ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା, ନିଜ ଆଡୁ ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିଶନ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଜଣେ ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା । ଏହି ଘଟଣାରେ ନିଜ ଆଡୁ ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିଶନ । ପୂର୍ବାଞ୍ଚଳ ଆଇଜିଙ୍କୁ ଅନୁଧ୍ୟାନ କରି ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ସାମ୍ବାଦିକଙ୍କ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ଜବାବ ତଲବ କଲେ ହାଇକୋର୍ଟ, ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି

କଟକ,୮/୪ : ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ମାମଲାରେ ରାଜ୍ୟ ସରକାର ଓ ଏଏସଆଇକୁ ଜବାବ ତଲବ କଲେ ହାଇକୋର୍ଟ। ଶ୍ରୀମନ୍ଦିର ଚାରିପଟେ କଣ ନିର୍ମାଣ ହେଉଛି, କିଏ କରୁଛି ଏବଂ ମନ୍ଦିର ପ୍ରତି ବିପଦ ଅଛି କି ନାହିଁ ସେ ସଂପର୍କରେ ଜବାବ ତଲବ କରିଛନ୍ତି ହାଇକୋର୍ଟ ।

ବିବେକ୍ ରେଡ୍ଡୀ ହେଲେ ବ୍ରହ୍ମପୁର ଡେପୁଟି ମେୟର

ବ୍ରହ୍ମପୁର: ଇ. ବିବେକ ରେଡ୍ଡି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଭାବେ ଆଜି ନିର୍ବାଚିତ ହୋଇଛନ୍ତି। ସେ ୩୪ଟି ଭୋଟ୍ ପାଇ ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଡେପୁଟି ମେୟର ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା କରୁଣାକର ମାତ୍ର ୭ଟି ଭୋଟ୍ ପାଇଥିଲେ।

ଶପଥ ନେଲେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ

ବ୍ରହ୍ମପୁର: ବ୍ରହ୍ମପୁରର ମେୟର ସଂଘମିତ୍ରା ଦଳେଇ ଶୁକ୍ରବାର ଶପଥ ନେଇଛନ୍ତି । ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ନବ ନିର୍ବାଚିତ ମେୟର ସଂଘମିତ୍ରା ଦଳେଇ ପ୍ରଥମେ ଶପଥ ପାଠ କରିଥିଲେ । ପରେ ୪୨ ଜଣ କର୍ପୋରେଟର ଶପଥ ପାଠ କରିଥିଲେ ।

ସାମ୍ୱାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା, ବଦଳିଲେ ଆଇଆଇସି

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଜଣେ ସାମ୍ବାଦିକଙ୍କୁ ମିଛ କେସରେ ଫସାଇ ହସ୍ପିଟାଲରେ ବେଡ଼ି ପକାଇବା ଘଟଣାରେ ଲୋକ ଦେଖାଣିଆ କାର୍ଯ୍ୟାନୁଷ୍ଠାନ । କଡ଼ା କାର୍ଯ୍ୟାନୁଷ୍ଠାନ ବଦଳରେ ଆଇଆଇସିଙ୍କ ବଦଳି । ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସଙ୍କୁ ଅନ୍ୟସ୍ଥାନକୁ ବଦଳି କରାଯାଇଛି ।

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ୍‌, ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କଲେ ବାଣପୁର JMFC

ବାଣପୁର,: ବାଣପୁର ବ୍ଲକ ସମ୍ମୁଖରେ ଜନସାଧାରଣ ଓ ପୋଲିସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢାଇ ଦେଇଥିବା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବର୍ତ୍ତମାନ ବାଣପୁର ସବ ଜେଲରେ ଥିବା ବେଳେ ଆଜି ତାଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ଆସିଛି। ବିଧାୟକଙ୍କୁ ଏକ ପୂର୍ବତନ ମାମଲାରେ ଜାମିନ

ପ୍ରକାଶ ପାଇଲା OSSTET-୨ର ପରୀକ୍ଷା ଫଳ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷକ ଚାକିରି ଆଶାୟୀଙ୍କ ଆପେକ୍ଷାର ଅନ୍ତ ଘଟିଲା । ରାଜ୍ୟରେ ପ୍ରକାଶ ପାଇଲା OSSTET-୨ର ପରୀକ୍ଷା ଫଳ । ଚଳିତବର୍ଷ ହୋଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ୩୮ହଜାର ୪୧୧ଜଣ ପରୀକ୍ଷାର୍ଥୀ । OSSTET ସଫଳତା ହାର ୫୮ଦଶମିକ ୯୯ପ୍ରତିଶତ ରହିଛି । ପେପର- ଓ୍ୱାନ ଓ

ଏସଏଫଡିଆର ଜ୍ଞାନକୌଶଳର ସଫଳ ପରୀକ୍ଷା କଲା ଡିଆରଡିଓ

ବାଲେଶ୍ଵର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ 'ସଲିଡ୍‌ ଫୁଏଲ୍‌ ଡକ୍ଟେଡ୍‌ ରାମଜେଟ୍‌' (ଏସଏଫଡିଆର) ବୁଷ୍ଟର ଜ୍ଞାନକୌଶଳର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କ୍ଷେତ୍ର (ଆଇଟିଆର)ରୁ ୮ ଏପ୍ରିଲ, ୨୦୨୨ରେ ଏହି

ଅସ୍ୱାଭାବିକ ଭାବେ ବଢୁଛି ଶିଶୁ ର ମୁଣ୍ଡ : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ…

ଖଲ୍ଲିକୋଟ : ଦିନକୁ ଦିନ ମାତ୍ର ୬ ମାସର ଶିଶୁ ର ମୁଣ୍ଡ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବା ଫଳରେ ପରିବାର ସଦସ୍ୟ ମାନଙ୍କ ମଧ୍ୟରେ ଚିନ୍ତା ବଢିବା ସହ ଚିକିଛା ପାଇଁ ଅର୍ଥ ବାଧକ ସାଜିଥିବା ଜଣାପଡିଛି l ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବି ଏନ ପୁର ପଂଚାୟତ ର ଲଙ୍ଗଳ ଘାଇ ଗ୍ରାମର ଏକ ହରିଜନ ବସ୍ତି

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ଜେଲ, ୬୦ ହଜାର ଟଙ୍କା ଜରିମାନା…

ଫୁଲବାଣୀ : ଫୁଲବାଣୀ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ତଥା ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍ ଭାସ୍କରଚନ୍ଦ୍ର ସାହୁ ଏକ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୨ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଓ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ପ୍ରସନ୍ନ