇ ମଙ୍ଗଳବାର ସକାଳୁ ଏହି ଚଢାଉ ଆରମ୍ଭ ହୋଇଛି। ଜିଲ୍ଲାରେ ଚର୍ଚ୍ଚିତ ଏହି ସହକାରୀ ଯନ୍ତ୍ରୀ ଅନେକ ଦୁର୍ନୀତିରେ ସାମିଲ ଥିବାର ଅଭିଯୋଗ ପାଇଛି ଦୁର୍ନୀତି ନିବାରଣ ବିଭାଗ। ସନ୍ଧ୍ୟା ସୁଦ୍ଧା ଚଢ଼ାଉର ଚିତ୍ର ସ୍ପଷ୍ଟ ହେବା ସମ୍ଭାବନା ରହିଛି।
ବିଶ୍ବରଂଜନ ହୋତା
ସୁନ୍ଦରଗଡ

ad-week
Leave A Reply

Your email address will not be published.