ବୈଦେଶିକ ମୁଦ୍ରା ବିନିମୟ ଉଲ୍ଲଂଘନ କରିଥିବାରୁ ‘ବିବିସି’ ନାଁରେ ‘ଏଫ୍‌ଇଏମ୍‌ଏ’ ମାମଲା ରୁଜୁ କଲା ‘ଇଡି’

ନୂଆଦିଲ୍ଲୀ: ବୈଦେଶିକ ମୁଦ୍ରା ବିନିମୟ ନିୟମ ଉଲ୍ଲଂଘନ କରିଥିବା କାରଣରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଖବର ପ୍ରସାରଣକାରୀ ସଂସ୍ଥାନ ‘ବିବିସି ଇଣ୍ଡିଆ’ ନାମରେ ‘ଫରେନ୍‌ ଏକ୍ସଚେଞ୍ଜ୍‌ ମ୍ୟାନେଜ୍‌ମେଣ୍ଟ୍‌ ଆକ୍ଟ୍‌’ (ଏଫ୍‌ଇଏମ୍‌ଏ) ମାମଲା ରୁଜୁ କରିଥିବା କଥା ସରକାରୀସୂତ୍ରରୁ ଉଦ୍ଧାର କରି

ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାର ତାପମାତ୍ରା ୪୧.୪ ଡ଼ିଗ୍ରୀ ସେଲସିୟସ ରେକର୍ଡ

ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ରାଜଧାନୀରେ କିଛି ଦିନ ହେବ ଅନୁଭବ ହେଉଛି ପ୍ରବଳ ତାତି। ଆଜି  ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ

ସେମିଳିଗୁଡ଼ାରେ ଡଙ୍ଗା ବୁଡ଼ି ୩ ମହିଳାଙ୍କ ସମେତ ୪ ମୃତ

କୋରାପୁଟ :କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଥାନା ପୋଡ଼ାଗଡ଼ ଘାଟ ନିକଟରେ ନଦୀରେ ବୁଡ଼ି ଗଲା ଦେଶୀ ଡଙ୍ଗା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୪ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ରାଜପୁଟ ସରପଞ୍ଚ ପୀତାମ୍ବର କର୍ସାନୀ ସୂଚନା

ଜୟପୁରରେ ୧୪୪ ଧାରା ଜାରି, ଦୈନିକ ୧୮ ଘଣ୍ଟା କଟକଣା

ଜୟପୁର/ଭୁବନେଶ୍ବର: ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁର ସହରରେ ବୁଧବାର ଶୋଭାଯାତ୍ରା ବେଳେ ପଥରମାଡ଼ ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଥିଲା ବେଳେ ଏହାର ପ୍ରଭାବ କୋରାପୁଟ ଜିଲ୍ଲା ଜୟପୁର ଉପରେ ପଡ଼ିଛି। ଜୟପୁରରେ ମଧ୍ୟ ସ୍ଥାନୀୟ ପ୍ରଶାସନ ୧୪୪ ଧାରା ଜାରି

ଶୁଆକୁ କଥା କହିବା ଶିଖାଇ ଯୁବକ ଗିରଫ

କେନ୍ଦୁଝର : ଶୁଆକୁ କଥା କହିବା ଶିଖାଇ ଯୁବକ ଗିରଫ । ଗିରଫ ଯୁବକ ହେଲେ କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଳକ କୁମୁଣ୍ଡି ଗାଁର ଚିନ୍ମୟ ମହାନ୍ତ । ବନ୍ୟପ୍ରାଣୀ ସୁରକ୍ଷା ଆଇନ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ବନ ବିଭାଗ ଗିରଫ କରିଛି। ଚିନ୍ମୟ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଆଲେକଜାଣ୍ଡ୍ରିଆନ୍

ସମ୍ବଲପୁର ପଥରମାଡ଼ ଘଟଣା: ୩୬ଘଣ୍ଟିଆ ବନ୍ଦ ଡାକରା ଦେଲା ହନୁମାନ ସମନ୍ଵୟ ସମିତି

ସମ୍ବଲପୁର: ହନୁମାନ ସମନ୍ଵୟ ସମିତି ପକ୍ଷରୁ ୩୬ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ଆଜି ଅପରାହ୍ନ ୩ଟାରୁ ଆସନ୍ତାକାଲି ଯାଏ ନିଜ ନିଜର ଦୋକାନ ବଜାର ବନ୍ଦ ରଖିବା ଲାଗି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ହନୁମାନ ସମନ୍ଵୟ ସମିତି ପକ୍ଷରୁ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ

ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନପତ୍ର ଦାଖଲ

ଝାରସୁଗୁଡା : ଝାରସୁଗୁଡା ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଆଜିଠୁ ୨୦ ତାରିଖ ଯାଏଁ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଏପ୍ରିଲ ୨୧ରେ ସମସ୍ତ ପ୍ରାର୍ଥୀପତ୍ର ଯାଞ୍ଚ ହେବ ।

୪ ଦିନ ହେଲା ନିଖୋଜା ଥିଲା ପୁଅ, ଶେଷରେ ମିଳିଲା ମୃତଦେହ

କେନ୍ଦୁଝର : ୪ ଦିନ ହେଲା ନିଖୋଜା ଥିଲା ପୁଅ। ପରିବାର ଲୋକେ ଖୋଜି ଖୋଜି ନୟାନ୍ତ ହେବା ପରେ ଶେଷରେ ପାଇଲେ ପୁଅର କ୍ଷତବିକ୍ଷତ ମୃତଦେହ। ଏହା ଦେଖି ପରିବାର ଲୋକେ ମୁଣ୍ଡ ପିଟି କାନ୍ଦୁଥିବା ବେଳେ ହତ୍ୟା ପଛର କାରଣ ସ୍ପଷ୍ଟ ହୋଇନି। ଏପରି ଏକ ଲୋମଟାଙ୍କୁରା ଘଟଣା କେନ୍ଦୁଝର ଜିଲ୍ଲା ବାଂଶପାଳ

ଖରା ବଢ଼ିଲେ, ପରିସ୍ଥିତି ଦେଖି ପୁଣି ନିଷ୍ପତ୍ତି ନିଆଯିବ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହର ସମୀକ୍ଷା ପରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ଏଥିଲାଗି ଆଗରୁ ପ୍ରସ୍ତୁତ ଅଛନ୍ତି। ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ଶ୍ରମିକମାନଙ୍କ ପାଇଁ ଦିନ ୧୧ଟାରୁ ୩ଟା

ସମ୍ବଲପୁରରେ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ, ସୋସିଆଲ ମିଡିଆ ଉପରେ କଟକଣା

ସମ୍ବଲପୁର : ସମ୍ବଲପୁର ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସରକାରଙ୍କ ପଦକ୍ଷେପ । ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ଆଜି ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ ବନ୍ଦ ରହିବ ଇଣ୍ଟରନେଟ୍ ସେବା । ଫେସବୁକ,