ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନରେ ଉତ୍ତେଜନା

ସୁବର୍ଣ୍ଣପୁର : ଭୁଲ ଇଞ୍ଜେକ୍ସନ ଯୋଗୁ ରୋଗୀ ମୃତ୍ୟୁ ନେଇ ହୋଇଛି ଅଭିଯୋଗ । ଫଳରେ ଡାକ୍ତରଖାନରେ ଉତ୍ତେଜନା ସୃଷ୍ଟି ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ଦେଖାଯାଇଛି ଏହି ଅଭାବନୀୟ ଘଟଣା । ପାଣିସିଆଲି ଗାଁର ପ୍ରଶାନ୍ତ ତ୍ରିପାଠୀଙ୍କ ଦେହ ଅସୁସ୍ଥ ହେବାରୁ ସୋନପୁର

ଅଙ୍ଗନବାଡ଼ି ପିଲାଙ୍କ ଖାଇବାରେ ଝିଟିପିଟି, ୭ ରୁ ଅଧିକ ଛାତ୍ର ଗୁରୁତର

ସୋରୋ : ପିଲାଙ୍କ ଖାଇବାରେ ଝିଟିପିଟି । ୭ ରୁ ଅଧିକ ଛାତ୍ର ଗୁରୁତର । ଅଙ୍ଗନବାଡ଼ି ପିଲାଙ୍କ ଖାଦ୍ୟରେ ଝିଟିପିଟି ପଡି ୭ ରୁ ଉର୍ଦ୍ଧ୍ବ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ସିମୁଳିଆ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ପିଲା

ବନ୍ୟାରେ ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ ମିଳିବ ୧.୨ ଲକ୍ଷ ଟଙ୍କାର କ୍ଷତିପୂରଣ

ଭୁବନେଶ୍ୱର : ବନ୍ୟାରେ ୨୨ ଜିଲ୍ଲାର ୮୫ ବ୍ଲକ, ୧୫ ସହରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା କ୍ଷୟକ୍ଷତି ନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସାଢ଼େ ୮ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ରିଲିଫ କାର୍ଯ୍ୟ ଜାରି

ୟୁନେସ୍କୋ ତାଲିକାରେ ରଥଯାତ୍ରାକୁ ସାମିଲ କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୟୁନେସ୍କୋ ତାଲିକାରେ ରଥଯାତ୍ରା ପାଇଁ ସ୍ଥାନ । କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ପୁରୀ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ୟୁନେସ୍କୋର ‘ଇଣ୍ଟାଞ୍ଜିବଲ୍ କଲଚରାଲ୍ ହେରିଟେଜ୍ ଅଫ୍ ହ୍ୟୁମାନିଟି’ ତାଲିକାରେ ସାମିଲ କରିବା ପାଇଁ ଓଡ଼ିଶା ସରକାର

ମହିଳାଙ୍କୁ ଟାଣି ନେଲା କୁମ୍ଭୀର, ମିଳୁନି ପତ୍ତା

କେନ୍ଦ୍ରାପଡା : ମହିଳାଙ୍କୁ ଟାଣିନେଲା କୁମ୍ଭୀର । ନିଖୋଜ ମହିଳା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ଦାମୋଦର ପାଟଣାର ଶୁଚିସ୍ମିତା ଦାସ । ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି । ଦୀର୍ଘ ସମୟ ଧରି ମହିଳା ନିଖୋଜ ରହିଥିବାରୁ

​ରାଉରକେଲାରେ ଡକାୟତି ଉଦ୍ୟମ ପଣ୍ଡ: ୫ ଗିରଫ, ମାରାତ୍ମକ ଅସ୍ତ୍ରଶସ୍ତ୍ର ଜବତ

​ବୀରମିତ୍ରପୁରରୁ : ରାଉରକେଲା ପ୍ଲାଣ୍ଟସାଇଟ୍ ଥାଣା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ରାତି ପାଟ୍ରୋଲିଂ ସମୟରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ଏକ ବଡ଼ ଡକାୟତି ଉଦ୍ୟମକୁ ସଫଳତାର ସହ ପଣ୍ଡ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମିଳିଥିବା ସୂଚନା

​NH-143 ମରାମତି ପାଇଁ ୫ ଦିନର ଅଲ୍ଟିମେଟମ୍: କାର୍ଯ୍ୟ ଆରମ୍ଭ ନହେଲେ ରାସ୍ତାରୋକ ଚେତାବନୀ ଦେଲେ ବିରମିତ୍ରପୁର ବିଧାୟକ

​ବିରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଦେଇ ଯାଇଥିବା NH-143 ର ଶୋଚନୀୟ ଓ ବିପଦପୂର୍ଣ୍ଣ ଅବସ୍ଥାକୁ ନେଇ ସ୍ଥାନୀୟ ବିଧାୟକ ଶ୍ରୀ ରୋହିତ ଜୋସେଫ ତିର୍କୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ

PMAY ତାଲିକାକୁ ନେଇ ତେଜିଲା ବିବାଦ, ଅଧିକାରୀଙ୍କୁ ତାଗିଦ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର : ସରକାରୀ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ତାଗିଦ ବିବାଦ। କୃଷ୍ଣଚନ୍ଦ୍ର ପାତ୍ରଙ୍କ ବିରୋଧରେ ଅଭିଯୋଗ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଆଚରଣକୁ କେନ୍ଦ୍ର କରି ରାଜ୍ୟରେ ବିବାଦ

ବନ୍ୟା ସ୍ଥିତି ପରଖିଲେ ଜିଲ୍ଲାପାଳ, ୯ ପଞ୍ଚାୟତରେ ସ୍କୁଲ ଛୁଟି

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ୯ ପଂଚାୟତରେ ସ୍କୁଲ ଛୁଟି । ବନ୍ୟାକୁ ଦୃଷ୍ଟିରେ ରଖି ଆରଡ଼ି, ନାନ୍ଦପୁର, ସୁନ୍ଦରପୁର, ଓଳଗ, ମାଧପୁର, ଭୂଇଁବୃତୀ, ଖେରଙ୍ଗ, ନାଲଗୁଣ୍ଡା, ତେନ୍ତୁଳିଡ଼ିହି,ପଂଚାୟତରେ ସ୍କୁଲ ଛୁଟି କରାଯାଇଛି। ଗତକାଲି ଚାନ୍ଦବାଲି ବ୍ଳକର ବିଭିନ୍ନ

ଶ୍ରାବଣ ସୋମବାରରେ ମହାନଦୀରୁ ପାଣି ଉଠାଇବା ବେଳେ ବୁଡିଗଲା ପୁଅ, ଉଦ୍ଧାର କରିବାକୁ ଯାଇ ବାପା ମୃତ

ପାରାଦ୍ବୀପ: ଶ୍ରାବଣ ସୋମବାର ପାଇଁ ପାଣି ଭାର ନେଇ ଯିବା ନିମନ୍ତେ ମହାନଦୀକୁ ଯାଇଥିଲେ। ସେଠାରେ ହଠାତ୍‌ ନଦୀରେ ଗୋଡ଼ ଖସି ଭରାନଈକୁ ଭାସିଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ବାପା ନଦୀଗର୍ଭରେ ହଜି ଯାଇଛନ୍ତି। ମୃତକ ଜଣକ ହେଲେ ପାରାଦ୍ୱୀପ ଲକ୍ ଥାନା ନିମିଢିହି ଗ୍ରାମର ଇଶ୍ଵର ବାରିକ।