ଚିକିତ୍ସା ଅବହେଳାରୁ ପିଲାର ମୃତ୍ୟୁ, ଡାକ୍ତରଖାନା ଆଗରେ ମୃତଦେହ ରଖି ମା’ର ପ୍ରତିବାଦ

ଭୁବନେଶ୍ବର: ଭୁବନେଶ୍ବର ଶିଶୁଭବନ ଛକରେ ରାସ୍ତା ଉପରେ ମୃତଦେହ ରଖି ମାଆ ପ୍ରତିବାଦ କରିବା ଆରମ୍ଭ କରିଛି । ଚିକିତ୍ସା ଅବହେଳାରୁ ଛୁଆକୁ ମାରିଦେଇଥିବା ଅଭିଯୋଗ ହୋଇଛି । ଅଙ୍କୁରା ହସ୍ପିଟାଲ ସାମ୍ନାରେ ଛୁଆର ମୃତଦେହ ରଖି ପ୍ରତିବାଦ କରିଛନ୍ତି। ଡାକ୍ତର ଓ ହସ୍ପିଟାଲ ବିରୋଧରେ

ବନ୍ୟାରେ ୮ ଲକ୍ଷ ଲୋକ ପ୍ରଭାବିତ, ସମୀକ୍ଷା ପରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବନ୍ୟାରେ ୮ ଲକ୍ଷ ଲୋକ ପ୍ରଭାବିତ। ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା ପରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୧୨ଟି ବ୍ଲକ ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବନ୍ୟାରେ ରାଜ୍ୟର ୮ ଲକ୍ଷ ଲୋକ

ମାଛ ଧରିବାକୁ ଯାଇ ନଦୀରେ ଭାସିଗଲେ ଯୁବକ

ନୂଆପଡ଼ା: ଉଦନ୍ତୀ ନଦୀ ପାଣିରେ ଭାସିଗଲେ ଯୁବକ । ନୂଆପଡ଼ା ଜିଲ୍ଲା ସିନାପାଲି ଉଦନ୍ତି ନଦୀକୁ ମାଛ ଧରିବାକୁ ଯାଇ ଜଣେ ଯୁବକ ପାଣିରେ ଭାସି ନିଖୋଜ ହୋଇଯାଇଥିଲେ । ନିଖୋଜ ଯୁବକ ହେଉଛନ୍ତି ସିନାପାଲି ଥାନା ଅନ୍ତର୍ଗତ ଡୁମେରବାହାଲ ଗାଁ ର ରାଜେଶ କୁମାର ଚିନ୍ଦା। ସୂଚନାନୁଯାୟୀ,

ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର: ପର୍ଯ୍ୟଟନପ୍ରେମୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ତିନି ମାସର ବିରତି ପରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି । ପୁଣିଥରେ ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟ ଓ ବନ୍ୟଜନ୍ତୁଙ୍କୁ ନିକଟରୁ ଉପଭୋଗ କରିବାର ସୁଯୋଗ ପାଇବେ ପର୍ଯ୍ୟଟକ ।

ଜମି ବିବାଦକୁ ନେଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

ପୁରୀ: ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ହତ୍ୟା । ଜମିଜମା ବିବାଦକୁ କେନ୍ଦ୍ର କରି ନୃଶଂସ ହତ୍ୟାକାଣ୍ଡ ଘଟିଛି । ପୁରୀ ଜିଲ୍ଲା ଚନ୍ଦନପୁର ଥାନା ମହାନା ସାହି ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ସେହି ଗାଁର କାଳିଆ ମଲ୍ଲିକ । ମୃତ କାଳିଆଙ୍କ ସହ ଗାଁର ଛବିମନ୍ୟୁ

ବାଲୁଗାଁରୁ ୩୧ କିଲୋ ଗଞ୍ଜେଇ ଜବତ: ୨ ଗିରଫ, କୋର୍ଟ ଚାଲାଣ

ବାଲୁଗାଁ: ଯେତେ ଧରପଗଡ଼ ହେଲେ ବି ଅଞ୍ଚଳରେ ନିଶା ବେପାରୀଙ୍କ ପ୍ରାଦୁର୍ଭାବ ଥମିବାର ନାଁ ନେଉନାହିଁ। ଆଜି ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଦୁଇଟି ପୃଥକ ସ୍ଥାନରେ ଚଢ଼ାଉ କରାଯାଇ ୩୧ କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ

ଚିନ୍ତା ବଢ଼ାଇଲା ସାଳନ୍ଦୀ, ଧାମନଗର-ତିହିଡି-ଚାନ୍ଦବାଲିରେ ବନ୍ୟା ଦୁର୍ଦ୍ଦଶା

ଭଦ୍ରକ : ବୈତରଣୀ କମିଲା, ସାଳନ୍ଦୀ ଚିନ୍ତା ବଢ଼ାଇଲା । ଭଦ୍ରକ ଜିଲ୍ଲାର ୧୧୨ ପଞ୍ଚାୟତ ବନ୍ୟା ପ୍ରଭାବିତ । ୪.୮୨ ଲକ୍ଷ ଲୋକ ବନ୍ୟା କବଳରେ । ୬୦ ହଜାର ଏକରରୁ ଅଧିକ ଚାଷଜମି ଜଳମଗ୍ନ । ବୈତରଣୀର ତଳମୁଣ୍ଡରେ ବନ୍ୟାର ପ୍ରକୋପ । ଧାମନଗର-ତିହିଡି-ଚାନ୍ଦବାଲିରେ ବନ୍ୟା ଦୁର୍ଦ୍ଦଶା । ଗାଁ

ଅଗଷ୍ଟ ୩ରେ ହେବନି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଗଷ୍ଟ ୩ ତାରିଖ ସୋମବାର ଦିନ ସାଧାରଣ ଅଭିଯୋଗ ଶୁଣାଣି ଅଧିବେଶନ କରିବେ ନାହିଁ। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅନୁଯାୟୀ, ସାଧାରଣତଃ ସୋମବାର ଦିନ ହେଉଥିବା ଅଭିଯୋଗ ଶୁଣାଣି ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ

ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କୋରାପୁଟ : ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ 80ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ତପନ କୁମାର ନାୟକ,

ଦନ୍ତା ଆକ୍ରମଣରେ ୨ ମୃତ

କୋଇଡା:ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ । ଦନ୍ତା ଆକ୍ରମଣରେ ୨ ମୃତ । କୋଇଡା ବନାଞ୍ଚଳରେ ଓ ବୀରମିତ୍ରପୁର ଅଞ୍ଚଳରେ ଏହି ଅଘଟଣ ଘଟିଛି । ସୂଚନାଥାଉକି, କୋଇଡା ବନାଞ୍ଚଳର ତେନ୍ତୁଳଡିହି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ସମ୍ବାରୀ ମୁଣ୍ଡା (୬୦) ଓ ତାଙ୍କ ଝିଅ, ନାତୁଣୀ ନିଜ ଘରୁ