ମୋ ବାପାଙ୍କ ଜୀବନରେ ଏହି ଗୋଟିଏ ଭୁଲ କରିଦେଇଥିଲେ: ମିସା ଭାରତୀ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳର ସାଂସଦ ମିସା ଭାରତୀ ଆଜି ସମ୍ରାଟ ଚୌଧୁରୀଙ୍କ ଉପରେ ଆକ୍ରମଣ କରିଛନ୍ତି। ସମ୍ରାଟ ଚୌଧୁରୀଙ୍କୁ ଟାର୍ଗେଟ କରି ମିସା ନିଜ ପିତାଙ୍କ ଭୁଲ ବାବଦରେ କହିଥିଲେ । ସେ କହିଛନ୍ତି ଯେ ମୋ ପିତା ଲାଲୁ ଯାଦବ ତାଙ୍କ ଜୀବନରେ କେବଳ ଗୋଟିଏ ଭୁଲ କରିଛନ୍ତି, ସେହି ଭୁଲ…

ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ଵରରେ ଭୁକମ୍ପ ଝଟକା

ଭୁବନେଶ୍ଵର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ଵରରେ ଭୁକମ୍ପ ଝଟକା । ସକାଳ ୭ଟା ୧୫ ମିନିଟରେ ଭୁବନେଶ୍ଵରରେ ଭୂମିକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ମିଳିଛି । ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳରେ ଝଟ୍‌କା । ବିଶେଷ କରି ପୁରୁଣା ଭୁବନେଶ୍ବରରେ ଭୁକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଏନେଇ…

ଧରାପଡିଲା ତୀରବିଦ୍ଧ ଦନ୍ତାହାତୀ, ଦୀର୍ଘ ସମୟ ପରେ ଟ୍ରାଙ୍କୁଲାଇଜି କଲା ବନବିଭାଗ

ନରସିଂହପୁର : ଧରାପଡିଲା ତୀରବିଦ୍ଧ ଦନ୍ତାହାତୀ । ଦୀର୍ଘ ସମୟ ପରେ ଟ୍ରାଙ୍କୁଲାଇଜି କରି ତୀର କାଢ଼ିଲେ ବନବିଭାଗର ସ୍ବତନ୍ତ୍ର ଟିମ୍ । ହାତୀକୁ କାବୁ କରିବା ପାଇଁ ଢେଙ୍କାନାଳ ଏବଂ ନନ୍ଦକାନନରୁ ଆସିଥିଲା ସ୍ବତନ୍ତ୍ର ଟିମ୍ । ହାତୀର ୪ଟି ଜାଗାରେ ତୀର ମାର ହୋଇଥିବା ସୂଚନା ମିଳିଛି ।…

ମୋ ନାମ ଦାଉଦ ଇବ୍ରାହିମ ସହ ଯୋଡ଼ିଲେ ମାନହାନି ମକଦ୍ଦମା ଦାୟର କରିବି: ନବାବ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜି ଜୋର ଧରିଛି | ଏହାରି ମଧ୍ୟରେ ଏନସିପି ଅଜିତ ପାୱାର ଦଳର ନେତା ନବାବ ମଲିକ ତାଙ୍କ ନାମ ଅଣ୍ଡରୱାର୍ଲ୍ଡ ଦାଉଦ ଇବ୍ରାହିମଙ୍କ ସହ ଯୋଡାଯାଉଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଚେତାବନୀ…

ଧାମରାରେ ଗୁଳିକାଣ୍ଡ, ଦୁର୍ବୃତ୍ତ ଫେରାର

ଭଦ୍ରକ: ଧାମରାରେ ଗୁଳିକାଣ୍ଡ । ରାସ୍ତାକଡରେ ଠିଆ ହୋଇଥିବା ଜଣେ ଯୁବକଙ୍କ ଉପରକୁ ଗୁଳିମାଡ କଲେ ଦୁର୍ବୃତ୍ତ । ଧାମରା ଥାନା ଅଧିନ କୋଇଥଖୋଲା କିଶୋର ପ୍ରସାଦ ଛକରେ ଘଟିଛି ଏହି ଘଟଣା । ଗୁରୁତର ଯୁବକ ଜଣଙ୍କ ହେଉଛନ୍ତି କିଶୋର ପ୍ରସାଦ ଗାଁର ରାଜେନ୍ଦ୍ର ମହାପାତ୍ର । ରାଜେନ୍ଦ୍ରଙ୍କ ମୁଣ୍ଡରେ…

ଆମ୍ବଟାକୁଆ ଜାଉ ଘଟଣା: ଦୁଇ ଗୁରୁତର ଏସସିବି ସ୍ଥାନାନ୍ତର

କଟକ : ଆମ୍ବ ଟାକୁଆ କୋଇଲିରେ ପ୍ରସ୍ତୁତ ଜାଉ ଖାଇ ଗୁରୁତର ହୋଇଥିବା ଦୁଇ ଜଣ ମହିଳାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଦୁଇ ଗୁରୁତର ହେଲେ ଟୁନି ମାଝୀ ଓ ଜିତା ମାଝୀ । ଏସସିବି ମେଡିସିନ ଆଇସିୟୁରେ ଉଭୟଙ୍କର ଚିକିତ୍ସା ଚାଲିଛି । ମେଡିସିନ, ହେପାଟୋଲୋଜି,…

ଶ୍ରୀ ମାଁ ଅନ୍ନପୂର୍ଣ୍ଣେଶ୍ଵରୀ ମନ୍ଦିର କମିଟି ପକ୍ଷରୁ ସ୍ବର୍ଣ୍ଣ ଖଡୁ ପ୍ରଦାନ

ହିଞ୍ଜିଳିକାଟୁ : ଶ୍ରୀ ମାଁଅନ୍ନପୁର୍ଣ୍ଣେଶ୍ଵରୀ ମନ୍ଦିର କମିଟି କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମ୍ବଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ସମ୍ବର୍ଦ୍ଧନା ସଭାରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମୋହନକଲୋନି ବାସିନ୍ଦା ଜଣାଶୁଣା ବିଦ୍ବାନ ପଣ୍ଡିତ ଶରତ…

ଦୁର୍ଘଟଣାରେ ଯୁବକର ମୃତ୍ୟୁ

ଉମରକୋଟ : ଜଣେ (୨୪) ବର୍ଷୀୟା ଯୁବକଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ଘଟିଛି । ସୂଚନା ଥାଉକି ରାଇଘର ବ୍ଲକ ଅନ୍ତର୍ଗତ ହାତୀଗାଁ ପଞ୍ଚାୟତ ଖାଲେପାରା ଗ୍ରାମର ମୁଖ୍ୟ ରାସ୍ତାକୁ ଲାଗି ରହିଥିବା ଝୁଗଡୁ ଗଣ୍ଡର ଘର ପାଖରେ ଥିବା ଗୋଶାଳା ନିକଟରେ ଦୁର୍ଘଟଣା ଘଟିଛି । ମୃତ୍ୟୁ ବରଣ କରୁଥିବା ଯୁବକ…

ରାଜରାସ୍ତାକୁ ଓହ୍ଲାଇଲେ ସରାଫ୍ ଏଜେନ୍ସି ପ୍ରା. ଲିଃ ଟିଟାନିୟମ୍ କମ୍ପାନିର କର୍ମଚାରୀ

ଛତ୍ରପୁର : ଜମି ଦେଲୁ, ଶ୍ରମ ଦେଲୁ, ସରାଫ୍ ଏଜେନ୍ସି ପ୍ରା. ଲିଃ ଟିଟାନିୟମ୍ ନାମକ କମ୍ପାନି ଗଢ଼ିବାରେ ସମ୍ପୁର୍ଣ୍ଣ ସହଯୋଗ କଲୁ । ମାତ୍ର,ଶେଷରେ କମ୍ପାନୀ ଆମକୁ ଧୋକା ଦେଲା, କର୍ମଚାରୀ ଙ୍କୁ ଅସ୍ଥାୟୀ ଛଟେଇ କରିବା ନିମନ୍ତେ ନଭେମ୍ବର ୧ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ କରିଛି, ଏହା ଆମ…

ଜନସଂପର୍କ ପଦଯାତ୍ରା ପାଇଁ ବିଜେଡିର ପ୍ରସ୍ତୁତି ବୈଠକ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବିଜୁ ଜନତାଦଳ ପକ୍ଷରୁ ସ୍ଥାନୀୟ ପ୍ୟୈରପରିଷଦ ସଭା ଗୃହରେ ଶନିବାର ଚଳିତ ମାସ ୫ ତାରିଖରେ ଜନସଂପର୍କ ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ହିଞ୍ଜିଳିକାଟୁ ପୌରପରିଷଦ ବିଜେଡି ସଭାପତି ହୃଦାନନ୍ଦ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ…