ହରିୟାଣା ଓ ପଞ୍ଜାବରେ ୨ଟି ବଡ଼ ହସ୍ପିଟାଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଫରିଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ​ବୁଧବାର‌ ହରିୟାଣାର ଫରିଦାବାଦ ଜିଲ୍ଲାରେ ଅମୃତା ହସ୍ପିଟାଲକୁ ଉଦ୍‍ଘାଟନ କରିଛନ୍ତି। ମାତା ଅମୃତାନନ୍ଦମୟୀ ମଠ ଦ୍ୱାରା ପରିଚାଳିତ ଏହି ସୁପର୍‍ ସ୍ପେଶାଲିଟି ହସ୍ପିଟାଲରେ ୨୦୦ଶଯ୍ୟା ରହିଛି । ଏହାର ନିର୍ମାଣ ବାବଦରେ ୬ ହଜାର କୋଟି ଟଙ୍କା

ସୁବ୍ରତ ରାୟଙ୍କ ବିରୋଧରେ ଜାରି ହେଲା ଆରେଷ୍ଟ ୱାରେଣ୍ଟ

ନୂଆଦିଲ୍ଲୀ: ଯଦି ଆପଣଙ୍କ କିମ୍ବା ଆପଣଙ୍କର କୌଣସି ସମ୍ପର୍କୀୟ ସାହାରା ଇଣ୍ଡିଆରେ ନିବେଶ କରିଛନ୍ତି ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଅପଡେଟ୍ ଆସିଛି । ସାହାରା ଇଣ୍ଡିଆରେ ନିବେଶ କରିଥିବା ଅଧିକାଂଶ ନିବେଶକଙ୍କ ଅର୍ଥ ବର୍ତ୍ତମାନ ସୁଦ୍ଧା ମିଳିନାହିଁ । ଭାରତୀୟ ପ୍ରତିଭୂତ ଓ ବିନିମୟ

ପୂରା ହେଲା ଜ୍ଞାନବ୍ୟାପୀ ମସଜିଦ ମାମଲାରେ ଶୁଣାଣି, ଆସନ୍ତା ୧୨ ତାରିଖରେ ଆସିବ ରାୟ

ବାରାଣସୀ: ପୂରା ହୋଇଛି ଶୃଙ୍ଗାର ଗୌରୀ ଜ୍ଞାନବ୍ୟାପୀ ମସଜିଦ ବିବାଦ ମାମଲାରେ ଶୁଣାଣି । ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖାଯାଇଛି। ତେବେ ଆସନ୍ତା ୧୨ ତାରିଖରେ ରାୟ ପ୍ରକାଶ ପାଇବ। ସେହି ଦିନ ଏହାର ନିଷ୍ପତ୍ତି ନିଆଯିବ ଯେ ମାମଲାର ଆଗକୁ ଶୁଣାଣି ଜାରି ରହିବ କି ନାହିଁ।

ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଲେ କଂଗ୍ରେସ ନେତା ଜୟବୀର ଶେରଗିଲ୍‌

ନୂଆଦିଲ୍ଲୀ,୨୪।୮: କଂଗ୍ରେସ ନେତା ଜୟବୀର ଶେରଗିଲ୍‌ କଂଗ୍ରେସ ଦଳର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫା ପତ୍ରରେ ଜୟବୀର ଦଳର ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରି କହିଛନ୍ତି, ଜନସାଧାରଣ ତଥା ଦେଶର

୧୨ ଜିଲ୍ଲାରେ ହେବ ଅତ୍ୟାଧୁନିକ ଟ୍ରକ ଟର୍ମିନାଲ

ଭୁବନେଶ୍ୱର : ୫-ଟି ଯୋଜନାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଟ୍ରକ ଟର୍ମିନାଲ । ଏହି ଟର୍ମିନାଲରେ ଟ୍ରକ ପାର୍କିଂ ପାଇଁ ପର୍ଯ୍ୟାପ୍ତ ଜାଗା ରହିବ । ଖାଲି ପାର୍କିଂ ନୁହେଁ, ଏହା ସହ ସର୍ଭିସିଂ, ଗ୍ୟାରେଜ, ସ୍ପେୟାର ପାର୍ଟସ ଦୋକାନ, ଗୋଦାମ, ଡ୍ରାଇଭର ଓ କର୍ମଚାରୀଙ୍କ ପାଇଁ ବିଶ୍ରାମ ଗୃହ,

ଶ୍ରୀମନ୍ଦିର ସୁରକ୍ଷା ଲାଗି କେଉଁ ପ୍ରକାର ପଦକ୍ଷେପ ନିଆଯାଇଛି, କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦିଅ : ହାଇକୋର୍ଟ

କଟକ : ଶ୍ରୀମନ୍ଦିର ସୁରକ୍ଷା ପାଇଁ କେଉଁ ପ୍ରକାରର ପଦକ୍ଷେପ ନିଆଯାଇଛି ? ଜଗମୋହନ ସମେତ ଅନ୍ୟାନ୍ୟ ମରାମତି କାର୍ଯ୍ୟର ସ୍ଥିତି କଣ ଅଛି ? ମନ୍ଦିର ସୁରକ୍ଷାକୁ ନେଇ ଆଉ କଣ କରାଯାଇପାରିବ ? କ୍ଷେତ୍ର ପରିଦର୍ଶନ କରି ସେ ସମ୍ପର୍କିତ ବିସ୍ତୃତ ବିବରଣୀ ପ୍ରସ୍ତୁତ କରିବା ପାଇଁ କୋର୍ଟମିତ୍ର ବା

ସୌମ୍ୟଜିତ୍‌ଙ୍କ ମାନସିକ ସ୍ଥିତି ଠିକ୍ ନାହିଁ, ସେ ପୁରା ଜେରାର ସମ୍ମୁଖୀନ ହୋଇଛନ୍ତି- ଭୁବନେଶ୍ୱର ଡିସିପି

ଭୁବନେଶ୍ୱର : ଆତ୍ମହତ୍ୟା ଘଟଣା ପରେ ପ୍ରଥମ ଦିନରେ ପୁରୁଷ ବନ୍ଧୁଙ୍କୁ ପଚରାଉଚରା କରାଯାଇଥିଲା । ସମସ୍ତ ପ୍ରଶ୍ନର ଜେରାର ସମ୍ମୁଖୀନ ହୋଇଛନ୍ତି ସୌମ୍ୟଜିତ୍ ମହାପାତ୍ର ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଶ୍ଵେତାଙ୍କ ବାପା ପରିବାର ଲୋକଙ୍କ

ଟ୍ରକ୍ ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଓ ଛୁଆ ଆହତ

ବ୍ରହ୍ମପୁର : ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକ ଠାରେ ବୁଧବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକକୁ ଟ୍ରକ୍ ଧକ୍କା ଦେବାରୁ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା ବେଳେ ସ୍ବାମୀ ଓ ଛୁଆ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ

ଅସୁରକ୍ଷିତ ହୀରାକୁଦ ଡ୍ୟାମ୍, ସୁରକ୍ଷା ନେଇ ଚିଫ୍ ଇଞ୍ଜିନିୟରଙ୍କ ରିପୋର୍ଟ ତଲବ

ଅସୁରକ୍ଷିତ ହୀରାକୁଦ ଡ୍ୟାମ୍ । ଡ୍ୟାମର ସୁରକ୍ଷା ନେଇ ଚିଫ୍ ଇଞ୍ଜିନିୟରଙ୍କ ରିପୋର୍ଟ ତଲବ । ହୀରାକୁଦ ସ୍ପିଲୱେରେ ଫାଟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଡ୍ୟାମ ସେଫ୍ଟି ଚିଫ୍ ଇଂଜିନିୟର । ଏହି ଫାଟ ଚିନ୍ତାର ବିଷୟ ଏବଂ ଏହାକୁ ଅନୁଧ୍ୟାନ ନିଆଯିବାର ଆବଶ୍ୟକତା ରହିଛି ବୋଲି ଚିଠି

ମାଟିରେ ମିଶିବ ବାଦାମବାଡ଼ି ବାଣିଜ୍ୟକର ବିଭାଗର ୭୨ କ୍ବାର୍ଟର୍ସ

କଟକ: ମାଟିରେ ମିଶିବ ବାଦାମବାଡ଼ି ନ୍ୟୁ ଏଲ୍ଆଇସି କଲୋନିସ୍ଥିତ ବାଣିଜ୍ୟ କର ବିଭାଗର ୭୨ କ୍ବାର୍ଟର୍ସ। ଏହା ବଦଳରେ ବାଣିଜ୍ୟ କର ଜୋନ୍ କାର୍ଯ୍ୟାଳୟ ପାଇଁ ନିର୍ମାଣ ହେବ ଅତ୍ୟାଧୁନିକ ପ୍ରାସାଦ। ଏସଂକ୍ରାନ୍ତରେ ବାଣିଜ୍ୟ କର ଓ ଦ୍ରବ୍ୟ ଏବଂ ସେବା କର ବିଭାଗ ପକ୍ଷରୁ ବିଧିବଦ୍ଧ