୩୪୮ ପ୍ରାର୍ଥୀଙ୍କ ନାଁରେ ମାମଲା, ନିର୍ବାଚନ ଲଢ଼ୁଛନ୍ତି ୪୧୨ କୋଟିପତି

ଭୁବନେଶ୍ବର: ପ୍ରକାଶ ପାଇଲା ବିଧାନସଭା ପ୍ରାର୍ଥୀଙ୍କ ଏଡିଆର ରିପୋର୍ଟ । ୧୪୭ ବିଧାନସଭାର ମୋଟ୍ ୧୨୮୫ ପ୍ରାର୍ଥୀଙ୍କୁ ନେଇ ଏଡିଆର୍‌ ଆଜି ରିପୋର୍ଟ ପ୍ରକାଶ କରିଛି। ୧୨୮୫ ପ୍ରାର୍ଥୀଙ୍କ ମଧ୍ୟରେ ୩୨% ଅର୍ଥାତ୍‌ ୪୧୨ ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି। ଯେଉଁଥିରେ ସବୁଠୁ ଧନୀ ହେଲେ ରାଉଲକେଲା…

“ଜଙ୍ଗଲ ପାଇଁ ମଞ୍ଜିଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର : ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ସ୍ଥାନୀୟ ରାମଚଣ୍ଡୀ ଠାରେ "ଜଙ୍ଗଲ ପାଇଁ ମଞ୍ଜି ଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରବିବାର ଛତ୍ରପୁର ସହର ଉପକଣ୍ଠରେ ଥିବା ମା ରାମଚଣ୍ଡୀଙ୍କ ମନ୍ଦିର ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଏହାର ନିକଟରେ ଥିବା…

ପରୀକ୍ଷାରେ କମ୍ ନମ୍ବର ରହିବାରୁ ବିଷ ପିଇଲେ ଛାତ୍ର: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବେତନଟୀ : ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ହେବାର ମାତ୍ର କେଇ ଘଣ୍ଟା ପରେ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ। ଛାତ୍ର ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ପୁରୁଣାପାଣି ଗ୍ରାମରୁ ଆସିଛି ଏହି ଅଭାବନୀୟ ଖବର। ସୂଚନା ଅନୁଯାଇ ଏହି ଗ୍ରାମର ରାମଜୀବନ…

ଦୁଷ୍କର୍ମ ଓ ହତ୍ୟା ଧମକ ମିଳୁଥିବା ଅଭିଯୋଗ ଆଣିଲେ ସ୍ୱାତୀ ମାଲିୱାଲ

AAP ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି। ପାର୍ଟି(ଆପ୍) ନେତା ତଥା ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଚାଲିଥିବା ତାଙ୍କ ଚରିତ୍ର ସଂହାର ଅଭିଯାନ ପରେ ଧମକ ଆସୁଥିବା ଅଭିଯୋଗ କରିଛନ୍ତି ମାଲିୱାଲ। ଏଥିସହ ୟୁଟ୍ୟୁବର ଧ୍ରୁବ ରାଠୀଙ୍କ…

ଅଡ଼ୁଆରେ ବିଜେଡିର ଛେଣ୍ଡିପଦା ବିଧାୟକ, ଭୋଟରଙ୍କୁ ଆକ୍ରମଣ ଘଟଣାରେ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ଗୋଟିଏ ପଟେ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ଅଭିଯୋଗରେ ଜେଲ୍ ଯାଇଛନ୍ତି। ଅନ୍ୟପଟେ ବିଜେପି ନେତାଙ୍କ ଅଭିଯୋଗ ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେଡିର ଛେଣ୍ଡିପଦା ବିଧାୟକ ତଥା ପ୍ରାର୍ଥୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।…

ରାମ ମନ୍ଦିରକୁ ମୋବାଇଲ୍‌ ମନା, ଲାଗୁ ହେଲା କଡ଼ା ନିୟମ

ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ଏବେ ମୋବାଇଲ୍‌ ମନା। ଏହି ମନ୍ଦିର ପରିସରକୁ ଏବେ ମୋବାଇଲ୍‌ ଫୋନ୍‌ ନେବା ନିଷେଧ କରାଯାଇଛି। ସାଧାରଣ ଲୋକଙ୍କ ହୁଅନ୍ତୁ ଅବା ଭିଆଇପି ସମସ୍ତଙ୍କୁ ମନ୍ଦିର ପରିବରରେ ମୋବାଇଲ୍‌ ବ୍ୟବହାର କରିବାକୁ ଉପରେ ବାରଣ କରାଯାଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ…

ମାଟ୍ରିକ୍ ରେଜଲ୍ଟ: ରିଚେକିଂ ଓ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆବେଦନ କରିବାକୁ ତାରିଖ ଘୋଷଣା କଲା ବୋର୍ଡ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଆଜି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ଘୋଷଣା କରାଯାଇଛି। ଏଥର ପାସ୍ ହାର ୯୬.୦୭ % ରହିଛି, ଯାହା ଗତ ବର୍ଷଠାରୁ କମ୍ ରହିଛି। ଗତ ବର୍ଷ ପାସ୍ ହାର ୯୬.୪% ରହିଥିଲା। www.bscodisha.ac.inରେ ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ…

AI ଜରିଆରେ ଭଏସ ବଦଳାଇ ୭ ଛାତ୍ରୀଙ୍କୁ ଦୁଷ୍କର୍ମ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(କୃତ୍ରିମ ବୁଦ୍ଧିମତା) ବା AIର ଆଉ ଏକ ନକରାତ୍ମକ ଦିଗ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି AI ମାଧ୍ୟମରେ ଜଣେ ଅଧ୍ୟାପିକାଙ୍କ କଣ୍ଠସ୍ୱରର ନକଲ କରି ସାତ ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ…

ବିଜେଡି ଲୋଗୋ ଥିବା କାରରୁ ୮୪ କିଲୋ ଗଞ୍ଜେଇ ଜବତ

ବ୍ରହ୍ମପୁର: ଗଞ୍ଜେଇ ବୋଝେଇ କାର୍‌ରେ ଲାଗିଛି ବିଜେଡି ଲୋଗୋ। ବ୍ରହ୍ମପୁରରେ ଏକ ସ୍ୱତନ୍ତ୍ର ଅପରେସନ୍ ସମୟରେ ଏହି କାରରୁ ୮୪ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ବ୍ରହ୍ମପୁର ଫାଷ୍ଟ ଗେଟ୍ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଦୁଇଟି କାର୍‌କୁ ଧରିଥିଲା। ଗଞ୍ଜେଇ ଜବତ ହେବା ପରେ…

ସବାରୀ ଗାଡ଼ିକୁ ପିଟିଲା ଟ୍ରକ, ଜଣେ ମୃତ, ୯ ଆହତ

ମୟୂରଭଞ୍ଜ : ବାରିପଦାରେ ଏକ ସବାରୀ ଗାଡ଼ିକୁ ଟ୍ରକ ପିଟିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ବାରିପଦା ସହର ଉପକଣ୍ଠରେ ଥିବା ୧୮ ନମ୍ବର ଜାତୀୟ ରାଜପଥର ଅସନଯୋଡା ଠାରେ ଘଟିଛି ଏହି ସଡ଼କ ଦୁର୍ଘଟଣା। ଟ୍ରକ ଏକ ସବାରୀ ଗାଡ଼ିକୁ ପିଟିବାରୁ ଜଣଙ୍କର ମୃତ୍ୟୁ…