ଟାଟା ପାୱାର ର ଅଭିଯୋଗ ନମ୍ବର ଧର୍ମକୁ ଆଖିଠାର…!

add-all

ଫିଉଜ କଲ ପାଇଁ ଗ୍ରାହକ ୧୯୧୨ କୁ କଲ କରି ହଟହଟା….!
ବ୍ରହ୍ମପୁର : ଟାଟା ପାୱାର ର ଅଜବ ନିତୀ ଯୋଗୁଁ ବିଦ୍ୟୁତ ଗ୍ରାହକ ଫିଉଜ କଲ ପାଇଁ ଟୋଲ ଫ୍ରି ନମ୍ବର କୁ କଲ କରି ନୟାନ୍ତ। ଆସିକା ଅଞ୍ଚଳ ରେ ଘରୋଇ ବିଦ୍ୟୁତ ଉପଭକ୍ତା ମାନେ ଘରର ଫିଉଜ ଗଲେ ଟାଟା ପାୱାର କର୍ମଚାରୀ ମାନଙ୍କୁ ଅଭିଯୋଗ କଲେ ସେମାନେ ଟୋଲଫ୍ରି ନମ୍ବର ୧୯୧୨ କୁ କଲ କରି ଅଭିଯୋଗ କରିବାକୁ କହି ଫୋନ କାଟି ଦେଉଛନ୍ତି। ଟୋଲଫ୍ରି ନମ୍ବର କୁ କଲ କଲେ ଅତି ସୁନ୍ଦର ଭାଷାରେ ଏକ ଦବାନ୍ତୁ ଦୁଇ ଦବାନ୍ତୁ କହି ଦୀର୍ଘ ସମୟ ପର୍ଯ୍ୟନ୍ତ କମ୍ପୁଟର ଭୋଇସ ଆସିବା ପରେ ଗ୍ରାହକ ନୟାନ୍ତ ହୋଇ ଧର୍ମକୁ ଆଦରି ଚୁପଚାପ ରହିବାକୁ ବାଧ୍ୟ ହୁଅନ୍ତି।

ପୂର୍ବରୁ ଅଭିଯୋଗ କକ୍ଷରେ ଫୋନ କିମ୍ବା ଫିଉଜ କଲ ଅଫିସରେ ଅଭିଯୋଗ କଲେ ଫିଉଜ ସଜାଡ଼ିବା ପାଇଁ କର୍ମଚାରୀ ମାନେ ଆସି ସଜାଡି ଯାଉଥିଲେ। ଟାଟା ପାୱାର ଅଭିଯୋଗ ପାଇଁ ଟୋଲଫ୍ରି ନମ୍ବର କରିବା ଦିନ ଠାରୁ ଲୋକଙ୍କ ସମସ୍ୟା ବଢ଼ିବା ସହ ଲୋକେ ଫିଉଜ ଗଲେ ହଟହଟା ହେଉଥିବା ଲକ୍ଷ କରାଯାଇଛି। ଧନ୍ୟହେ ଟାଟା ପାୱାର।

ad-week
Leave A Reply

Your email address will not be published.