ରଘୁନାଥପୁର ଛକ ନିକଟରେ ବାଇକ ଓ ଟ୍ରକ ଧକ୍କା : ୩ ଗୁରୁତର

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକ ନିକଟ ଜାତୀୟ ରାଜପଥରେ ଏକ ଟ୍ରକ କୁ ଧକ୍କା ଦେଲା ବାଇକ l ଫଳରେ ବାଇକ ରେ ବସିଥିବା 3 ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି l ଗୁରୁତର 3 ଜଣ ଯୁବକ ଙ୍କ ପରିଚୟ ମିଳିନଥିବା ବେଳେ ଟ୍ରକ ଟି ଘଟଣା ସ୍ତଳରୁ ଚାଲିଯାଇଥିବା ସୂଚନା ମିଳିଛି l

ବ୍ଳକ କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ହିଂଜିଳିକାଟୁ ୨୧ା୮ : ହିଂଜିଳିକାଟୁ ବ୍ଳକର ୪ଜଣ ବରିଷ୍ଠ କିରାଣୀ ଦିବାକର ପୂଜାରୀ, ଗୋପାଳ ରେଡ଼ି, ସୁଜିତ ସାହୁ, ଜଗନ୍ନାଥ ପାଢ଼ି , ୨ସହକାରୀ କନିଷ୍ଠ ଯନ୍ତ୍ରୀ ସୀମାଂଚଳ ଦାଶ, ସୁଶୀଳ ପଣ୍ଡା ଓ ୯ ପଂଚାୟତ କାର୍ଯ୍ୟକାରିଣୀ ଅଧିକାରୀଙ୍କୁ ଅନ୍ୟ ବ୍ଳକକୁ ବଦଳି ହୋଇଛି । ଏହି ପରିପ୍ରେକ୍ଷୀରେ

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଦାରିଙ୍ଗବାଡ଼ି (୨୧/୮) : ଦାରିଙ୍ଗବାଡ଼ି ବଜାରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ମହିଳା ସଭାନେତ୍ରୀ ରୁଦା ମଳିକଙ୍କ ନେତୃତ୍ୱ କ୍ରମେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଦିନ କୁ ଦିନ ସମସ୍ତ ଦ୍ରବ୍ୟର ଅହେତୁକ ଭାବେ

ଜାଲ ପ୍ରମାଣପତ୍ର ଦେଇ ଚାକିରୀ କରିବା ଏବଂ କରାଇବା ପଡିଲା ମହଙ୍ଗା : ତିନି ଯୁବକ ଗିରଫ

ବ୍ରହ୍ମପୁର : ସେନାରେ ଭର୍ତ୍ତି ହେବା ପାଇଁ ଜାଲ ପ୍ରମାଣ ପତ୍ର ଦେଇଥିବା ଅଭିଯୋଗ ରେ ଗୋପାଳପୁର ଥାନା ପୋଲିସ ତିନି ଜଣ କୁ ଗିରଫ କରିଛି l ସେମାନେ ହେଲେ ଗୋଳନ୍ଥରା ଥାନା ଅଧୀନରେ ଥିବା ସୁଭାନୀ ଗ୍ରାମ ର ବୋରା ଲୋକେଶ , ବୋରା ଉମାପତି ରେଡି ଏବଂ ଜାଲ ପ୍ରମାଣ ପତ୍ର ତିଆରି କରୁଥିବା ଦୋକାନୀ

୮୧ତମ ମାଥିଲି ଗୁଳିକାଣ୍ଡ ଶହୀଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୁଳିକାଣ୍ଡ ଦିବସ ପାଳିତ

ମାଲକାନଗିରି (୨୧/୦୮) : ମାଲକାନଗିରିର ଗାନ୍ଧୀ ଶହୀଦ ଲକ୍ଷ୍ମଣ ନାୟକ ତଥା ମାଥିଲି ଗୁଳିକାଣ୍ଡର ଶହୀଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିସରରେ ୮୧ ତମ ମାଥିଲି ଗୁଳିକାଣ୍ଡ ଦିବସ ପାଳିତ ହୋଇଯାଇଛି।ଏହି ଏତିହାସିକ ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ

କନ୍ଧମାଳ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଫୁଲବାଣୀ (୨୧/୦୮) : କନ୍ଧମାଳ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ଜିଲ୍ଲା ବରିଷ୍ଠ ସଚେତନ ନାଗରିକ ସଂଘ ଓ ମହାନଦୀ ଚକ୍ଷୁ ଚିକିତ୍ସାଳୟ, ସୋନପୂରର ମିଳିତ ଆନୁକୁଲ୍ୟରେ ଚଳିତ ଅଗଷ୍ଟ ମାସ ୨୧ ତାରିଖ (ରବିବାର) ଆଜି ଫୁଲବାଣୀ ସହର ସ୍ଥିତ ନାରାୟଣୀ ଯାତ୍ରା ମଣ୍ଡପ ଠାରେ ଏକ ମାଗଣା ଚକ୍ଷୁ

ବନ୍ୟାପ୍ରଭାବିତ ଅଂଚଳ ବୁଲିଦେଖିଲେ ବାଲିଗୁଡା ବିଧାୟକ ଚକ୍ରମଣି କହଁର

ଫୁଲବାଣୀ/ବାଲିଗୁଡା:- ବନ୍ୟାଞ୍ଚଳ ଗସ୍ତରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ।ଦୁର୍ଦ୍ଧିନ ସମୟରେ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ଚେଷ୍ଟାଜାରି ରଖିଛନ୍ତି ବିଧାୟକ କହଁର l ଚାରିଦିନ ଧରି ଅହରହ ବର୍ଷାରେ ଜିଲାର ପ୍ରାୟ ୩ ଶହରୁ ଉର୍ଦ୍ଧ୍ଵ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ସରକାରୀ ସହାୟତା ଅପେକ୍ଷାରେ କ୍ଷୟକ୍ଷତି ସଦସ୍ୟ

ଦାରିଙ୍ଗବାଡି (୨୧/୮) : ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାରିଗୁଡା ଗ୍ରାମର ଦିବାକର ବଳିୟାରସିଂଙ୍କ ଘର କାନ୍ଥ ୨୦ ତାରିଖ ଲଗାଣ ବର୍ଷାରେ ସନ୍ଧ୍ୟା ୬ଟା ସମୟରେ ଭୁଶୁଡି ପଡିଥିବା ଖବର ହସ୍ତଗତ ହୋଇଛି। ସନ୍ଧ୍ୟା ସମୟରେ ଭୁଶୁଡି ଗଲା ରାତ୍ର ଶୋଇଥିବା ବେଳେ

ଲଗାଣ ବର୍ଷାରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ବେହାଲ

ଦାରିଙ୍ଗବାଡ଼ି (୨୧/୮) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୮ସୁଦ୍ଧା ୫୩ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବ୍ଳକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପ୍ରବଳ ବର୍ଷା ଯୋଗୁ ତିଲୋରୀ ପଞ୍ଚାୟତ

ଗଂଜାମ ଜିଲା ବିଶ୍ୱକର୍ମା ସମାଜ ମହାଅଧିବେଶନ ନୂତନ କାର୍ଯ୍ୟକାରିଣୀ ଗଠିତ

ହିଂଜିଳିକାଟୁ (୨୧ା୮) : ଗଂଜାମ ଜିଲ୍ଲା ବିଶ୍ୱକର୍ମା ସମାଜର ପ୍ରଥମ ମହା-ଅଧିବେଶନ ହିଂଜିଳିକାଟୁ ନିକଟ ଶ୍ୟାମଳାଇ ମନ୍ଦିର ପରିସରରେ ରବିବାର ପୂର୍ବଖଣ୍ଡ ତାଲୁକା ସଭାପତି ତଥା ମହାଅଧିବେଶନ ପରିଚାଳନା କମିଟି ଅଧ୍ୟକ୍ଷ ଅଜୟ କୁମାର ମହାରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅଧିବେଶନରେ