ଚୋରା ସୁନା କ୍ରୟ କରି ସମ୍ରାଟ ସାଜିଥିବା ମନ୍ତ୍ରୀଙ୍କ ଉପରେ ଚଢ଼ାଉ କେବେ….?

ଇଡି.. ଆଇ ଟି… ଭିଜିଲାନ୍ସ ବିଭାଗ ଗଲେ କୁଆଡେ…?

add-all


ବ୍ରହ୍ମପୁର: ଆସିକା ବଜାର ସାହି ଚୋରା ସୁନା କ୍ରୟ କରିବାର ହୋବ୍ ଥିବାର ନଜିର ରହିଛି। ଏରୋଗଲା ମାନଙ୍କ ଠାରୁ ନିଜର ଏଜେଣ୍ଟ ମାନଙ୍କ ମାଧ୍ୟମରେ ଚୋରା ସୁନା କ୍ରୟ କରି ସମ୍ରାଟ ହୋଇ ନିଜକୁ ମନ୍ତ୍ରୀ ବୋଲି ଦାବୀ କରୁଥିବା ବ୍ୟକ୍ତିଙ୍କ ଉପରେ ଆଇଟି ଓ ଇଡ଼ି ପକ୍ଷରୁ କେବେ ଚଢ଼ାଉ ହେବ। ସ୍ୱଳ୍ପ ସମୟ ମଧ୍ୟରେ ଚୋରା ସୁନା କ୍ରୟ କରି କୋଟି ପତି ହୋଇଥିବା ମନ୍ତ୍ରୀ ମହାଶୟ ଆସିକା ଅଞ୍ଚଳର ବଜାର ସାହିରେ କାୟା ବିସ୍ତାର କରିଥିବା ଦେଖିବାକୁ ମିଳିଛି। ବଜାର ସାହିର ମନ୍ତୀଙ୍କ ଉପାଧି ପାଇଥିବା ବ୍ୟକ୍ତିଙ୍କ ଆସିକା ଅଞ୍ଚଳରେ ଥିବା କୋଟି କୋଟି ଟଙ୍କାର ବଡ଼ ବଡ଼ କୋଠା କ୍ରୟ କେଉଁ ଅର୍ଥରେ କ୍ରୟ କରାଯାଇଛି।ଏହାର ତଦନ୍ତ ଇଡ଼ି ଦ୍ୱାରା କରିଲେ ବାବୁଙ୍କ ଅସଲ ମୁଖା ଖୋଲିବ। ମନ୍ତ୍ରୀଙ୍କ ମୁଠା ମୁଠା ଟଙ୍କାରେ ଆସିକା ଅଞ୍ଚଳର ଜଣେ ସରକାରୀ କର୍ମଚାରୀ ଧରାଶାୟୀ ହୋଇଥିବା ଦେଖିବାକୁ ମିଳିଛି। କଳା ଟଙ୍କା ଆଗରେ ବାବୁଙ୍କୁ ଚକମା ଦେଖାଇ ବାରେ ସଫଳ ହେଲେ ଚିଦା ଭାଇନା ବୋଲି ସର୍ବତ୍ର ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.