Browsing Category

ଓଡିଶା

ପୁରୀ ଦୁର୍ଘଟଣାକୁ ‘ଗମ୍ଭୀର ଚେତାବନୀ’ କହିଲେ ରାହୁଲ ଗାନ୍ଧୀ, ଭିଡ଼ ପରିଚାଳନା ନେଇ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁରୀରେ ଘଟିଥିବା ଦଳାଚକଟା ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି। ସୋସିଆଲ ମିଡିଆ ‘X’ରେ ଏକ ପୋଷ୍ଟ ମାଧ୍ୟମରେ ସେ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।

ରଥଯାତ୍ରା ସୁପରିଚାଳନା ପାଇଁ ନୂଆ ଦାୟିତ୍ୱ: ବରିଷ୍ଠ IAS ଅରବିନ୍ଦ ଅଗ୍ରୱାଲଙ୍କ ତଦାରଖରେ ହେବ ବାକି ନୀତି

ଭୁବନେଶ୍ୱର: ପୁରୀ ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣା ପରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭିଡ଼ ପରିଚାଳନାରେ ବିଫଳତା ପାଇଁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍‌ପି ବିନିତ ଅଗ୍ରୱାଲଙ୍କୁ ବଦଳି କରାଯାଇଥିବା ବେଳେ ଡିସିପି

ଲଗାଣ ବର୍ଷାରେ ଫୁଲୁଛି ଜଳକା: ବିପଦ ସଙ୍କେତ ଟପିଲା ଜଳସ୍ତର, ବନ୍ୟା ଭୟରେ ଲୋକେ

ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ଜଳକା ନଦୀ ଫୁଲିବାରେ ଲାଗିଛି। ମଥାନୀଠାରେ ନଦୀର ଜଳସ୍ତର ବିପଦ ସଙ୍କେତ ୬.୫୦ ମିଟରରେ ପ୍ରବାହିତ ହେଉଛି। ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଲୋକମାନେ ବନ୍ୟା ଆଶଙ୍କାରେ ଭୟଭୀତ ହୋଇପଡ଼ିଛନ୍ତି।

ପୁରୀ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ, ଏସ୍‌ପି ବଦଳି ସହ ମୃତକଙ୍କ ପରିବାରକୁ…

ପୁରୀ: ପୁରୀ ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍‌ପି ବିନିତ ଅଗ୍ରୱାଲଙ୍କୁ ବଦଳି କରାଯାଇଥିବା ବେଳେ

ଶରଧାବାଲି ଦୁର୍ଘଟଣା: ସରକାରଙ୍କ ‘ଚରମ ଉଦାସୀନତା’କୁ ଦାୟୀ କଲେ ନବୀନ, କହିଲେ – ଏହା ପ୍ରଶାସନିକ…

ଭୁବନେଶ୍ୱର: ପୁରୀ ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣାକୁ ନେଇ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ରଥଯାତ୍ରା ପରିଚାଳନାରେ ସରକାରଙ୍କ ଚରମ ଉଦାସୀନତା ଓ ପ୍ରଶାସନିକ ବିଫଳତା ଯୋଗୁଁ ଏଭଳି ଦୁଃଖଦ ଘଟଣା ଘଟିଲା ବୋଲି ସେ

ପୁରୀ ଦଳାଚକଟା ଅଘଟଣ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦୁଃଖ ପ୍ରକାଶ

ପୁରୀ: ପୁରୀ ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ପରେ ସରକାରୀ ସ୍ତରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଥିବା ବେଳେ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହାକୁ ଏକ

ରାଜଧାନୀରେ ଡେଙ୍ଗୁ ଆତଙ୍କ: ବର୍ଷା ଆରମ୍ଭରୁ ସ୍ଥିତି ସଙ୍ଗୀନ, ଶହେ ଛୁଇଁବାକୁ ବସିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ମୌସୁମୀ ଆଗମନ ସହ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଶହେ ମୁହାଁ ହୋଇଥିବା ବେଳେ କେବଳ ଜୁନ୍ ମାସରେ ହିଁ ସର୍ବାଧିକ ମାମଲା ଚିହ୍ନଟ ହୋଇଛି, ଯାହା ଆଗାମୀ ଦିନରେ ସ୍ଥିତି ଅଧିକ

ଶିକ୍ଷକଙ୍କ ଉପରୁ କମିବ ଅଣ-ଶୈକ୍ଷିକ କାର୍ଯ୍ୟଭାର: ରାଜ୍ୟର ପ୍ରତି ଶିଶୁବାଟିକାରେ ନିଯୁକ୍ତ ହେବେ ‘ଶିଶୁ ସେବିକା’

ଭୁବନେଶ୍ୱର: ରାଜ୍ୟର ଶିଶୁବାଟିକାଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନକୁ ସୁନିଶ୍ଚିତ କରିବା ଦିଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟର ସମସ୍ତ ସରକାରୀ ଶିଶୁବାଟିକାରେ ‘ଶିଶୁ ସେବିକା’ ନିଯୁକ୍ତ କରାଯିବ। ଏହି ପଦକ୍ଷେପର ମୁଖ୍ୟ

“ଅବହେଳା ଅକ୍ଷମଣୀୟ”: ପୁରୀ ଅଘଟଣା ପାଇଁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ, ଦୃଷ୍ଟାନ୍ତମୂଳକ…

ପୁରୀ: ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ସମସ୍ତ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଘଟଣାରେ ହୋଇଥିବା ସୁରକ୍ଷା

ଶରଧାବାଲିରେ ଦଳାଚକଟାରେ ୩ ଭକ୍ତ ମୃତ

ପୁରୀ: ପବିତ୍ର ରଥଯାତ୍ରା ସମୟରେ ପୁରୀରେ ଏକ ବଡ଼ ଅଘଟଣ ଘଟିଛି । ଆଜି ଭୋର ସମୟରେ ଶରଧାବାଲିରେ ରଥ ସମ୍ମୁଖରେ ଦର୍ଶନ ପାଇଁ ପ୍ରବଳ ଭିଡ଼ ହେବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଭୟାବହ ଘଟଣାରେ ତିନି ଜଣ ଭକ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା