ଅବଧି ଶେଷ ହୋଇଥିଲେ ଡ୍ରାଇଭିଂ ଲାଇସେନ୍ସକୁ ବୈଧ ବିବେଚନା କରାଯିବନି

ନୂଆଦିଲ୍ଲୀ: ଅବଧି ଶେଷ ହୋଇସାରିଥିବା ଡ୍ରାଇଭିଂ ଲାଇସେନ୍ସକୁ କୌଣସି ପରିସ୍ଥିତିରେ ବୈଧ ବିବେଚନା କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ଜଷ୍ଟିସ ଏହସାନୁଦ୍ଦିନ ଅମନୁଲ୍ଲା ଓ ଜଷ୍ଟିସ ଏସ.ଭି.ଏନ.ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆଗତ

ଇଣ୍ଡିଗୋରେ ପରିଚାଳନାଗତ ବିଭ୍ରାଟ ମାମଲା: ଡିଜିସିଏଙ୍କୁ ତଦନ୍ତ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ: ଚଳିତମାସ ପ୍ରାରମ୍ଭରେ ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋରେ ଯେଉଁ ପରିଚାଳନାଗତ ବିଭ୍ରାଟ ସୃଷ୍ଟି ହୋଇଥିଲା ସେଥିଯୋଗୁଁ ବିଭିନ୍ନ ବିମାନବନ୍ଦରରେ ସହସ୍ରାଧିକ ଯାତ୍ରୀଙ୍କୁ ଅକଥନୀୟ ଦୁର୍ଦଶା ଭୋଗିବାକୁ ପଡିଥିଲା। ଏହି ପରିପ୍ରେକ୍ଷୀରେ ଡିସେମ୍ବର ୫ରେ ବେସାମରିକ ବିମାନ ଚଳାଚଳ

ଭୂକମ୍ପ ଝଟକାରେ ଥରିଲା ତାଇୱାନ, ତୀବ୍ରତା ୭.୦

ତାଇପେଇ : ଭୂକମ୍ପ ଝଟକାରେ ଥରିଲା ତାଇୱାନ ରାଜଧାନୀ ତାଇପେଇ । ଶନିବାର ବିଳମ୍ବିତ ରାତିରେ ତାଇୱାନର ଉତ୍ତର-ପୂର୍ବ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୭.୦ ରହିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୟିଲାନ୍ ଜିଲ୍ଲାରୁ ପ୍ରାୟ ୩୦ କିଲୋମିଟର ଦୂର ସମୁଦ୍ର

ବିଜେଡିର ଯୁବ ଓ ଛାତ୍ର ଶାଖାର ରାଜ୍ୟ କମିଟି କର୍ମକର୍ତ୍ତା ଘୋଷିତ

ଭୁବନେଶ୍ୱର : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ଯୁବ ଓ ଛାତ୍ର ଶାଖାର ରାଜ୍ୟ କମିଟି କର୍ମକର୍ତ୍ତା ଘୋଷଣା କରାଯାଇଛି । ଯୁବ ବିଜେଡିର ୪ ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ମିଶାଇ ୧୬୦ଜଣ କର୍ମକର୍ତ୍ତା ଓ ଛାତ୍ର ବିଜେଡିର ୫ଜଣ କାର୍ଯ୍ୟକାରୀ

୧୯୮୯ ମସିହା ମ୍ୟାଟ୍ରିକ ବ୍ୟାଚର ସମ୍ୱର୍ଦ୍ଧନା ସମାରୋହ ଓ ବାର୍ଷିକ ବନ୍ଧୁମିଳନ ୨୦୨୫

ନୟାଗଡ଼, ୨୮/୧୨ (ନିସର୍ତ୍ତ): ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭୂଦତ୍ତ ପ୍ରଧାନଙ୍କ ଆବାହକତ୍ୱରେ ୧୯୮୯ ମସିହା ମ୍ୟାଟ୍ରିକ ବ୍ୟାଚର ସମ୍ବର୍ଦ୍ଧନା ସମାରୋହ ଓ ବାର୍ଷିକ ବନ୍ଧୁମିଳନ - ୨୦୨୫ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ

ସାମ୍ବାଦିକ ଓ ପୋଲିସଙ୍କର ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚରେ ପୋଲିସ ଏକାଦଶ ବିଜୟୀ

ନୟାଗଡ଼, ୨୮/୧୨ (ନିସର୍ତ୍ତ): ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ମଝିଆ ଖଣ୍ଡ ପଞ୍ଚାୟତ ଅଧିନସ୍ଥ ଗୋଡ଼ି ପୋଖରୀ ଖେଳ ପଡିଆରେ ଓ.ଏନ.ଜି କ୍ରିକେଟ କ୍ଲବ ଆନୁକୁଲ୍ୟରେ ସାମ୍ବାଦିକ ଓ ପୋଲିସର ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଖେଳ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚରେ ପୋଲିସ

ଶ୍ଵଶୁର ଘରୁ ଫେରିବା ବାଟରେ ବିଷ ପିଇଲେ ଦମ୍ପତି, ୫ ବର୍ଷର ପୁଅକୁ ଛାଡ଼ି ଚାଲିଗଲେ ବାପା-ମାଆ

ଅନୁଗୋଳ: ସୀମା ଟପିଗଲା ସ୍ବାମୀ-ସ୍ତ୍ରୀ କଳି। ଶ୍ଵଶୁର ଘରୁ ଫେରିବା ବାଟରେ ବିଷ ପିଇଦେଲେ ଉଭୟେ। ଜଙ୍ଗଲ ଭିତରେ ସାରା ରାତି ଜଗି ରହିଲା ୫ ବର୍ଷର ପୁଅ। ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରୁ। ସୂଚନା ଅନୁସାରେ, ସ୍ବାମୀ ଜଣକ ନିଜ ସ୍ତ୍ରୀ

ନୂଆବର୍ଷରେ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତିକୁ ବିରୋଧ

ପୁରୀ: ଆସନ୍ତା ଜାନୁୟାରୀ ୧ ନୂଆବର୍ଷ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାଯିବ ନିଷ୍ପତ୍ତିକୁ ବିରୋଧ କରାଯାଇଛି। ମହାପ୍ରଭୁଙ୍କୁ କାହିଁକି ଅନିଦ୍ରା ରଖାଯିବ​‌ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମହେଶ୍ଵର ସାହୁ। ଏ ନେଇ ସେ ଗଜପତି ମହାରାଜା, ଆଇନ ମନ୍ତ୍ରୀ

ରଥଯାତ୍ରା ପୂର୍ବରୁ ସରିବ ରତ୍ନଭଣ୍ଡାର ଗଣତି ମଣତି: ଆଇନ ମନ୍ତ୍ରୀ

ଭୁବନେଶ୍ଵର: ରତ୍ନଭଣ୍ଡାର ଗଣତି ମଣତି ନେଇ ଏସ୍‌ଓପି ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଗଣତି ମଣତି ନେଇ ଏସ୍‌ଓପି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉଚ୍ଚସ୍ତରୀୟ କମିଟିରେ ଏନେଇ ଆଲୋଚନା ହୋଇଛି। କମିଟି ଏକ ପୂର୍ଣ୍ଣ୍ରାଙ୍ଗ ଏସ୍‌ଓପି ସରକାରଙ୍କ

ଶିଖରଚଣ୍ଡୀ ପାହଡ଼ରେ ଦୁଇ ଦନ୍ତା, ଫେରିଲେ ପର୍ଯ୍ୟଟକ

ଭୁବନେଶ୍ଵର: ଫିକା ପଡ଼ିଲା ରବିବାର। ଭୁବନେଶ୍ୱର ଶିଖରଚଣ୍ଡୀ ପାହଡ଼ରେ ଦୁଇ ଦନ୍ତା ହାତୀ ଥିବାରୁ ଆଜି ପର୍ଯ୍ୟଟକ ମାନଙ୍କ ପାଇଁ ଶିଖରଚଣ୍ଡୀ ବନ୍ଦ ରହିଛି। ରବିବାର ଥିବାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସି ଫେରି ଯାଉଛନ୍ତି। ସୂଚନା ମୂତାବକ ଗତ ତିନି ଦିନ ହେବ ଦୁଇଟି ବଡ ଦନ୍ତା ହାତୀ