ଯୁକ୍ତ ତିନିରେ ନାମ ଲେଖାଇବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ଯୁକ୍ତ ତିନିରେ ନାମ ଲେଖାଇବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି | www.samsodisha.gov.in ରେ ଜୁନ ୧୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ | ସେହିପରି ଜୁଲାଇ ୧୪ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା, ଦ୍ଵିତୀୟ ପର୍ଯ୍ୟାୟ ମେଧା

ଏମ୍‌ସରେ ସଂରକ୍ଷିତ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଏବେ ବି ଜାରି ରହିଛି: ଏମ୍ସ କର୍ତ୍ତୃପକ୍ଷ

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାର ମୃତଦେହ ପରିଚାଳନା ନେଇ ଗୁରୁତ୍ବପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ବୈଠକ ପରେ ମୃତଦେହ ପରିଚାଳନା ନେଇ ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି | ମୃତଦେହ ଡିସପୋଜ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ | ଚିହ୍ନଟ ପ୍ରକ୍ରିୟା ଜାରି ରହିଛି |

ଶକ୍ତି ମନ୍ତ୍ରୀଙ୍କ ସଭାରେ କଟିଗଲା କରେଣ୍ଟ

ଭୁବନେଶ୍ୱର :ବିଦ୍ୟୁତ କାଟ ନେଇ ଚର୍ଚ୍ଚା ଜୋର ଧରିବା ପରେ ରାଜ୍ୟରେ ପାୱାର କଟ୍ ନହେଁ, ପାୱାର ଟ୍ରିପ୍ ହେଉଛି ବୋଲି କହିଥିଲେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ହେଲେ ଆଜି ଶକ୍ତି ମନ୍ତ୍ରୀ ବାଲେଶ୍ୱରର ବାହାନଗାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଚାଲିଯାଇଥିଲା

ବିଦ୍ୟୁତ୍ କାଟର ପ୍ରତିବାଦରେ ଶକ୍ତିମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ଛାତ୍ର କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ୍ କାଟ ବିରୋଧରେ ଶକ୍ତିମନ୍ତ୍ରୀଙ୍କ ଘର ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ କରି ହାତରେ ବିଞ୍ଚଣା ଓ ଲଣ୍ଠନ ଧରି ବିକ୍ଷୋଭ କରୁଛି ଛାତ୍ର କଂଗ୍ରେସ । ଅସହ୍ୟ ଗରମରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଥିବା

କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଓଡ଼ିଆ ଗାୟିକା

କଟକ: ବଲିଉଡ ତଥା ଓଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଜଣେ ଓଡ଼ିଆ ଗାୟିକା ମହିଳା ଥାନାରେ ଏତଲା ଦେଇଥିବା ଜଣାଯାଇଛି। ପୀଡ଼ତା ପ୍ରଲୋଭନ ଦେଖାଇ ବିବାହ ପ୍ରତିଶ୍ରୁତି, ପ୍ରତାରଣା, ନିର୍ଯାତନା ଓ ଶୋଷଣ କରିବା ନେଇ ଅଭିଯୋଗ କରିଛନ୍ତି କଣ୍ଠଶିଳ୍ପୀ। ତାଙ୍କ କହିବା ଅନୁଯାୟୀ

ବିଜୁଳି କାଟ ସମସ୍ୟା ନେଇ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ବିଜୁଳି କାଟ ସମସ୍ୟା ନେଇ ଆଜି ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବିଜୁଳି କାଟ ସମସ୍ୟାକୁ ଦୂର କରିବା ପାଇଁ ତତକାଳ ପଦକ୍ଷେପ ନେବା ପାଇଁ ଶକ୍ତି ବିଭାଗ ଓ ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ନିର୍ଦ୍ଦେଶକ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଶକ୍ତି ବିଭାଗ ଓ ବିତରଣ

ପୁଅର ଠେଙ୍ଗା ମାଡ଼ରେ ବାପା ମୃତ, ମା ଆହତ; ଅଭିଯୁକ୍ତ ଥାନାରେ ଅଟକ

ଦେବଗଡ଼: ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ। ପୁଅର ଠେଙ୍ଗା ମାଡ଼ରେ ବାପାର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି  ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଅନ୍ତର୍ଗତ ଭାଲୁଗୁହା ଗ୍ରାମରେ। ମୃତକ ହେଲେ ଗୁରୁ ଚରଣ କିସାନ(୫୦)। ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି।

ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପୋଷ୍ଟ କରିବାରୁ ଗିଲ୍ ଙ୍କୁ ଜୋରିମାନା

ନୂଆଦିଲ୍ଲୀ: ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସର୍ବସାଧାରଣରେ ବିରୋଧ ଓ ସମାଲୋଚନା କରିବା ପଡ଼ିଲା ଭାରୀ। କ୍ରିକେଟର ଶୁଭମନ ଗିଲଙ୍କ ଉପରେ ଲାଗିଲା ଜରିମାନା। ନିକଟରେ ଲଣ୍ଡନର ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଖେଳାଯାଇଥିଲା। ଏହାର ଫାଇନାଲରେ

ସହକାରୀ ଇଂଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଟକ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କ ଘର ସମେତ ମୋଟ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ଚାଲିଛି। କଟକର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ଓ୍ବାରେଣ୍ଟ ବଳରେ ଏହି ଚଢ଼ଉ କରାଯାଉଛି। ଶ୍ରୀ ଭୂୟାଁଙ୍କ

ମୃତାହତଙ୍କ ପାଇଁ ଏକାଦଶାହ ପାଳୁଛନ୍ତି ବାହାନଗାବାସୀ

ବାଲେଶ୍ୱର / ସୋର: ବାହାନଗା ଟ୍ରେନ ଟ୍ରାଜେଡିକୁ ଆଜି ୧୧ ଦିନ । ମଣିଷପଣିଆର ନିଆରା ଉଦାହରଣ ଦେଖାଇଛନ୍ତି ବାହାନଗା ଗ୍ରାମବାସୀ। ରେଳ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଏକାଦଶାହ ପାଳୁଛନ୍ତି ବାହାନଗାବାସୀ । ଆଜି ବିଶ୍ୱଶାନ୍ତି ଯଜ୍ଞ ସହ ଅଷ୍ଟପ୍ରହରୀ କରାଯିବ । ୫୦୦୮ ଦୀପ ଦାନ