ରାଜ୍ୟ ମହିଳା ବିଜେଡି ଉପସଭାନେତ୍ରୀ ଅନିମା କହଁର ଖଜୁରୀପଡ଼ା ସମିତି ସଭ୍ୟା ଭାବେ ନିର୍ବାଚିତ

ଫୁଲବାଣୀ : ଗୁଣ ଚିହ୍ନେ ଗୁଣିଆ ସୁନା ଚିହ୍ନେ ବଣିଆ।ଠିକ ସେହିପରି ଅନିମା କହଁରଙ୍କୁ ମଧ୍ୟ ଚିହ୍ନିଚନ୍ତି ଖଜୁରିପଡା ପଞ୍ଚାୟତର ପଞ୍ଚାୟତବାସୀ।ବ୍ଲକ ଅଧ୍ୟକ୍ଷା ଥିବା ସମୟରେ କରିଥିବା ଅଞ୍ଚଳବାସୀଙ୍କ ସେବା ସାହାଯ୍ୟ ସହଯୋଗର ପ୍ରତି ବଦଳରେ ଆଜି ତାର ଫଳ ଦେଇଛନ୍ତି ପଂଚାୟତ ବାସୀ।

ଵୁଧବାର ଆରମ୍ଭ ହେଲା ନାମାଙ୍କନ ଦାଖଲ ପ୍ରକ୍ରିୟା

ହିଞ୍ଜିଳିକାଟୁ (୨/୩) : ଫେବୃଆରୀ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ଓ ୱାର୍ଡ଼ ସଭ୍ୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ। ମାର୍ଚ୍ଚ ୨୬ରେ ହେବ ଭୋଟ ଗଣତି । ପ୍ରଥମ ଥର ପାଇଁ ଅଧ୍ୟକ୍ଷ

CMC ପାଇଁ ଗିରିବାଳା ବେହେରା ହେଲେ କଂଗ୍ରେସର ମେୟର ପ୍ରାର୍ଥୀ

ଭୁବନେଶ୍ବର: କଟକ ନଗର କଂଗ୍ରେସର ସଭାପତି ଗିରିବାଳା ବେହେରା ହେଲେ କଂଗ୍ରେସର ମେୟର ପ୍ରାର୍ଥୀ । କଂଗ୍ରେସ ଭବନରେ ତାଙ୍କ ନାମରେ ଚୂଡ଼ାନ୍ତ ମୋହର ମାରିଲା କଂଗ୍ରେସ । ଏହାପୂର୍ବରୁ ପୌର ନିର୍ବାଚନ ନେଇ କଂଗ୍ରେସ ମାନସ ମନ୍ଥନ କରିଥିଲା । ବୁଧବାର କଂଗ୍ରେସର କୋର କମିଟି ବୈଠକ ବସିଥିଲା

କୋରୁକୋଣ୍ଡାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଵସ୍ଥତା ଓ ପରିମଳ ସଚେତନା ଅଭିଯାନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପୋଗୁରୁକୋଣ୍ଡା ଗ୍ରାମରେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଳ ସଂରକ୍ଷଣ ସ୍ଵସ୍ଥତା ଓ ପରିମଳ ସଚେତନା ରାଲ୍ଲୀ ସ୍ଥାନୀୟ ସ୍କୁଲ ପିଲା ଙ୍କୁ ନେଇ ଆୟୋଜିତ ହୋଇ ଯାଇଛି । ଗ୍ରାମରେ ବିଭିନ୍ନ ନଳକୂପ ପାରିପାର୍ଶ୍ବିକ ଓ ରାସ୍ତାକୁ

ୟୁକ୍ରେନରୁ ଫେରିଲେ ବରଗଡ଼ର ଡାକ୍ତରୀ ଛାତ୍ର ଅନୁପମ କର

ବରଗଡ଼: ବର୍ତ୍ତମାନ ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବାବେଳେ ଏବେ ମଧ୍ୟ ବହୁ ଭାରତୀୟ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି । ଏହାରି ମଧ୍ୟରେ ବରଗଡ଼ ତଲିପଡା ବାସିନ୍ଦା ଜୟ ପ୍ରକାଶ କର ଓ ଦୀପ୍ତି କରଙ୍କ ପୁଅ ଅନୁପମ କର ୟୁକ୍ରେନରୁ ସୁରକ୍ଷିତ ଭାବେ ନିଜ ଜନ୍ମ ମାଟିକୁ ଫେରି

ଭୁବନେଶ୍ବରରୁ ୭ଲକ୍ଷର ଜାଲ୍‌ ନୋଟ୍‌ ଜବତ, ୨ ଗିରଫ

ଭୁବନେଶ୍ବର: ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରୁ ୭ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ ହୋଇଛି । ଡିସିପି ଉମାଶଙ୍କର ଦାଶ ଏନେଇ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଅସଲି ୫ଲକ୍ଷ ଟଙ୍କା ବଦଳରେ ନକଲି ୬ଲକ୍ଷ ଟଙ୍କା ଦିଆଯାଉଥିଲା । ଏମିତି ଢଙ୍ଗରେ ଭୁବନେଶ୍ୱର ମାର୍କେଟରେ ଚାଲୁଥିଲା ନକଲି

ଅର୍ଦ୍ଧ ଦଗ୍ଧ ପିଙ୍କିଙ୍କ ଚିକିତ୍ସା ଲାଗି ସହାୟତାର ହାତ ବଢ଼ାଇଲେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ

ଦାରିଙ୍ଗବାଡି(୦୨/୦୩) : କନ୍ଧମାଳ ଜିଲ୍ଲା ଦାରିଙ୍ଗ ବାଡ଼ି ବ୍ଲକ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ତ ଗଡମା ଗ୍ରାମର ମୃତୁଞ୍ଜୟ ମଲିକଙ୍କ ଦଶମ ସାରାଂଶ-୧ ଲେଖିଥିବା ଝିଅ ପିଙ୍କି ମଲିକ କୌଣସି କାରଣ ବଶତଃ ଗତ ଜାନୁୟାରୀ ୨୩ ରଖରେ ପୋଡି ଗଲା। ଅର୍ଥର ଅଭାବ ହେତୁ ପ୍ରାୟ ୧୦ ଦିନ କଟକ

ଶିଶୁଙ୍କ ପ୍ରବେଶରେ ହସି ଉଠିଲା ବିଦ୍ୟାଳୟ

ଫୁଲବାଣୀ: କଥାରେ ଅଛି ଶିଶୁ ହସିଲେ ଜଗତ ହସେ।ଦୀର୍ଘ ଦୁଇବର୍ଷ ପରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସୋମବାର ଠାରୁ ଶିକ୍ଷା ଅନୁଷ୍ଠାନ ଖୋଲିଛି। ଛାତ୍ରଛାତ୍ରୀ ନିଜ ନିଜ ବିଦ୍ୟାଳୟକୁ ନିୟମିତ ଯାଇ ଅଫ ଲାଇନରେ ପାଠ ପଢ଼ିବେ, ସାଙ୍ଗସାଥୀଙ୍କ ସହ ଖେଳକୁଦ କରିବେ ନିଜ ଶିକ୍ଷୟିତ୍ରୀ

କୋଣାର୍କ ଏକ୍ସପ୍ରେସରୁ ୩୨ କେଜି ସୁନା ଜବତ

ଭୁବନେଶ୍ବର: ୧୬ କୋଟି ଟଙ୍କାର ସୁନା ଜବତ. ଜବତ କଲା ଜିଆର୍‌ପି । ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସରେ ଆସୁଥିଲା ସୁନା । ସୁନା ସହ ୪ଙ୍କୁ ଅଟକ ରଖିଛି ଜିଆରପି । ସୂଚନା ଥାଉକି , କୋଣାର୍କ ଏକ୍ସପ୍ରେସ୍‌ରେ ସୁନା ଆସୁଥିବା ଜିଆର୍‌ପିକୁ ସୂଚନା ମିଳିଥିଲା । ପୂର୍ବ ସୂଚନା ଆଧାରରେ

ଦାରିଙ୍ଗବାଡ଼ି ବଜାର ମୋବାଇଲ ଦୋକାନ ସର୍ଟସର୍କିଟରେ ନିଆଁ ଲାଗିଲା

ଦାରିଙ୍ଗବାଡ଼ି ( ୦୨/୦୩) : କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ସ୍ଥିତ ତିନିଛକରେ ରହିଥିବା ପତି ମୋବାଇଲ ଦୋକାନରେ କୌଣସି କାରଣରୁ ସର୍ଟସର୍କିଟରେ ଦୋକାନରେ ନିଆଁଲାଗିଥିଲା । ମହାଶିବରାତ୍ରି ମହାଦୀପ ଦର୍ଶନ କରି ଶ୍ରଦ୍ଧାଳୁ ଘରକୁ ଫେରିବା ସମୟ ପାଖାପାଖି ଦୁଇ ଘଣ୍ଟା ସମୟରେ ଦୋକାନ