Browsing Category

ଓଡିଶା

ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଅମଳିପାଲିଠାରେ ମୋଦିଙ୍କ ଗସ୍ତକୁ ନେଇ ଚାଲିଛି ପ୍ରସ୍ତୁତି

ଝାରସୁଗୁଡା: ଆସୁଛନ୍ତି ମୋଦି । ଦ୍ୱିତୀୟ ଥର ପାଇଁ ଝାରସୁଗୁଡାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୭ରେ ଗଞ୍ଜାମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଥିଲା । ଲଘୁଚାପ ପାଇଁ ଗଞ୍ଜାମରେ ହେବାକୁ ଥିବା କାର୍ଯ୍ୟକ୍ରମ ବାତିଲି କରି ଝାରସୁଗଡ଼ା ଅମଲିପାଲି ଠାରେ

ଅଢେଇ ଘଣ୍ଟା ଫସି ରହିଲା ଆମ୍ୱୁଲାନ୍ସ, ଚାଲିଗଲା ରୋଗୀର ଜୀବନ

ପାରାଦୀପ: ପାରାଦୀପରେ ଦୁଲୁକୁଛି ବିଶ୍ଵକର୍ମା ପୂଜା । ଏହି ପୂଜାକୁ ନେଇ ଉଠୁଛି ପଡ଼ୁଛି ସହର । ସୁନ୍ଦର ସାଜ ସଜ୍ଜା ସାଙ୍ଗକୁ ତୋରଣର ଝିଲ ମିଲ ଆଲୁଅରେ ଝଲସୁଛି ପାରାଦୀପ ସହର । ହେଲେ ଏହି ପୂଜାରେ ଲୋକେ ବୁଲି ମଜା ନେଉଥିବା ବେଳେ ଗୋଟିଏ ପରିବାର ପାଇଁ ସଜ୍ଜା ହୋଇଯାଇଛି । ଘଟିଯାଇଛି ଦୁଃଖଦ

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶ୍ରୀମନ୍ଦିରର ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ରତ୍ନାଳଙ୍କାର ସ୍ଥାନାନ୍ତରଣ ଶେଷ । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଏବଂ ପରିଚାଳନା କମିଟିର ପରାମର୍ଶ ଅନୁସାରେ ହୋଇଛି ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା । ସକାଳ ୧୦.୫୫ ରେ ବାହାର ରତ୍ନଭଣ୍ଡାର ତାଲା ଖୋଲିଥିଲା । ଏହା ପରେ ଭିତର ରତ୍ନଭଣ୍ଡାର

ରାତିରେ ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ଦମ୍ପତି ମୃତ, ଝିଅ ଗୁରୁତର

ଜଳେଶ୍ବର: ଜଳେଶ୍ବରରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । କାନ୍ଥ ଭୁଶୁଡ଼ି ଦମ୍ପତି ମୃତ ଏବଂ ଝିଅ ଗୁରୁତର। ଜଳେଶ୍ବର ବସ୍ତା ଥାନା ମହାଦେବ ସରାଇ ଗାଁରେ ଅଘଟଣ । ରାତିରେ ଶୋଇଥିବା ବେଳେ ଭୁଶୁଡ଼ିଲା କାନ୍ଥ । ଘଟଣାସ୍ଥଳରେ ବସ୍ତା ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ପ୍ରବଳ ବର୍ଷା

ଥାନାରେ ଥାର୍ଡ ଡିଗ୍ରୀ: ଆତ୍ମହତ୍ୟା କଲେ ଅଭିଯୁକ୍ତ.. !

ଚୌଦ୍ଵାର : ଥାନା ଭିତରେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଦିଆଯିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲା ଚୌଦ୍ଵାର ଥାନାରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ପୁଲିସର ଅମାନୁଷିକ ମାଡ଼ ସହି ନ ପାରି ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ତାଙ୍କ ସାନ ଭାଇ ଅଭିଯୋଗ କରିଛନ୍ତି।

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥି ସହିତ ଦୋଷୀଙ୍କୁ ୫୫ ହଜାର ଟଙ୍କାର ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଧିକା ୯ ମାସ ଜେଲ ଦଣ୍ଡ

ଦୁର୍ଘଟଣାରେ ବାପା-ପୁଅ ଓ ଝିଅ ମୃତ, ମାଆ ଗୁରୁତର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ନୂଆଦେହେଲି ନିକଟରେ ଭ୍ୟାନ୍ ଧକ୍କାରେ ବାପା, ୬ ବର୍ଷର ପୁଅ ଏବଂ ୧୨ ବର୍ଷର ଝିଅର ମୃତ୍ୟୁ ଘଟିଛି। ମାଆଙ୍କୁ ଗୁରୁତର ଅବସ୍ଥାରେ ନର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ସୋମବାର ସକାଳେ ବାପା, ମାଆ, ପୁଅ ଏବଂ ଝିଅ ୪ ଜଣ ଏକ

ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଆତ୍ମହତ୍ୟା କରିଛନ୍ତି ୨୨ ଛାତ୍ରଛାତ୍ରୀ

ଭୁବେନଶ୍ବର: ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଛି। ଗତ ୧୫ ମାସ ମଧ୍ୟରେ ୨୨ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର ଏଭଳି ଉଦବେଗଜନକ ତଥ୍ୟ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଂଗ୍ରେସ ବିଧାୟିକା ସୋଫିଆ

ରାସ୍ତାରେ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ: ଅବସ୍ଥା ଗୁରୁତର

ବାସୁଦେବପୁର: ବାସୁଦେବପୁର ଥାନା ଗୁଆଗଡିଆ ପଞ୍ଚାୟତ କମାରଗା ଗାଁରେ ଘରକୁ ଫେରୁଥିବାବେଳେ ଜଣେ ମହିଳାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି। ସୂଚନା ଅନୁଯାୟୀ କାମରଗା ଗାଁର ମେରମାନ ସାହାଜୀଙ୍କ ପତ୍ନୀ ମସଜିଦ ସାହାଜୀ ନିଜ ଘରକୁ ଫେରୁଥିଲେ। ଏତିକିବେଳେ ମିର୍ଜାପୁର ଗାଁର କିଛି ବ୍ୟକ୍ତି

ବାଦଲଫଟା ବର୍ଷାରେ ପୁଣି ଧୋଇଗଲା କଳିଙ୍ଗା ଘାଟି ରାସ୍ତା

କନ୍ଧମାଳ:  ପୁଣି ବାଦଲ ଫଟା ବର୍ଷାରେ କଳିଙ୍ଗା ଘାଟି ରାସ୍ତା ଧୋଇହୋଇଯାଇଛି। ପାହାଡରୁ ପ୍ରବଳ ବର୍ଷା ପାଣି ଆସିବାରୁ ନିର୍ମାଣ ଲାଗି ପଡିଥିବା ପଥର , ବାଲି ଏବଂ ଗୋଡି ଧୋଇ ହୋଇଯାଇଛି। ଗତ ସେପ୍ଟେମ୍ବର ୧୬ ତାରିଖରେ କନ୍ଧମାଳ ଜିଲା ଜି. ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ଘାଟିରେ ଭୂସ୍ଖଳନ