ବାଲିମେଳା ବନାଞ୍ଚଳ ପକ୍ଷରୁ ୮ ଖଣ୍ଡ ଟେକ ଦଣ୍ଡା ଜବତ, ଅଟୋ ସମେତ ଜଣେ ଗିରଫ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ବନାଞ୍ଚଳ ବେଆଇନ କାଠ ଦଣ୍ଡା ଚାଲାଣ କୁ ରୋକିବାରେ ସକ୍ଷମ ହୋଇଛି। ମିଳିଥିବା ସୂଚନାନୁଯାୟୀ ବାଲିମେଳା ବନାଞ୍ଚଳ ରେଞ୍ଜର ଲିସ୍ମିତା କଂହର ବିଶେଷ ସୁତରୁ ଖବର ପାଇ ଏକ ଟିମ ନେଇ ରବିବାର ସନ୍ଧ୍ୟା ସମୟରେ ବାଲିମେଳା ଛକ ନିକଟରେ ଜଗି ରହିଥିଲେ। ବେଆଇନ ଭାବେ କାଠ ଗଣ୍ଡି ଅଟୋ ଯୋଗେ ନାକାମାମୁଢି ଅଞ୍ଚଳର ଡୁମରିପଦର ଗ୍ରାମରୁ ଆସୁଥିବା ବେଳେ ଅଟୋ ଟିକୁ ଦେଖି ବନାଞ୍ଚଳ ଟିମ ଅଟକାଇଥିଲେ। ଉକ୍ତ ଅଟୋ ରୁ ୮ ଖଣ୍ଡ ଟେକ କାଠ ଗଣ୍ଡି ଜବତ କରାଯାଇଥିଲା। ପରେ ଜବତ ଅଟୋ ସମେତ ଉକ୍ତ କାଠ ଖଣ୍ଡ ଗୁଡିକୁ ବାଲିମେଳା ବନାଞ୍ଚଳ କାର୍ଯ୍ୟାଳୟ କୁ ନିଆଯାଇଥିଲା। ଜବତ ୮ ଖଣ୍ଡ ଟେକ କାଠ ଦଣ୍ଡାର ଆନୁମାନିକ ମୂଲ୍ୟ ୧ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି। ଗିରଫ ବ୍ୟକ୍ତି ଜଣକ ହେଲେ ବାଲିମେଳା ସହରର ସୁଜିତ ମାଝୀ ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହି ଟିମରେ ବନରକ୍ଷୀ ସନ୍ତୋଷ କୁମାର, ବନରକ୍ଷୀ ପ୍ରଶାନ୍ତ ରାଉତ, ବନରକ୍ଷୀ ଜ୍ୟୋସ୍ନା ପଣ୍ଡା, ପାରା ଷ୍ଟାଫ ରାଜେନ୍ଦ୍ର ଖରା, ସମୀର ହରିଜନ, ଆଦୁ ଖିଲ, ଦାମ ଖରା ଏବଂ ସନିଆ ବାଘ ସାମିଲ ଥିଲେ। ଆଜି ଅଭିଯୁକ୍ତ ସୁଜିତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବାଲିମେଳା ବନାଞ୍ଚଳ ଅଧିକାରିଣୀ ଲିସ୍ମିତା କଂହର ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.