ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ମିଳୁନି ପେଟ୍ରୋଲ ଓ ଡିଜେଲ

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅଞ୍ଚଳରେ ଚାହିଦା ଅନୁଯାୟୀ ମିଳୁନି ପେଟ୍ରୋଲ ଓ ଡିଜେଲ । କେତେକ ପେଟ୍ରୋଲ ଟାଙ୍କିରେ ବାଇକ ପିଛା ୧୦୦ ଟଙ୍କାର ତେଲ ଦିଆଯାଉଛି ତ ଅନ୍ୟ କେଉଁଠାରେ ତେଲ ନଥିବାରୁ ଲୋକଙ୍କୁ ଫେରାଇ ଦିଆଯାଉଛି । ତେଲ ନଥିବାରୁ ପରିସ୍ଥିତି ଅସ୍ୱାଭାବିକ ହୋଇ ପଡିଛି। ଶରଣକୁଳ କରଡ଼ା ପେଟ୍ରୋଲ ଟାଙ୍କି ସହିତ ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ସ୍ଵର୍ଣ୍ଣ ପେଟ୍ରୋଲ ପମ୍ପ, ରାଧାକୃଷ୍ଣ ପେଟ୍ରୋଲ ପମ୍ପ, ରଙ୍ଗଣୀପାଟଣା ପେଟ୍ରୋଲ ପମ୍ପ, ବନବିହାରୀ ପେଟ୍ରୋଲ ପମ୍ପ, ପଥରା ଓ ରୋହିବାଙ୍କ ରେ ଥିବା ପେଟ୍ରୋଲ ପମ୍ପ ଗୁଡ଼ିକରେ ତେଲ ଅଭାବ ଯୋଗୁଁ ପରିସ୍ଥିତି ଅସ୍ୱାଭାବିକ ହୋଇ ପଡିଛି। ଏହାର ଉପଯୁକ୍ତ ବିକଳ୍ପ ବ୍ୟବସ୍ଥା କରା ନଗଲେ ସାଧାରଣ ଲୋକେ ଗାଡ଼ିଚାଳନା କରିପାରିବେ ନାହିଁ ।ସୂଚନା ଅନୁଯାୟୀ ପେଟ୍ରୋଲ ପମ୍ପ ମାଲିକ ଟଙ୍କା ଜମା କରିଛନ୍ତି। ସମସ୍ତ ପେଟ୍ରୋଲ ପମ୍ପକୁ ଖୁବ ଶୀଘ୍ର ଇନ୍ଧନ ଯୋଗାଇବାର ବ୍ୟବସ୍ଥା କରାଯାଇଛି ବୋଲି ବ୍ଲକ ଯୋଗାଣ ଅଧିକାରୀ ମଳୟ ମେହର ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.