ଗୁଣି ଗାରେଡ଼ି ସନ୍ଦେହରେ ପୋଡିଲେ ଘର : ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଶୂନ…

ଏସ୍ପିଙ୍କ ନିକଟରେ ଗୁହାରି କଲେ ପରିବାର ଲୋକ…

add-all


ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡେଙ୍ଗେରୀକିୟା ଗ୍ରାମର ଗତ୧୦ ତାରିଖରେ ସନ୍ଧ୍ୟା ୮ଟା ସମୟରେ ଗୁଣି ଗାରେଡ଼ି ସନ୍ଦେହରେ ନବୀନ କହଁରଙ୍କ ଘର ସେହି ଗ୍ରାମର ନିମନ୍ତ କହଁର,ଚନ୍ଦ୍ର ମଣି କହଁର, ଗୋପାଳ କହଁର ପୋଡିଦେଇଥିବା ନେଇ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଅଭଯୋଗ ଗତ ୧୮/୪/୨୦୨୪ କରିଥିଲେ ।ହେଲେ ଏହି ଘଟଣା ୯ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟକାରୀ ନକରିବାରୁ ନବୀନଙ୍କ ପରିବାର ନିଜ ଗ୍ରାମ ଛାଡି ଅନ୍ୟତ୍ର ବସବାସ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି। ସେ ଏବେ କିପରି ତାଙ୍କ ନିଜ ଗ୍ରାମକୁ ଫେରି ବସବାସ କରିବେ ସେ ନେଇ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଲଖିତ ଗୁହାରି କରିଛନ୍ତି ।

ad-week
Leave A Reply

Your email address will not be published.