ଅନନ୍ତ ଗୁମ୍ଫାରେ ବନ ବିଭାଗ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ , ପ୍ଲାଷ୍ଟିକକୁ ଦୈନଦିନ ଜୀବନରୁ ଦୂର କରିବା ପାଇଁ ନେଲେ ନିଷ୍ପତି

newyr25

ନୟାଗଡ଼,୧୬/୦୧(ନିସର୍ତ୍ତ): ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ରଣପୁର ବନାଞ୍ଚଳ ତରଫରୁ ବିଭିନ୍ନ ବଣଭୋଜି ସ୍ଥଳରେ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ସଚେତନତା କାର୍ଯକ୍ରମ ନୟାଗଡ ଜିଲ୍ଲା ରଣପୁର ବନାଞ୍ଚଳ ଅଧିନସ୍ଥ କୋଟଗଡ ଅନନ୍ତଗୁମ୍ଫା ପରିସରରେ ବନଖଣ୍ଡ ଅଧିକାରୀ ସିଧୁ ସିଂଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟଲକ୍ଷ ଥିଲା କିପରି ଆମେ ଆମ ଆଖ ପାଖରେ ଥିବା ବଣ ଭୋଜି ସ୍ଥଳ ଗୁଡିକୁ ପ୍ଲାଷ୍ଟିକ ମୁକ୍ତ କରିବା ଓ ପରିବେଶ ଅନୁକୂଳ ଦ୍ରବ୍ୟ ବ୍ୟବହାର କରିବା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜସୁନାଖଳା ଗ୍ରାମପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ମୁଖ୍ୟବକ୍ତା ଭାବେ କୋଟଗଡ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଦାଧର ସାହୁ, ସମ୍ମାନିତ ଅତିଥି ଭାବରେ ସମାଜସେବୀ ସନ୍ତୋଷ କୁମାର ସାହୁ ଏବଂ ସନାତନ ଦୋରା ଆଦି ଯୋଗ ଦେଇଥିଲେ। ରାଜସୁନାଖଳା ଗ୍ରାମପଞ୍ଚାୟତର ସରପଞ୍ଚ ନିଜ ଅଭିଭାଷଣରେ ବର୍ତ୍ତମାନ ପ୍ଲାଷ୍ଟିକ ଭଳି ଏକ ବିଷାକ୍ତ ଜିନିଷ କିପରି ଆମ ଦୈନନ୍ଦିନ ଜୀବନରେ ସମ୍ପୃକ୍ତ ହୋଇଯାଇଛି ଓ ଏହା ମାନବ ସମାଜ ଉପରେ କି ପ୍ରକାର କୁପ୍ରଭାବ ପକାଉଛି ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।  ଆମେ କେଉଁ ପଦେକ୍ଷେପ ନେଲେ ଆମ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିପାରିବା ତାହା ଉପରେ ମଧ୍ୟ ଗୁରୁତ୍ବାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସରକାରୀ କର୍ମଚାରୀ , ଗ୍ରାମପଞ୍ଚାୟତର ଗ୍ରାମବାସୀ, ସ୍କୁଲ ଶିକ୍ଷକ ଓ ଛାତ୍ର ଛାତ୍ରୀ ମିଳିମିଶି ବଣଭୋଜି ସ୍ଥଳରେ ବହୁ ଦିନରୁ ପଡିଥିବା ପ୍ଲାଷ୍ଟିକ ଅଳିଆ ଓ ଅବର୍ଜନା ଯଥା – ପଲିଥିନ, ପାଣି ପାଉଚ, ମସଲା ଜରି, ଜରି ଆବରଣ ପେପର ପ୍ଲେଟ ଇତ୍ୟାଦିକୁ ସଫା କରିବା ସହ ପ୍ଲାଷ୍ଟିକ ମୁକ୍ତ କରାଯାଇଥିଲା । ବଣଭୋଜି ସ୍ଥଳରେ ପ୍ଲାଷ୍ଟିକ ଅଳିଆ ଓ ଅବର୍ଜନା ନକରିବା ପାଇଁ ଶପଥ ପାଠ କରାଯାଇଥିଲା ଏବଂ ସେହି ସ୍ଥଳରେ ଅଳିଆ କୁଣ୍ଡ ରଖା ଯିବା ପାଇଁ ନିଷ୍ପତି ନିଆଯାଇଛି ।କୋଟଗଡ ବିଟ୍ ର ବନରକ୍ଷୀ ଏହାକୁ ସୁ – ପରିଚାଳନା କରିଥିଲା ବେଳେ ରଣପୁର ବନଖଣ୍ଡର ସମସ୍ତ ବନାଞ୍ଚଳ ଅଧିକାରୀ ଓ କର୍ମଚାରୀଙ୍କ ସହିତ ଗ୍ରାମବାସୀ , ସ୍କୁଲ ଶିକ୍ଷକ,ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ମିଳିତ ସହଯୋଗ କରିଥିଲେ ।

Leave A Reply

Your email address will not be published.