ହରିୟାଣା ବିଜେପିରେ ମିଶିଲେ ଦୁଇ ସ୍ବାଧୀନ ବିଧାୟକ

ଚଣ୍ଡୀଗଡ : ହରିୟାଣା ବିଧାନସଭାରେ ଐତିହାସିକ ବିଜୟ ହାସଲ କରିଥିବା ବିଜେପିର ଆହୁରି ଶକ୍ତିଶାଳୀ ହୋଇଛି। ହରିୟାଣାର ୯୦ଟି ଆସନରୁ ଦଳ ଏକାକୀ ୪୮ଟି ଆସନ ଜିତି କ୍ରମାଗତ ତୃତୀୟ ଥର ସରକାର ଗଠନ କରିବାକୁ ଯାଉଛି।ଏପରି ସ୍ଥିତିରେ ଆଜି ବିଜେପିରେ ସାମିଲ ହୋଇଛନ୍ତି ଦୁଇ ଜଣ ସ୍ୱାଧୀନ ବିଧାୟକ।…

ମିଳିଲା ଅପହୃତ ଯବାନଙ୍କ ମୃତଦେହ, ଦେହରେ ବାଜିଛି ଏକାଧିକ ଗୁଳି

ନୂଆଦିଲ୍ଲୀ : ମିଳିଲା ଅପହୃତ ଯବନାଙ୍କ ମୃତଦେହ। ଜମ୍ମୁ କଶ୍ମୀରର ଅନ୍ତନାଗର ଜଙ୍ଗଲରୁ ଗତକାଲି ଆତଙ୍କବାଦୀମାନେ ଦୁଇ ଜଣ ଯବାନଙ୍କୁ ଅପହରଣ କରି ନେଇଥିଲେ। ତେବେ ଜଣେ ଯବାନ ଆତଙ୍କୀଙ୍କୁ ଚକ୍‌ମା ଦେଇ ଖସି ପଳାଇ ଆସିଥିବା ବେଳେ ଆଜି ପଥରୀବଲ ଜଙ୍ଗଲରୁ ଅପହୃତ ଯବାନଙ୍କ ମୃତଦେହ ଉଦ୍ଧାର…

କଂଗ୍ରେସ ସହ ଦିଲ୍ଲୀରେ ମେଣ୍ଟ କରିବନି ଆପ୍‌

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବ କ୍ଷମତାସୀନ ଆପ୍‌। ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଇଣ୍ଡିଆ ମେଣ୍ଟର ସଦସ୍ୟ। ଏଥିସହ କଂଗ୍ରେସ ସହ ମେଣ୍ଟ କରି ଆପ୍‌ ଦିଲ୍ଲୀରେ ଲୋକସଭା ନିର୍ବାଚନ ଲଢ଼ିଥିଲା।ହେଲେ ହରିୟାଣାରେ ଉଭୟ କଂଗ୍ରେସ ଓ ଆପ୍‌କୁ ଝଟକା ଲାଗିଛି। କଂଗ୍ରେସ ବିଜୟ…

ଲଦାଖରେ ଏସିଆର ସବୁଠୁ ବଡ଼ ଦୂରବୀକ୍ଷଣ ଯନ୍ତ୍ର ଉଦ୍‌ଘାଟିତ

ଲଦାଖ : ବୈଜ୍ଞାନିକମାନଙ୍କ ଗବେଷଣା କ୍ଷେତ୍ରରେ ଅଧିକ ଶକ୍ତି ଯୋଗାଇବା ଲାଗି ଲଦାଖରେ ଏସିଆର ସବୁଠୁ ବଡ଼ ଦୂରବୀକ୍ଷଣ ଯନ୍ତ୍ରର ଉଦ୍‌ଘାଟନ କରାଯାଇଛି। ଏହାର ନାମ ହେଉଛି ଏମଏସିଇ ବା ମେଜର ଆଟମୋସ୍ଫେରିକ ଚେରେନକୋଭ ଏକ୍ସପେରିମେଣ୍ଟ। ପରମାଣୁ ଶକ୍ତି ବିଭାଗ (ଡିଏଇ) ସଚିବ ଅଜିତ କୁମାର ମହାନ୍ତି…

ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଜେପି ମୁଖ୍ୟ ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

ନୂଆଦିଲ୍ଲୀ : ହରିୟାଣାରେ ଐତିହସିକ ବିଜୟ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀ ଯାଇ ଭେଟିଛନ୍ତି। ତାଙ୍କ ସହ ରାଜ୍ୟରେ ସରକାର ଗଠନ ନେଇ ମଧ୍ୟ ସୈନି ଆଲୋଚନା କରିଥିବା ଜଣାପଡ଼ିଛି। ରାଜ୍ୟରେ ବିଜେପି ସରକାର ଦଶହରାରେ ଶପଥ ନେବ ବୋଲି…

ହରିୟାଣା ନିର୍ବାଚନର ସାଇଡ ଇଫେକ୍ଟ: କଂଗ୍ରେସକୁ ଝଟକା ଦେଲେ ଅଖିଲେଶ ଯାଦବ

ନୂଆଦିଲ୍ଲୀ :ହରିୟାଣାରେ ନିଶ୍ଚିତ ବିଜୟକୁ ହାତ ଛଡ଼ା କରିଥିବା କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଇଣ୍ଡିଆ ମେଣ୍ଟ ଝଟକା ଦେବାରେ ଲାଗିଛନ୍ତି। କଂଗ୍ରେସ ହରିୟାଣାରେ ୩୭ ଆସନ ଜିତିଥିବା ବେଳେ ବିଜେପି ହ୍ୟାଟ୍ରିକ ବିଜୟ ହାସଲ କରିଛି।ଏପରି ପରାଜୟ ପରେ ପ୍ରଥମେ ଆପ ପରେ ଉଦ୍ଧବ ଠାକରେଙ୍କ ଶିବସେନା…

ସରକାରଙ୍କ ବଡ଼ ଘୋଷଣା: ୨୦୨୮ ଯାଏ ମିଳିବ ପୋଷଣଯୁକ୍ତ ମାଗଣା ଚାଉଳ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଖାଦ୍ୟ ଆଇନ ଓ ଅନ୍ୟାନ୍ୟ ସରକାରୀ ଯୋଜନା ଅଧୀନରେ ଦିଆଯାଉଥିବା ମାଗଣା ପୋଷଣଯୁକ୍ତ ଚାଉଳ ବଣ୍ଟନ ପ୍ରକ୍ରିୟା ଜାରି ରହିବ। ଆସନ୍ତା ୨୦୨୮ ଯାଏ ଲୋକମାନେ ମାଗଣାରେ ଏହି ଚାଉଳ ପାଇପାରିବେ।ଏଥିପାଇଁ ୧୭,୦୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।…

ରସାୟନ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

ନୂଆଦିଲ୍ଲୀ : ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ମିଳିତ ଭାବେ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ଚଳିତ ବର୍ଷର ନୋବେଲ ପୁରସ୍କାର। ଡାଭିଡ ବାକେର, ଡେମିସ ହାସାବିସ ଓ ଜନ ଜମ୍ପରଙ୍କୁ ନୋବେଲ ପୁରସ୍କାର ମିଳିବ। କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ ପାଇଁ ଏହି ୩ ଜଣଙ୍କୁ ନୋବେଲ…

ଫୁଲବାଣୀ ପୌର ପରିଷଦରେ ବର୍ଦ୍ଧିତ ହୋଲଡିଂ ଟିକସ ଆଦାୟର ପ୍ରତିବାଦ…

ଫୁଲବାଣୀ : ଫୁଲବାଣୀ ପୌର ପରିଷଦ ପକ୍ଷରୁ ପଟାଧାରୀ ମାନଙ୍କ ହୋଲଡିଂ ଟିକସ ବଢାଇବାକୁ ଗତ ୨୦-୨୧ମସିହାରୁ ପ୍ରକ୍ରିୟା ଆରମ୍ଭ ହୋଇଛି।ଓଡିଶା ସରକାର ୫ଟି ମହାନଗର ନିଗମ ପାଇଁ ପ୍ରସ୍ତୁତ କରିଥିବା ହୋଲଡିଂ ଟିକସ ଆଇନ ଫୁଲବାଣୀ ପୌର ପରିଷଦରେ ଲଗାଇବାକୁ ଯାଉଥିବାରୁ ଜନସାଧାରଣଙ୍କ ମଧ୍ୟରେ…