କିଶନ ନଗର ଥାନା ସମ୍ମୁଖରେ ଆତ୍ମାହୁତି ଘଟଣା, ଥାନା ଅଧିକାରୀ ନିଲମ୍ବିତ

କଟକ: ସାଲେପୁର କିଶନ ନଗର ଥାନା ସମ୍ମୁଖରେ ଆତ୍ମାହୁତି ମାମଲାରେ ଥାନା ଅଧିକାରୀ ସସ୍ମିତା ନିଲମ୍ବିତ । ପୋଲିସ ଡିଜି ସୁନୀଲ ବଂଶଲ ଥାନା ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି । ଦାୟିତ୍ବରେ ଅବହେଳା ଦର୍ଶାଇ DGP ତାଙ୍କୁ ନିଲମ୍ବନ କରିଥିବା ଜଣାପଡିଛି । ଗତ ମଙ୍ଗଳବାର କଟକ କିଶନ ନଗର

ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ। ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ ହେବ। ଏହାପରେ ସକାଳ ୯ଟାରୁ ୧୦ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ହେବ। ବିଶେଷ ନୀତି ସକାଶେ

ତାରିଣୀ ବସ୍ତ୍ରାଳୟରେ ଜିଏସ୍‌ଟି ପକ୍ଷରୁ ରେଡ୍‌

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟରେ ଜିଏସ୍‌ଟି ପକ୍ଷରୁ ଚାଲିଛି ରେଡ୍ । ବସ୍ତ୍ରାଳୟର ସୋ ରୁମ୍, ଗୋଦାମ ଘର, କେଦାର ଲେନ୍ ଏବଂ ବନମାଳୀପୁରରେ ଥିବା ବାସଭବନରେ ରେଡ୍ ଚାଲିଛି। ଏହି ଚଢାଉରେ ୨୦ ଜଣ ଅଧିକାରୀ ସାମିଲ ଥିବା ଜଣାପଡିଛି। ଜିଏସଟି

ଶିଶୁସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଫୁଲବାଣୀ (୨୮/୬) : ମଙ୍ଗଳବାର ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେନୂତନ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଉପସ୍ଥିତିରେ ଶିଶୁସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ରଶ୍ମିତା କରଣ ଶିଶୁ ସୁରକ୍ଷା ନେଇ ଜିଲ୍ଲାରେ ଚାଲିଥିବା ପିଏମକେଆର,

ଜବତ ବ୍ରାଉନସୁଗାରକୁ ନଷ୍ଟ କଲା ଏସଟିଏଫ

ଖୋର୍ଦ୍ଧା: ବିଗତ କିଛି ବର୍ଷ ହେଲା ଓଡିଶା ପୋଲିସ୍ ଦ୍ୱାରା ନିଶା କାରବାର ବିଶେଷ ଭାବରେ ଗଞ୍ଜେଇ ଏବଂ ବ୍ରାଉନ୍ ସୁଗାର ବିରୁଦ୍ଧରେ ବ୍ୟାପକ ଅଭିଯାନ ଜାରି ରହିଛି। ଏହି ସମୟରେ ଜବତ ହେଉଥିବା ନିଶା ଜାତୀୟ ଦ୍ରବ୍ୟଗୁଡ଼ିକ ବିଭିନ୍ନ ଥାନା ଏବଂ କୋର୍ଟ ମାଲଖାନାରେ ଠୁଳ ହୋଇ ରହିଛି।

ଆନ୍ତର୍ଜାତିକ ବଜ୍ରପାତ ସୁରକ୍ଷା ସପ୍ତାହ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଳିତ

ଭୁବନେଶ୍ବର : ଆନ୍ତର୍ଜାତିକ ବଜ୍ରପାତ ସୁରକ୍ଷା ସପ୍ତାହ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ବିଭିନ୍ନ ପ୍ରଚାର, ସଚେତନତା ସମ୍ପର୍କିତ କାର୍ଯ୍ୟକ୍ରମ ହୋଇଯାଇ ଥିଲା । ଇଣ୍ଟର-ସ୍କୁଲ କୁଇଜ଼ , ଚିତ୍ରାଙ୍କନ, ବକୃତା ଏବଂ ଅନେକ ସଚେତନତା ବଜ୍ରପାତ

ଦନ୍ତାହାତୀ କଙ୍କାଳ ମିଳିବା ଘଟଣାରେ ଫେରାର ଥିବା ରେଞ୍ଜ ଅଫିସର ନିଲମ୍ବିତ

ଅନୁଗୁଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ହାତୀ ଦାନ୍ତକୁ ନେଇଯାଇ ମାଟିତଳେ ଦନ୍ତା ହାତୀକୁ ପୋତି ଦେବା ଘଟଣାରେ ସ୍ଥାନୀୟ ରେଞ୍ଜ ଅଫିସର ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ନିଲମ୍ବନ କରା ଯାଇଛି । ଆଜି ଏ ନେଇ ପିସିସିଏଫ ଶଶି ପୌଲ ସୂଚନା ଦେଇଛନ୍ତି । ପୂର୍ବରୁ ତିନି ଜଣ ୱାଚରଙ୍କୁ ଗିରଫ କରା

ରଥଯାତ୍ରା ପ୍ରସ୍ତୁତି: ବଡ଼ଦାଣ୍ଡରେ ମକ୍‌ଡ୍ରିଲ

ଭୁବନେଶ୍ୱର: ଆଉ ମାତ୍ର ୨ ଦିନ ପରେ ହେବ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା। ଏଥର କୋଭିଡ କଟକଣା ଉଠିଯାଇଥିବାରୁ ପୁରୀ ରଥ ଯାତ୍ରା ଦେଖିବାକୁ ଦେଶବିଦେଶରୁ ଲକ୍ଷାଧୀକ ଭକ୍ତଙ୍କ ସମାଗମ ହେବ । ରଥ ଯାତ୍ରା ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ତଥା କେହି ଗୁରୁତର ହେଲେ ତାଙ୍କୁ

ଇଂଲଣ୍ଡର ବିଶ୍ବକପ୍ ବିଜୟୀ ଅଧିନାୟକ ଇଅନ ମୋର୍ଗାନ୍ ଙ୍କ ଅବସର

ଲିଡ୍ସ: ଇଂଲଣ୍ଡର ବିଶ୍ବକପ୍ ବିଜୟୀ ଅଧିନାୟକ ଇଅନ ମୋର୍ଗାନ୍ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବେ। ଏଥିନେଇ ମଙ୍ଗଳବାର ଆନୁଷ୍ଠାନିକ ଘୋଷଣା କରିବେ ସେ। ୩୫ ବର୍ଷୀୟ ମୋର୍ଗାନଙ୍କ ନେତୃତ୍ବରେ ଇଂଲଣ୍ଡ ୨୦୧୯ରେ ପ୍ରଥମ ଥର ପାଇଁ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍ ଜିତିଥିଲେ। ତାଙ୍କ

ସଞ୍ଜୟ ରାଉତଙ୍କ ବିବାଦୀୟ ବୟାନ; ବିଶ୍ବାସଘାତକମାନଙ୍କୁ ପୋଷାକ ଖୋଲି ମାଡ଼ ମାରିବା ଉଚିତ୍

ମୁମ୍ବାଇ : ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବାକୁ ପ୍ରସ୍ତୁତ ହେଉଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏବେ ଧୀରେ ଧୀରେ ସତ ହେବାରେ ଲାଗିଲାଣି। ବିଜେପି ଯେଉଁଭଳି ଭାବେ ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ‌ଯୋଗାଉଛି, ସେଥିରୁ ତାହା ପ୍ରମାଣ ହୋଇଛି। ଗତକାଲି କେନ୍ଦ୍ର ସରକାର