ଗାଜା ଯାଉଥିବା ଜାହାଜକୁ ଜବତ କଲା ଇସ୍ରାଏଲ, ଗ୍ରେଟା ଥନବର୍ଗ ଅଟକ

ସ୍ଵିଡେନର ପରିବେଶବିତ ଗ୍ରେଟା ଥନବର୍ଗ ଏବଂ ଅନ୍ୟ ୧୧ ଜଣ ଅନ୍ତର୍ଜାତୀୟସ୍ତରର ସ୍ଵେଚ୍ଛାସେବୀଙ୍କୁ ଅଟକ ରଖିଛି ଇସ୍ରାଏଲ। ଏମାନେ ସମସ୍ତେ ମାନବବାଦୀ ସହାୟତା ଉଦ୍ଦେଶ୍ୟରେ ଜରୁରୀ ସାମଗ୍ରୀ ନେଇ ଗାଜା ଯାଉଥିବାବେଳେ ଇସ୍ରାଏଲ ସେନା ସୋମବାର ସନ୍ଧ୍ୟାରେ ଜାହାଜ ‘ମାଡଲୀନ’କୁ ଜବତ କରିବା ସହିତ

୫ ମାସରେ ଉଡ଼ାଇ ନେଲେଣି ୧୪୪ କୋଟି, ପ୍ରତିଦିନ କୋଟିଏ ଠକୁଛନ୍ତି ସାଇବର୍‌ ଠକ

ଭୁବନେଶ୍ୱର: ରାଜ୍ୟରେ ଅଦୃଶ୍ୟ ଠକଙ୍କ ଆତଙ୍କ ବଢ଼ିବା‌‌ରେ ଲାଗିଛି। ଆଖି ପିଛୁଳାକେ ଖାଲି କରିଦେଉଛନ୍ତି ପୂରା ଆକାଉଣ୍ଟ। ପୁଲିସ୍‌, ସରକାରଙ୍କ ପକ୍ଷରୁ ବାରମ୍ବାର ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଥିଲେ ହେଁ ସାଇବର୍‌ ଠକମାନେ ଗଳା ବାଟ ବାହାର କରି ଦେଉଛନ୍ତି। ନୂଆ ନୂଆ ଉପାୟରେ

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଘଟଣା: ୮ ଗିରଫ

ବାରିପଦା: ଜୁନ୍ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅତିରିକ୍ତ ତହସିଲଦାରଙ୍କୁ ନିର୍ଘାତ ମାଡ଼ ମାରିବା ସହ ପଥର ଛେଚି ତାଙ୍କ କାର୍‌ ଭାଙ୍ଗିବା ଘଟଣାରେ ଆଠ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଡିଆଇଜି (ପୂର୍ବ ରେଞ୍ଜ) ସତ୍ୟଜିତ ନାୟକ ଗଣମାଧ୍ୟମକୁ କହିଛନ୍ତି ଯେ କପ୍ତିପଦାର

ହରିୟାଣା ଜମି ଦୁର୍ନୀତି: ଇଡିରେ ହାଜର ହେଲେ ନି ରବର୍ଟ ଭଦ୍ରା, ପୁଣି ସମନ କଲା ଇଡି

କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ତଥା ବଶିଷ୍ଟ ବ୍ୟବସାୟୀ ରବର୍ଟ ଭଦ୍ରଙ୍କୁ ପୁଣି ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କଥିତ ହରିୟାଣା ଜମି ଦୁର୍ନୀତିରେ ପଚରାଉଚରା ପାଇଁ ଆଜି ଇଡ଼ି ଭଦ୍ରାଙ୍କୁ ହାଜର ହେବାକୁ ନୋଟିସ କରିଥିଲା । କିନ୍ତୁ ଭଦ୍ରା ଅସୁସ୍ଥତା ଦର୍ଶାଇ

ବର୍ଷକ ଭିତରେ ବିଜେପି ସରକାର ନିଜର ସଙ୍କଳ୍ପପତ୍ରରେ ଥିବା ପ୍ରମୁଖ ପ୍ରତିଶ୍ରୁତିକୁ ପାଳନ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶାରେ ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ଅଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍‌: ଦେଶରେ ୨୪ ଘଣ୍ଟାରେ ୩୫୮ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ଦିନ ଦେଶରେ ନୂଆ ୩୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଫଳରେ ଦେଶରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୬, ୪୯୧ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି

ଟ୍ରମ୍ପଙ୍କୁ ନିଶାଣ କଲେ ବିଲାଓ୍ବଲ- କହିଲେ ପାକିସ୍ତାନରେ ଆତଙ୍କବାଦୀ ବୃଦ୍ଧି ପାଇଁ ଆମେରିକା ଦାୟୀ

ଅପରେସନ ‘ସିନ୍ଦୂର’ ପରେ ନିଜ ଦେଶର ପକ୍ଷର ରଖିବା ଲାଗି ଆମେରିକାରେ ପହଞ୍ଚିଥିବା ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲାଓ୍ବଲ ଭୁଟ୍ଟୋ ଆମେରିକାର ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଶାଣ କରି ପାକିସ୍ତାନରେ ଆତଙ୍କବାଦୀ ବୃଦ୍ଧି ପାଇଁ ଆମେରିକା

ଦେବସ୍ନାନ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ : ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନମଣ୍ଡପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରି ହାତୀବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ।

ଭବାନୀପାଟଣା ଜେଲରେ ରାତି କାଟିଲେ ଆଇଏଏସ ଅଫିସର ଧୀମନ ଚକମା

ଭୁବନେଶ୍ୱର: ୨୦୨୧ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ଧିମନ ଚକମା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ଗିରଫ ହେବା ପରେ ଆଇଏଏସ ବାବୁଙ୍କ ନୂଆ ଠିକଣା ପଲଟିଛି ଭବାନୀପାଟଣା ଜେଲ। ଏହି ଜେଲରେ ରାତି କାଟିଛନ୍ତି ଆଇଏଏସ ଅଧିକାରୀ ଧୀମନ ଚକମା। ରାତିରେ ଖାଇଛନ୍ତି ରୁଟି