ଗୋ ସୁରକ୍ଷା ଓ ସମ୍ମାନ ଉଦ୍ଦେଶ୍ୟରେ କେନ୍ଦ୍ରୀୟ ଆଇନ ପ୍ରଣୟନ ଦାବି

Independence

ନୟାଗଡ଼: ଗୋମାତାଙ୍କ ସୁରକ୍ଷା ଓ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ ସହିତ ଗୋହତ୍ୟା ବନ୍ଦ ଦାବିରେ ସର୍ବ ଭାରତୀୟ ସ୍ତରରେ ସାଧୁସନ୍ଥଙ୍କ ଆହ୍ଵାନ କ୍ରମେ ଗୋ ସମ୍ମାନ ଅଭିଯାନ ଆୟୋଜନ କରାଯାଇଛି। ଏହି ଅଭିଯାନରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶାଖା ପକ୍ଷରୁ ଗୋ ସେବକ ମାନେ ଓଡ଼ଗାଁ ରଘୁନାଥ ଜୀଉ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଗୋ ସେବକ ମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ତହସିଲଦାର ଡଃ ମାନସ କୁମାର ଭୋଇଙ୍କୁ ପ୍ରଦାନ କରିଥିଲେ। ଭାରତୀୟ ସଂସ୍କୃତିରେ ଗୋମାତା ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟର ଜୀବନ୍ତ ପ୍ରତୀକ।ସେମାନଙ୍କର ସୁରକ୍ଷା ବିନା ସାଂସ୍କୃତିକ ପୂର୍ଣ୍ଣତା ଲାଭ ଅସମ୍ଭବ ହୋଇପଡ଼ିବ। ଏହି ଅଭିଯାନରେ ଆବାହକ ସୁଶାନ୍ତ କୁମାର ସାହୁ, ଅଚ୍ୟୁତ ପଣ୍ଡା, ଜଗନ୍ନାଥ ପାଣିଗ୍ରାହୀ, ପ୍ରତାପ କୁମାର ଦାସ, ରାଜେଶ ସେଠୀ,ହିମାଦ୍ରି ମହାରଣା, ଭାଗବାନ ପ୍ରଧାନ ପ୍ରମୁଖ ଗୋ ସେବକ ଯୋଗ ଦେଇଥିଲେ ।

ad-week
Leave A Reply

Your email address will not be published.