ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ

ଭଞ୍ଜନଗର : ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ 58ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ…

ବାହୁଡା଼ ଯାତ୍ରା ଉପଲକ୍ଷେ ମା ‘ ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ପ୍ରସାଦ ବଣ୍ଟନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା'ପାଟଖଣ୍ଡା ମନ୍ଦିର ନିକଟରେ ଥିବା ମା ' ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ପ୍ରଥମ ଥର ପାଇଁ ବାହୁଡ଼ାଯାତ୍ରା ଉପଲକ୍ଷେ ଏକ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏଥିରେ ମା ' ପାଟଖଣ୍ଡା…

ଜୟପୁରରୁ ଅପହୃତ ମିଲ ମାଲିକ ଉଦ୍ଧାର, ଦୁଇଦିନ ତଳେ ହୋଇଥିଲେ ଅପହୃତ

ଜୟପୁର : ଉଦ୍ଧାର ହେଲେ ଜୟପୁରରୁ ଅପହୃତ ହୋଇଥିବା ମିଲ ମାଲିକ । ଦୁଇଦିନ ତଳେ ପେରାହାଣ୍ଡିରୁ କାର ସହ ଉଠେଇ ନେଇଥିଲେ ଅପହରଣକାରୀ । ମଧ୍ୟ ରାତ୍ରରେ ଅପହୃତ ରମେଶ ପାତ୍ରଙ୍କୁ ଉଦ୍ଧାର କରିଛି କୋରାପୁଟ ପୋଲିସ । ଅପହରଣର କଣ କାରଣ ଥିଲା ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି । ପ୍ରକାଶ…

ପାବନ ଶ୍ରୀକ୍ଷେତ୍ର ଶ୍ରୀଜୀଉଙ୍କ ବାହୁଡା ଯାତ୍ରା : ବାହୁଡିଲେ ମହାବାହୁ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ସ୍ଥିତ ପାବନଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରର ତିନି ଠାକୁରଙ୍କ ବାହୁଡ଼ା ରଥଯାତ୍ରା ମହାସମାରୋହରେ ବହୁ ଭକ୍ତଙ୍କ ସମାବେଶରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଶ୍ରୀକ୍ଷେତ୍ର ରୀତି ଅନୁକ୍ରମେ ବାହୁଡ଼ା ରଥଯାତ୍ରା କାଳୀନ ନୀତି…

ରାଜ୍ୟସଭାରେ ବିଜେପି ୮୬କୁ ଖସିଲା, ଏନଡିଏ ୧୦୧

ରାଜ୍ୟସଭାରେ ବିଜେପିର ଆସନ ସଂଖ୍ୟା ୮୬କୁ ଖସିଛି। ସେହିପରି ବିଜେପି ନେତୃତ୍ୱାଧୀନ ଏନଡିଏର ଆସନ ସଂଖ୍ୟା ମଧ୍ୟ ୧୦୧ ହୋଇଯାଇଛି। ଶନିବାର ବିଜେପି ସହ ଥିବା ରାଜ୍ୟସଭାର ୪ ମନୋନୀତ ସଦସ୍ୟ ଅବସର ନେବା ପରେ ଉଚ୍ଚ ସଦନର ଗଣିତ ବଦଳିଛି। ବର୍ତ୍ତମାନ ରାଜ୍ୟସଭାର ସଦସ୍ୟଙ୍କ ସଂଖ୍ୟା ୨୨୬ ଥିବା ବେଳେ…

ଚୋରଙ୍କ ଅମରାବତୀ ପାଲଟିଛି ରାଇଘର ସଦର

ଉମରକୋଟ /ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ସଦର ମହକୁମାରେ ଦିନକୁ ଦିନ ଚୋରର ଉପଦ୍ରବ ବୃଦ୍ଧି ପାଇବାକୁ ଲାଗୁଛି । କିନ୍ତୁ ପୋଲିସ ପ୍ରଶାସନ ଚୋରକୁ ଧରିବାରେ ବା ଚୋରର କାର୍ଯ୍ୟକଳାପକୁ ଟେର ପାଇଁ ପାରୁ ନାହାନ୍ତି। ରାତ୍ରିକାଳୀନ ସଦର ପୋଲିସ ଆଉଟ ପୋଷ୍ଟରେ ପୋଲିସ ପ୍ରଶାସନ…

କୃଷ୍ଣା ମହାନ୍ତି ପାଇଲେ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର

ଓଡ଼ିଶାର ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ତଥା ଉତ୍କଳ ଗାନ୍ଧୀସ୍ମାରକ ନିଧିର ସଭାନେତ୍ରୀ ଶ୍ରୀମତି କୃଷ୍ଣା ମହାନ୍ତି ପାଇଛନ୍ତି ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର। ରାଷ୍ଟ୍ରୀୟ ସ୍ତରରେ ଗାନ୍ଧୀ ଓ ସର୍ବୋଦୟ ବିଚାରର ସର୍ବୋଚ୍ଚ ସଂଗଠନ ସର୍ବ ସେବା ସଂଘ (ଅଖିଳ ଭାରତ ସର୍ବୋଦୟ ମଣ୍ଡଳ)…

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଫୁଲବାଣୀରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ

ଫୁଲବାଣୀ: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଫୁଲବାଣୀ ପକ୍ଷରୁ ବିଶ୍ୱ ଯୁବ ଦକ୍ଷତା ଦିବସ 2024 ପାଳିତ ହୋଇଯାଇଅଛି । ଏହି କାର୍ୟ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ତଥା ଆଶିଷ ଇଶ୍ୱର ପାଟିଲ, କନ୍ଧମାଳର ଡିସି ଆକ୍ସନ ଏଡ଼ ଇଣ୍ଡିଆ ଶ୍ରୀମତୀ ସନ୍ଧ୍ୟାରାଣୀ ମହାନ୍ତି , କନ୍ଧମାଳର DSWO କୃଷ୍ନା…

କ୍ୟାଟ୍ରିନା ଗର୍ଭବତୀ !: ମୁହଁ ଖୋଲିଲେ ଭିକି କୌଶଲ…

ମୁମ୍ବାଇ: ବଲିଉଡ ଅଭିନେତା ଭିକି କୌଶଲ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବ୍ୟାଡ୍ ନ୍ୟୁଜ’ର ପ୍ରମୋସନ କରୁଛନ୍ତି। ଭିକି ଫିଲ୍ମର ପ୍ରମୋସନରେ ବହୁତ ବ୍ୟସ୍ତ ଅଛନ୍ତି । ସେ କେବଳ ତାଙ୍କର ବୃତ୍ତିଗତ ଜୀବନ ପାଇଁ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ହେଡଲାଇନରେ ଅଛନ୍ତି।…

ସବୁ ଜିଲ୍ଲାରେ ଖୋଲିବ ପରିବା ମଣ୍ଡି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ଦରଦାମ ନିୟନ୍ତ୍ରଣ ପାଇଁ କରାଯିବ ପ୍ରୟାସ। ଏଥି ସହିତ ପ୍ରତି ଜିଲ୍ଲାରେ ଖୋଲିବ ପରିବା ମଣ୍ଡି। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କଟକ, ଭୁବନେଶ୍ୱର ସମେତ ସବୁ ଜିଲ୍ଲାରେ ଶୀଘ୍ର ପରିବା ମଣ୍ଡି ଖୋଲିବ। କୃଷକ ମଣ୍ଡିକୁ…