ରାଜ୍ୟର ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଛି ୧୪୦୪ ଅଧ୍ୟାପକ ପଦ, ରେଭେନ୍ସାରେ ସର୍ବାଧିକ

ଭୁବନେଶ୍ଵର : ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଛି ଅଧ୍ୟାପକ ପଦ । ବିଧାନସଭା ଅଧିବେଶନରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟର ବିଶ୍ୱବିଦ୍ୟାଳୟରେ ୧୪୦୪ ଅଧ୍ୟାପକ ପଦ ଖାଲିପଡ଼ିଛି । ତା ଭିତରୁ ୨୬୦ ପ୍ରାଧ୍ୟାପକ ପଦ ଖାଲି ପଡ଼ିଥିବାବେଳେ, ୪୫୩ ଆସୋସିଏସ୍ ପ୍ରାଧ୍ୟାପକ,…

ଏମକେସିଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର, ମାଂସ ପିଣ୍ଡୁଳା ବାହାରିଲା ମେରୁଦଣ୍ଡରୁ

ବ୍ରହ୍ମପୁର: ମେରୁଦଣ୍ଡରୁ ବାହାରିଲା ମାଂସ ପିଣ୍ଡୁଳା । ନୂଆ ଜୀବନ ପାଇଲେ ରାୟଗଡ଼ା ରୋଗୀ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର । ବିରଳ ମେରୁଦଣ୍ଡ ଆସ୍ତ୍ରୋପଚାର ହୋଇ ରୋଗୀ ଦେହରୁ ୪ ଇଞ୍ଚର ଟ୍ୟୁମର ବାହାରିଛି । ରାୟଗଡ଼ା କାଶୀପୁର ବ୍ଲକ ଅନ୍ଦିରାକଞ୍ଚ ଗାଁର ବଇଦ…

ସୁପ୍ରିମକୋର୍ଟରେ ମାହାଙ୍ଗା ଡବଲ୍‌ ମର୍ଡର ମାମଲା : ପୁର୍ନବାର ଜବାବ ଦାଖଲ ପାଇଁ ସମୟ ନେଲେ ପ୍ରତାପ ଜେନା

ଭୁବନେଶ୍ଵର : ମହାଙ୍ଗା ଡବଲ୍ ମର୍ଡର ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ପୁର୍ନବାର ପ୍ରତାପ ଜେନା ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି। ରାଜ୍ୟ ସରକାର ମଧ୍ୟ ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି। ୪ ସପ୍ତାହରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଆଉ ଦୁଇ ସପ୍ତାହରେ ପ୍ରତି…

ଗାଁରେ କେହି ନିଶା କାରବାର କଲେ ୨୦ବର୍ଷ ବାସନ୍ଦ ସହ ମୋଟା ଅଙ୍କର ଟଙ୍କା ଫାଇନ ଦେବାକୁ ପଡିବ

ନୂଆପଡା: ମଦ ପିଇ ଗାଁରେ ଗଣ୍ଡଗୋଳ କଲେ ଗଣିବେ ୧୦ହଜାର ଟଙ୍କା ଜରିମାନା । ସାବଧାନ ହୋଇଯା’ନ୍ତୁ ନହେଲେ ପକେଟରୁ ପଇସା ସରିଯିବ । ନୂଆପଡା ଜିଲ୍ଲା କୋମନା ବ୍ଲକ ଗୋହିରାପଦର ଗାଁକୁ ନିଶାମୁକ୍ତ କରିବା ପାଇଁ ଗ୍ରାମବାସୀ ସଂକଳ୍ପ ନେଇଛନ୍ତି । ଗାଁରେ କେହି ନିଶା କାରବାର କଲେ ତାଙ୍କୁ…

ଛାତ୍ରଛାତ୍ରୀ ଭଗବତ ଗୀତା ପାଠ କରିବେ ବିଦ୍ୟାଳୟରେ

ଭୁବନେଶ୍ଵର : ବିଦ୍ୟାଳୟରେ ଭଗବତ୍ ଗୀତା ପାଠ କରିବେ ଛାତ୍ରଛାତ୍ରୀ। ଆଜି ବିଧାନସଭାରେ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ଗୁଡିକରେ ଧାର୍ମିକ, ନୈତିକ ଓ ବୌଦ୍ଧିକ ବିଚାରର  ବିକାଶ ପାଇଁ ଶ୍ରୀମଦ୍ ଭଗବତ୍ ଗୀତାର ପଠନ ଓ ମହତ୍ତ୍ଵର ଚର୍ଚ୍ଚା  ପାଇଁ  ସରକାରଙ୍କ ପ୍ରସ୍ତାବ…

ନୟାଗଡ : ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ…

ନୟାଗଡ଼ , (ନିସର୍ତ୍ତ ନ୍ୟୁଜ୍):ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀଙ୍କ ଆହ୍ବାନ୍ କ୍ରମେ ପ୍ରତି ପଞ୍ଚାୟତ ଓ ଗାଁ ଗାଁ ରେ ଏକ୍ ପେଡ୍ ମା କେ ନାମ୍ ଅର୍ଥାତ୍ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରଣପୁର ବ୍ଲକ୍ ଅନ୍ତର୍ଗତ ରାଜ…

କୋମ୍ବିଂ ଅପରେଶନବେଳେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ: ଯବାନ ଗୁରୁତର…

କନ୍ଧମାଳ: ତା, ୧୮/୦୯ : କନ୍ଧମାଳ-ଗଞ୍ଜାମ ଜିଲା ସୀମା ଠାରୁ ୫ କି.ମି. ଭିତରକୁ କନ୍ଧମାଳ ଜିଲା ରାଇକିଆ ଥାନା ଅନ୍ତର୍ଗତ ଦାଉସର ଜଙ୍ଗଲରେ ଗୁରୁବାର ଏସଓଜି ପକ୍ଷରୁ କୋମ୍ବିଂ ଅପରେଶନ ଚାଲିଥିଲା। ଏହି ସମୟରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଫଳରେ ଜଣେ ଯବାନ ଗୁରୁତର…

ରାୟଗଡ଼ା ନ୍ୟୁ କଲୋନୀ ଶ୍ରୀ ଶ୍ରୀ ମା ଗଜଲକ୍ଷ୍ମୀ ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ରାୟଗଡା : ରାୟଗଡ଼ାର ନ୍ୟୁ କଲୋନୀ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ପୂଜା କମିଟିର ୩୦ତମ ବର୍ଷର ପୂଜା ଆୟୋଜନ ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ ନ୍ୟୁ କଲୋନୀ ସ୍ଥିତ ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି I ଏହି ପୂଜାରେ ଜଗନ୍ନାଥ ସାହୁ କର୍ତ୍ତା ରୂପେ ପୂଜା କାର୍ଯ୍ୟ କରିଥିଲେ…

ରାୟଗଡ଼ା ଏବିଭିପିର ସ୍ଵୟଂଶାସିତ ମହାବିଦ୍ୟାଳୟର ନୂତନ କାର୍ଯ୍ୟକାରିଣୀ ଘୋଷଣା…

ରାୟଗଡା : ତା : ୧୮/୦୯/୨୫ ଚଳିତ ଶିକ୍ଷା ବର୍ଷ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ନୂତନ କାର୍ଯ୍ୟକାରିଣୀ ଘୋଷଣା ହୋଇଯାଇଛି।ସଭାପତି ଭାବେ ଜଗଦୀଶ ନାୟକ ଏବଂ ସମ୍ପାଦକ ଭାବରେ ସୁମିତ ରତ୍ନାଲୁ ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି । ତାସହିତ କନିଷ୍ଠ…

କେରଳରେ ହାଇଆଲର୍ଟ, ୧୯ ଜୀବନ ନେଲାଣି ମାରାତ୍ମକ ଆମିବା ରୋଗ

କେରଳ : କେରଳରେ ହାଇଆଲର୍ଟ । ୧୯ ଜୀବନ ନେଲାଣି ଆମିବା । କେରଳରେ ପ୍ରାଇମାରୀ ଆମିବିକ୍ ମେନିଞ୍ଜୋଏନ୍ସେଫାଲାଇଟିସ୍ ବା PAM ସଂକ୍ରମଣ ବୃଦ୍ଧି ହୋଇଛି । ଆମିବାକୁ ନେଇ ରାଜ୍ୟରେ ହାଇଆଲର୍ଟ ଜାରି କରାଯିବା ସହ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସତର୍କ କରାଯାଇଛି । କେରଳର ବିଭିନ୍ନ…