କବିସୂର୍ଯ୍ୟନଗର ଥାନା ଅଞ୍ଚଳ ର ଦୁର୍ଦ୍ଧାନ୍ତ ଅପରାଧୀ କୁ ଗୁଳି କରି ହତ୍ୟା : ଗୁଳିକାଣ୍ଡ ଟେଣ୍ଡର ଫିକ୍ସ କୁ ନେଇ ହୋଇଛି..!

ନିଃସର୍ତ ଆଗରୁ ଲେଖିଛି ସତର୍କ ବି କରାଇଛି ତଥାପି ପ୍ରଶାସନ ନୀରବ …..!


ଗଞ୍ଜାମ ଜିଲ୍ଲାରେ ଲଗାତାର ଗଡୁଛି ମୁଣ୍ଡ ….୨ ଦିନରେ ଦୁଇଟି ଟି ଗଡ଼ିଲାଣି..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଟେଣ୍ଡେର ଫିକ୍ସ ଚୋରା ବାଲି, ମଦକୁ ନେଇ ମୁଣ୍ଡ ଗଡ଼ିବ ବୋଲି ନିସର୍ତ୍ତ ରେ ପୂର୍ବ ଅନୁମାନ କରାଯାଇଥିଲା। ଯାହାର ନଗ୍ନ ନମୁନା ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଓ କବିସୂର୍ଯ୍ୟନଗର ଥାନା ଇଲାକାରେ ଦୁଇ ଦିନରେ ଦୁଇଟି ମୁଣ୍ଡ ଗାଡ଼ିବାର ଦେଖିବାକୁ ମିଳିଛି। ଶନିବାର ଦିନ ପୁରୁଷୋତ୍ତମପୁର ଥାନା ଇଲାକାରେ ସିକୁଳା ଗ୍ରାମର ସୁମନ୍ତ ମହାପାତ୍ର ଙ୍କୁ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ର ରେ ଆକ୍ରମଣ କରାଯାଇଥିଲା। ସୁମନ୍ତଙ୍କୁ ବ୍ରହ୍ମପୁର ଡାକ୍ତର ଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଆଜି ପୁଣି ପଡୋଶୀ ଥାନା ଅଞ୍ଚଳର କବିସୂର୍ଯ୍ୟନଗର ଥାନା ଇଲାକାରେ ଦୁର୍ଦ୍ଧାନ୍ତ ଅପରାଧୀ ଲକ୍ଷ୍ମୀ ନାରାୟଣ ପାଇକରାୟ କୁ ପଥରା ପଲ୍ଲୀ ଠାରେ ଅତି ନିକଟରୁ ଗୁଳି ମାରି ହତ୍ୟା କରାଯାଇଛି। ଲକ୍ଷ୍ମୀଙ୍କ ନାମରେ ପିର୍ବରୁ ବାହୁ ଅଙ୍ଗୀନ ମାମଲା ବିଭିନ୍ନ ଥାନା ଉଲାକାରେ ରହିଛି। ସେ ଜଣେ ଶାସକ ଦଳର ଦୃଢ଼ ସମର୍ଥକ ଥିଲେ। ବର୍ତ୍ତମାନ ବିଭିନ୍ନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କାର ଠିକା କାମ ନେଇଥିବା ଆଲୋଚନା ହୋଇ ଆସୁଥିଲା। ନିସର୍ତ୍ତ ରେ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଚୋରା ବାଲି ଓ ମଦ ସାଙ୍ଗକୁ ଏବେ ସ୍ୱଳ୍ପ ଦିନ ହେଲା ବିଭିନ୍ନ ବିଭାଗ ରେ ଟେଣ୍ଡେର ଫିକ୍ସ ହେଉଥିବା ସମ୍ପର୍କ ରେ ଖବର ପ୍ରକାଶ ହୋଇ ଆସୁଛି। ଟେଣ୍ଡେର ଫିକ୍ସ ଓ ମଦ, ବାଲିକୁ ନେଇ ମୁଣ୍ଡ ଗଡ଼ିବା ସମ୍ଭାବନା ଆଜି ସତ ହୋଇଛି। ଯେ କୌଣସି ହତ୍ୟା ହେଲେ ସର୍ବ ପ୍ରଥମେ ପୂର୍ବ ଶତ୍ରୁତା ବୋଲି ପୋଲିସ ପକ୍ଷରୁ ସଫେଇ ଦିଆଯିବାର ନଜିର ରହିଛି। ମାର୍ଚ୍ଚ ମାସ ଶେଷରେ ଦୁଇ ଦୁଇଟି ମୁଣ୍ଡ ଲଗାତାର ଗଡ଼ିବା ଆରମ୍ଭ ହେଲାଣି। ରାଜ୍ୟରେ ସମସ୍ତ ଜିଲ୍ଲାରେ ଚୋରା ବାଲି ଚାଲାଣ ଉପରେ ରୋକ ଲାଗିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଏବେବି ସ୍ଥାନୀୟ ନେତା ମାନଙ୍କ ଛତ୍ର ଛାୟା ତଳେ ରହି ବାଲି ମାଫିଆ ମାନେ କାରବାର ସୁରୁଖୁରୁରେ ଚଳାଉଥିବା ଚର୍ଚ୍ଚା ହୋଇ ଆସୁଛି। ଗଞ୍ଜାମ ଜିଲ୍ଲାରେ ଡିଜିପିଙ୍କ ଫର୍ମାନ କାର୍ଯ୍ୟକାରୀ ହେଉନାହିଁ। ଗଞ୍ଜାମ ଜିଲ୍ଲାରେ ଯେଉଁ ଦିନ ପର୍ଯ୍ୟନ୍ତ ଟେଣ୍ଡର ଫିକ୍ସ, ଚୋରା ବାଲି ଓ ମଦ ଉପରେ ରୋକ ନ ଲାଗିଲେ ଏଭଳି ମୁଣ୍ଡ ଗଡ଼ିବା ଲଗାତାର ଲାଗି ରହିବ ବୋଲି ଆଲୋଚନା ହେଲାଣି। ଗଞ୍ଜାମ ଜିଲ୍ଲାର ଦୁଇ ପୋଲିସ ଜିଲ୍ଲାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଜିଲ୍ଲାକୁ ଦକ୍ଷ ପୋଲିସ ଅଫିସର ମାନଙ୍କୁ ଅବସ୍ଥାପିତ ନକଲେ ପୁଣି ଗଞ୍ଜାମ ଜିଲ୍ଲା ସାରା ରାଜ୍ୟରେ କ୍ରାଇମ ସିଟି ର ପୂର୍ବ ମାନ୍ୟତା ପାଇବ ବୋଲି ସଚେତନତ ମହଲ ରେ ଚର୍ଚ୍ଚା ହେଲାଣି।

nis-ad
Leave A Reply

Your email address will not be published.