Browsing Category

ଓଡିଶା

ଅଦିନିଆ ରଥଯାତ୍ରା କଲେ ଆଇନଗତ ପଦକ୍ଷେପ : ଆଇନ ମନ୍ତ୍ରୀ

ଭୁବନେଶ୍ୱର : ଅଦିନିଆ ରଥଯାତ୍ରା କଲେ ହେବ ଆଇନଗତ ପଦକ୍ଷେପ | ଏମିତି କହିଛନ୍ତି ଆଇନ ମନ୍ତ୍ରୀ  ପୃଥ୍ଵୀରାଜ ହରିଚନ୍ଦନ  | ଶ୍ରୀ ମନ୍ଦିର ପ୍ରଶାସନ ସଂଗେ ଆଲୋଚନା ହୋଇଛି  | ଗଜପତି ମହାରାଜା ପତ୍ର ଲେଖି ସାରିଛନ୍ତି  | ନୂଆପଡାରେ ଅଦିନିଆ ରଥଯାତ୍ରା ଖବର ପାଇବା ପରେ ତାଙ୍କୁ ତାଗିଦ

ରାଜ୍ୟରେ କଲେରା ସ୍ଥିତିକୁ ଏଣ୍ଡେମିକ କହିଲେ କେନ୍ଦ୍ରୀୟ ଟିମ୍‌

ଯାଜପୁର: ଗତ କିଛି ଦିନ ହେଲା ଯାଜପୁର ଜିଲ୍ଲାରେ ହଇଜା ବ୍ୟାପିଚାଲିଛି। ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପୁଛି। ଦୂଷିତ ପାଣି ଓ ବାସି ଖାଦ୍ୟ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ତେବେ ଯାଜପୁର ଜିଲ୍ଲାରେ ଏପରି ଘଟଣାକୁ

ଗଜପତି ମହାରାଜାଙ୍କ ସାନ ଭାଇ ରଣାର୍ଣ୍ଣବ ଦେବଙ୍କ ପରଲୋକ

ପୁରୀ: ଗଜପତି ମହାରାଜାଙ୍କ ସାନଭାଇଙ୍କ ପରଲୋକ। ରଣାର୍ଣ୍ଣବ ଦେବଙ୍କର ରବିବାର ରାତିରେ ପରଲୋକ ହୋଇଛି । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ରାଜକୀୟ ପରମ୍ପରା ଅନୁଯାୟୀ ତାଙ୍କର ଶେଷକୃତ୍ୟ କରାଯିବ । ଖବର ଅନୁଯାୟୀ,

ଆଜିଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଡାଇରିଆ ନିରାକରଣ ଅଭିଯାନ

ଭୁବନେଶ୍ବର: ରାଜ୍ୟରେ ବ୍ୟାପୁଥିବା ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାର ନିରାକରଣ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ସଂଯୁକ୍ତା ସାହୁ । ସେ କହିଛନ୍ତି ଯେ, ଏହି ଅଭିଯାନ ଦେଢ଼ ମାସ ଧରି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଜୁନ୍ ୧୮ ତାରିଖ ବଦଳରେ ୨୦ରେ ଖୋଲିବ ସ୍କୁଲ୍

ଭୁବନେଶ୍ୱର : ୨୦ରେ ଖୋଲିବ ସ୍କୁଲ । ଜୁନ୍ ୧୮ ତାରିଖ ବଦଳରେ ୨୦ରେ ଖୋଲିବ ସ୍କୁଲ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ DEOଙ୍କୁ ଚିଠି ଲେଖାଯାଇଛି । ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ । ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ ।

ପୁରୁଷବନ୍ଧୁଙ୍କ ସହ ବୁଲିବାକୁ ଆସିଥିବା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୭ ଅଟକ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁ ଲଜ୍ଜା ! ଗୋପାଳପୁର ବେଳାଭୂମିକୁ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଆସିଥିବା ଜଣେ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଆଧାର ପୁଲିସ ଘଟଣାରେ ସମ୍ପୃକ୍ତ ୬/୭ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି

ଯାଜପୁର ବରୀ, ବିଞ୍ଝାରପୁରରେ ୨ ସପ୍ତାହ ପାଇଁ ବନ୍ଦ ରହିବ ଢାବା ଓ ହୋଟେଲ୍

ଯାଜପୁରରେ ଚିନ୍ତା ବଢ଼ାଇଲାଣି ଡାଇରିଆ । ଦିନକରେ ୧୫ଜଣ ନୂଆ ରୋଗୀ ଚିହ୍ନଟ । ମୋଟ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୮ଟି ବ୍ଲକରେ ୧୭୮୭ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ଝାଡ଼ାବାନ୍ତି ପରେ ବ୍ୟାପିଛି ହଇଜା । କଲେରା କେସ୍ ଚିହ୍ନଟ ପରେ ପ୍ରଶାସନ ଓ

ଜ୍ବରରେ ପୀଡିତ ଶ୍ରୀବିଗ୍ରହ; ଆଜିଠାରୁ ଚାରିଦିନ ଯାଏଁ ଓସୁଅ ଲାଗି

ପୁରୀ: ସ୍ନାନପୂର୍ଣ୍ଣମୀ ଦିନ ୧୦୮ ଗରା ସୁବାସିତ ଶୀତଳ ଜଳରେ ସ୍ନାନ କରିବା ପରେ ଏବେ ଶ୍ରୀଜିଉମାନେ ଏବେ ଅଣସର ଘରେ ଥିବାବେଳେ ଦଇତାପତି ସେବକମାନେ ଶ୍ରୀ ବିଗ୍ରହମାନଙ୍କର ସେବା ଶୁଶ୍ରୁଷା କରୁଛନ୍ତି । ଗତକାଲି ପଞ୍ଚମୀ ତିଥିରେ ଦଇତାପତି ସେବକ ଶ୍ରୀଜିଉଙ୍କୁ ଫୁଲୁରି ତେଲ ଲାଗି କରିଥିବା

ଗାଧୋଇବା ବେଳେ ଝିଅ ଆଗରେ ମାଆକୁ ଝାମ୍ପିନେଲା କୁମ୍ଭୀର

କେନ୍ଦ୍ରାପଡା : ଝିଅ ଆଗରେ ମାଆକୁ ଝାମ୍ପିନେଲା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ପାନିଆଁଜୋରରେ ଅଘଟଣ ଘଟିଛି । ମହିଳା ଜଣକ ଗାଧୋଉଥିବାବେଳେ କୁମ୍ଭୀର ଟାଣିନେଇଥିଲା । ନିଖୋଜ ମହହିଳା ହେଲେ ତଅଁଳାଡିହା ଗାଁର କାଜଲ ମହାନ୍ତି । ମାଆକୁ କୁମ୍ଭୀର ଝାମ୍ପିନେବା ଦେଖି ଗାଁଲୋକଙ୍କୁ

ଭଦ୍ରକରେ ବ୍ୟାପୁଛି ଝାଡ଼ାବାନ୍ତି; ହୋଟେଲ ଓ ଜଳଖିଆ ଦୋକାନରେ ଚଢ଼ଉ

ଭଦ୍ରକ: ଯାଜପୁର ଜିଲ୍ଲା ପରେ ଏବେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ପରେ ଧାମନଗରରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଏନେଇ ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଭଦ୍ରକ ସହରରେ ଆରମ୍ଭ ହୋଇଛି ଚଢ଼ାଉ । ଭଦ୍ରକ ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗ ଓ ପୌରପାଳିକା