ଜଳିଗଲା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟ

ନୂଆଦିଲ୍ଲୀ : ଦିଲ୍ଲୀରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି। ସାଂସଦ ରହୁଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ନିଆଁ ଲାଗି ବହୁ ଗାଡି ପୋଡି ପାଉଁଶ ହୋଇଯାଇଛି। ଏପରିକି ଆପାର୍ଟମେଣ୍ଟରେ ରହୁଥିବା କିଛି ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। ଏହି ଆପର୍ଟମେଣ୍ଟରେ ଅନେକ ରାଜ୍ୟସଭା ସାଂସଦ ରୁହନ୍ତି।

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲ ଶେଷ, ତେଜସ୍ୱୀ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ପାଟନା: ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି। ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିଲା। ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ଅଂଶୀଦାର ଦଳଗୁଡିକ ଆସନ ବୁଝାମଣା ଆଧାରରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରଥମ ପର୍ଯ୍ୟାୟ

ଆଫଗାନିସ୍ତାନ-ପାକିସ୍ତାନ ଯୁଦ୍ଧ ବନ୍ଦ କରିବେ ଟ୍ରମ୍ପ !

ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବେ ଡୋନାଲ୍ଡ ଟ୍ରମ୍ପ । ଏହାର ସମାଧାନ କରିବା ମୋ ପାଇଁ ବହୁତ ସହଜ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଯୁଦ୍ଧ ବନ୍ଦ କରିବା ସହ ନବମ ଯୁଦ୍ଧ ବନ୍ଦ କରିବା ନେଇ କହିଛନ୍ତି ଟ୍ରମ୍ପ । ଏହାସହିତ

ଆଫଗାନିସ୍ତାନରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୩କ୍ରିକେଟ ମୃତ

ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ । ଏଥିରେ ଆଫଗାନିସ୍ତାନର ୩ଜଣ କ୍ରିକେଟରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶୁକ୍ରବାର ଦିନ ଆଫଗାନିସ୍ତାନର ପକତିକା ପ୍ରୋଭିନ୍ସରେ ଏୟାରଷ୍ଟ୍ରାଇକ କରିଥିଲା ପାକିସ୍ତାନ । ଏଥିରେ ୩ଜଣ ଘରୋଇ କ୍ରିକେଟରଙ୍କ ମୃତ୍ୟୁ ହୋଇଥିବା କହିଛି ଆଫଗାନ

ଶେଖ ହସିନାଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କଲେ ସରକାରୀ ଓକିଲ

ବାଂଲାଦେଶ: ବାଂଲାଦେଶର ବିତାଡିତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି ବାଂଲାଦେଶର ଆନ୍ତର୍ଜାତିକ କ୍ରାଇମ ଟ୍ରାଇବୁନାଲର ମୁଖ୍ୟ ଓକିଲ ମହମ୍ମଦ ତାଜୁଲା ଇସଲାମ। ମହମ୍ମଦ କହିଛନ୍ତି ୨୦୨୪ରେ ଦେଶରେ ହୋଇଥିବା ବିକ୍ଷୋଭ ଓ ଆନ୍ଦୋଳନର ମୁଖ୍ୟ ସୂତ୍ରଧର ହେଉଛନ୍ତି

ଗରିବ ରଥ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି ବଗି

ନୂଆଦିଲ୍ଲୀ: ଶନିବାର ସକାଳେ ଅର୍ଥାତ୍ ଆଜି ଲୁଥିଆନାରୁ ଦିଲ୍ଲୀ ଯାଉଥିବା ଗରିବ ରଥ ଏକ୍ସପ୍ରେସ ଟ୍ରେନରେ ଘଟିଛି ଅଗ୍ନିକାଣ୍ଡ । ଜଳିଗଲା ଟ୍ରେନର ତିନୋଟି ଏସି ବଗି । ସିରହିନ୍ଦ ରେଳ ଷ୍ଟେସନରୁ ଅମ୍ବାଲା ଅଭିମୁଖେ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ସମୟରେ ଏହି ଘଟଣା ଘଟିଛି ।

ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇ ଦିନ ଦୀପାବଳି ଛୁଟି

ଭୁବନେଶ୍ବର: ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇ ଦିନ ଦୀପାବଳି ପାଇଁ ଛୁଟି। ଅର୍ଥାତ୍ ୨୦୨୫ ଅକ୍ଟୋବର ୨୦ ଓ ୨୧ ତାରିଖରେ ଓଡ଼ିଶାରେ ଦୀପାବଳି ଛୁଟି ହେବ। ଦୀପାବଳି ଛୁଟି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। କିନ୍ତୁ ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାର ହୋଇଥିବା ସତ୍ତ୍ବେ ଏହି ଦିନ ଛୁଟି

୨୧ ସୁଦ୍ଧା ଲଘୁଚାପ, ପରେ ଅବପାତ: ‘ବାତ୍ୟା ନେଇ ଜାରି କରାଯାଇ ନାହିଁ ସତର୍କ ସୂଚନା‘

ଭୁବନେଶ୍ଵର : ଆମେରିକାର ଜିଏଫ୍‌ଏସ୍‌ ମଡେଲ ବର୍ତ୍ତମାନ ଏମିତି ଏକ ଆକଳନ କରିଛି, ଯେଉଁଥିରେ ବଙ୍ଗୋପସାଗରରେ ଦୁଇଟି ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଏହା ୧୯୯୯ ମସିହା ମହାବାତ୍ୟାର ଇତିହାସକୁ ଦୋହରାଇବ ବୋଲି ଆକଳନ କରାଯାଉଛି। ୨୧ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ

ଦ୍ଵାରଶୁଣି ଘାଟିରେ ଦୁର୍ଘଟଣା, ବସ୍ ଓଲଟି ୨୫ ଆହତ

ବାରିପଦା: ବାଙ୍ଗିରିପୋଷି ଘାଟି ଦୁର୍ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଚିଫ୍ ଫାୟାର ଅଫିସର। ସେ କହିଛନ୍ତି ଓଭରଟେକ୍‌ ପାଇଁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଘାଟି ରାସ୍ତାର ମରାମତି କାମ ଚାଲିଛି । ତେଣୁ ବସ୍‌ଟି ଓଭରଟେକ୍‌ କରିବା ଉଚିତ୍ ନଥିଲା। ବସ୍‌ରେ ୬୦ରୁ ୬୫ ଜଣ ଯାତ୍ରୀ ଥିଲେ।

ସାଇବର ସୁରକ୍ଷା ପାଇଁ ୧୭୦ ଟେକ୍ନିକାଲ ଏକ୍ସପର୍ଟଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ବର: ସମାଜ ପାଇଁ ଆଜି ବଡ ଚ୍ୟାଲେଞ୍ଜ ହୋଇଥିବା ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ହେଉଛି ସବୁଠାରୁ ବଡ ଶକ୍ତିଶାଳୀ ଅସ୍ତ୍ର ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଇବର ସୁରକ୍ଷା ସଚେତନତା ଅଭିଯାନ ୨୦୨୫ର ଶୁଭାରମ୍ଭ ଅବସରରେ କହିଛନ୍ତି । ସୂଚନାଯୋଗ୍ୟ