ନିଶାସକ୍ତ ବହିଷ୍କୃତ ପୁଲିସଙ୍କ ଉନ୍ମତ୍ତ କାଣ୍ଡ

ଅସ୍ତରଙ୍ଗ: ଅସ୍ତରଙ୍ଗରେ ଏକ ବିବାହ ଭୋଜିରେ ନିଶାସକ୍ତ ଅବସ୍ଥାରେ ଚିତ୍ରସେନ ପ୍ରଧାନ ନାମକ ଜଣେ ବହିଷ୍କୃତ ପୁଲିସ କର୍ମଚାରୀ ଉପସ୍ଥିତ ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳିମନ୍ଦ ଓ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି। ବହିଷ୍କୃତ ପୁଲିସ କର୍ମଚାରୀ ଜଣକ ଅସ୍ତରଙ୍ଗ ସରପଞ୍ଚ, ବିଜେପି କର୍ମୀ ଓ ଜଣେ…

ପାକିସ୍ତାନର ୧୬ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ୍, ସୋସିଆଲ ମିଡିଆରେ କରୁଥିଲେ ମିଛ ପ୍ରସାରଣ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ସରକାର କଡ଼ା ପଦକ୍ଷେପ ନେଉଛନ୍ତି । ଗୃହ ମନ୍ତ୍ରଣାଳୟର ସୁପାରିଶ ପରେ ଏବେ ଭାରତ ସରକାର ପାକିସ୍ତାନର ଅନେକ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଛନ୍ତି । ପାକିସ୍ତାନର ୧୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କଲେ ଭାରତ ସରକାର । ଏହି ଚ୍ୟାନେଲ…

ସୃଜନଶୀଳତା ଓ ପ୍ରଗତିର ଭାବନା ନେଇ ନବସୃଜନ ଦିବସ-୨୦୨୫ ପାଳନ କଲା ଟିପିଏସ୍ଓଡିଏଲ୍

ବ୍ରହ୍ମପୁର :  ସୃଜନଶୀଳତା, ସହଯୋଗ ଓ ନିରନ୍ତର ଉଦ୍ଭାବନର ସଂସ୍କୃତିକୁ ପ୍ରୋତ୍ସାହିତ କରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ବ୍ରହ୍ମପୁରସ୍ଥିତ ନିଜର କର୍ପୋରେଟ୍ କାର୍ଯ୍ୟାଳୟରେ ବିଶ୍ୱ ନବସୃଜନ ଦିବସ-୨୦୨୫ ପାଳନ କରିଛି । ‘ଟିଆଣ୍ଡଡି ଇନୋଭେସନ୍…

ବଢିଲା ୨୬/୧୧ ଅଭିଯୁକ୍ତ ତହବୁର ରାଣାର ହାଜତ ମିଆଦ

ନୂଆଦିଲ୍ଲୀ: ୨୬/୧୧ ଆତଙ୍କବାଦୀ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣାର ହାଜତକୁ ଏନଆଇଏ କୋର୍ଟ ୧୨ ଦିନ ପାଇଁ ବୃଦ୍ଧି କରିଛନ୍ତି। ତହୱୁରକୁ ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟରୁ ନିଆଯାଇଥିଲା। ଏଠାକାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) କୋର୍ଟ ତାଙ୍କ ହାଜତ ଅବଧିକୁ ୧୨ ଦିନ ପାଇଁ ବୃଦ୍ଧି…

କନ୍ଧମାଳ ବୈଶାଖୀ ଉତ୍ସଵ ଓ ବାଣିଜ୍ୟ ମେଳା ଉଦଘାଟିତ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କୋରୋନେସନ ପଡିଆ ଠାରେ କନ୍ଧମାଳ ବୈଶାଖୀ ଉତ୍ସଵ ଓ ବାଣିଜ୍ୟ ମେଳା ୨୦୨୫ ଏକ ବର୍ଣ୍ଣାଢ଼୍ୟ ପରିବେଶ ରେ ଉଦଘାଟିତ ହୋଇଛି l ଉତ୍ସଵ କମିଟି ଅଧ୍ୟକ୍ଷ ତଥା ସାମ୍ୱାଦିକ ରାଧାମୋହନ ମହାପାତ୍ର ଙ୍କ ସଭାପତିତ୍ବ ରେ ଆୟୋଜିତ ଉଦଘାଟନୀ ଉତ୍ସଵରେ କନ୍ଧମାଳ…

ଭିସୁଟର ୧୦୦ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ; ୫ ଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ

ବୁର୍ଲା: ସମ୍ବଲପୁର ଜିଲ୍ଲାର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ରେ କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଶୃଙ୍ଖଳା ଆଚରଣକାରୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ କର୍ତ୍ତୃପକ୍ଷ । ଏପ୍ରିଲ ୧୦ରେ ଭିସୁଟର ଜଣେ ଛାତ୍ରୀ ଫିସରି ଅଞ୍ଚଳରେ…

ଜଣେ ପାକିସ୍ତାନୀ ନାଗରିକ ଓଡ଼ିଶା ଛାଡ଼ିସାରିଛନ୍ତି: ପୁଲିସ ଡିଜି

ଭୁବନେଶ୍ବର: ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଜାତୀୟ ସୁରକ୍ଷା ଚିନ୍ତା ବୃଦ୍ଧି ପାଇବା ପାଇଛି। ଓଡ଼ିଶା ସରକାର ରାଜ୍ୟରେ ବେଆଇନ ଭାବରେ ରହୁଥିବା କିମ୍ବା ଅଧିକ ସମୟ ଧରି ରହୁଥିବା ବିଦେଶୀ ନାଗରିକଙ୍କ ବିରୁଦ୍ଧରେ ସତର୍କତା ଅବଲମ୍ବନ କରିବାକୁ କଠୋର ପଦକ୍ଷେପ ନେଇଛନ୍ତି। …

ପାରାଦୀପ ପାଇପ ଷ୍ଟକୟାର୍ଡରେ ନିଆଁ, କୋଟି କୋଟି ଟଙ୍କାର ସ୍କ୍ରାପ ପାଇପ୍ ପୋଡ଼ି ନଷ୍ଟ

ପାରାଦୀପ : ଟେକ୍ନୋମାଉଣ୍ଟ-ମେଣ୍ଟାଲକ୍ରାଫ୍ଟ କମ୍ପାନୀ ପାଇପ ଷ୍ଟକୟାର୍ଡ ରେ ନିଆଁ । ହୁତୁ ହୁତୁ ହୋଇ ଜଳି ଯାଇଛି ପାଇପ୍ । ଘଟଣାସ୍ଥଳରେ ୭ ରୁ ଉର୍ଦ୍ଧ୍ବ ଅଗ୍ନିଶମ ଗାଡ଼ି ନିଆଁକୁ ପାଖାପାଖି ୩ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ କରିବାରେ ସକ୍ଷମ ହୋଇପାରିଥିଲେ। …

ଆତଙ୍କବାଦୀ ଭାବୁଛନ୍ତି ଯେ ଆମେ ପାକିସ୍ତାନ ସହିତ ଯିବୁ, ସେମାନେ ଭୁଲ : ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ସୋମବାର (୨୮ ଏପ୍ରିଲ, ୨୦୨୫) କହିଛନ୍ତି ଯେ କାଶ୍ମୀରବାସୀ ୧୯୪୭ ମସିହାରେ ଦୁଇ ରାଷ୍ଟ୍ର ତତ୍ତ୍ୱକୁ ପାଣିରେ ଫିଙ୍ଗି ଦେଇଥିଲେ ଏବଂ କହିଥିଲେ ଯେ ସେମାନଙ୍କର ଅଞ୍ଚଳ ପାକିସ୍ତାନ ସହିତ ଯିବ ନାହିଁ। ସେ କହିଥିଲେ…

ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ବାଙ୍ଗିରିପୋଷି-ପୁରୀ ଇଣ୍ଟରସିଟି ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍‌ରେ ଏଲଏଚବି କୋଚ୍‌‌ର ଶୁଭାରମ୍ଭ ହୋଇଛି। ସୋମବାର ଠାରୁ ଆରମ୍ଭ ହୋଇଛି ଏହି ଟ୍ରେନ। ଲୋକସଭା ସାଂସଦ ନବ ଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ, ସାରସକଣା…