ଆସିକା ଚାରିମାଇଲ ଠାରେ ଥିବା ମିଲ୍ ଉପରେ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ

add-all

ମିଲ୍ ରେ ସୁରକ୍ଷିତ ନାହିଁ ସରକାରୀ ଧାନ….!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଖରିଫ ଧାନକିଣା କେବେଠୁ ସରିଲାଣି। ବିଭିନ୍ନ ମିଲରେ ସରକାରୀ ଧାନ କ୍ରୟ କରି ରଖାଯାଇଛି। ସରକାରଙ୍କୁ ମିଲେର ମାନେ ଏଥିଲାଗି ନିର୍ଦ୍ଧିଷ୍ଟ ପରିମାଣର ଟଙ୍କା ଜମା ଦେଇଛନ୍ତି। ସରକାର ରଥିବାର ଜମା ଟଙ୍କାର ପ୍ରାୟ ୬ ଗୁଣ ଧାନ ମିଲ୍ ରେ ରଖାଇଛନ୍ତି। ଏଥିରୁ ଚାଉଳ ସରକାରଙ୍କୁ ଦେଲେ, ତାହା ପିଡ଼ିଏସ ବଣ୍ଟା ଯିବ। ତେବେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ମିଲ୍ ରେ ଏହି ଧାନ – ଚାଉଳ ସୁରକ୍ଷିତ ଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାତ ହାଣ୍ଡିରୁ ଗୋଟିଏ ଚିପିବା ନ୍ୟାୟରେ ଆସିକାରୁ ବଡ଼ ଧରଣର କେଳେଙ୍କାରୀ ସାମ୍ନାକୁ ଆସିଛି। ଅନ୍ୟ ଜିଲ୍ଲା ରୁ ହଜାର ହଜାର କୁଇଣ୍ଟାଲ ଧାନ ଆଣି ଆସିକା ବ୍ଲକର ଚାରିମାଇଲ ନିକଟରେ ଥିବା ଏକ ମିଲ୍ ର ମାଲିକ କୁଆଡ଼େ ବାହାରେ ବିକ୍ରି କରିଦେଇଥିବା ଚର୍ଚ୍ଚା ହେଉଛି। ଏଥିରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇ ଆସୁଛି। ଆଜି ରାଜ୍ୟ ଯୋଗାଣ ବିଭାଗର ଏକ ଟିମ ଚାରି ମାଇଲ ଠାରେ ଥିବା ଏକ ମିଲ୍ ଉପରେ ଅତର୍କିତ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ପରେ ମିଲେର ମାନଙ୍କ ମଧ୍ୟରେ ଛନକା ପଶିଛି। ଚାରିମାଇଲ ଠାରେ ଥିବା ନିର୍ଜନ ସ୍ଥାନରେ ଥିବା ଏହି ମିଲ ଉପରେ ଚଢ଼ାଉ ସମ୍ପର୍କରେ ଗଣ ମାଧ୍ୟମକୁ ଦୁରେଇ ରଖାଯାଇଛି। ଲକ୍ଷ ଲକ୍ଷ ଟଙ୍କାର ଧାନ ହେରଫର ହୋଇଥିବା ଘଟଣା ଚପେଇ ଦେବାକୁ ଉଦ୍ୟମ ହେଉଥିବା ଜଣା ପଡିଛି। ଜିଲ୍ଲା ଯୋଗାଣ ବିଭାଗ ସମେତ ସ୍ଥାନୀୟ ଯୋଗାଣ ବିଭାଗ ସହ ଯୋଗାଯୋଗ କରିଲେ କୌଣସି ଉତ୍ତର ମିଳିନି। ଲକ୍ଷ ଲକ୍ଷ ଟଙ୍କାର ଏହି ହେରଫେର ଧାନ କେଳେଙ୍କାରୀ କୁ ଚପେଇ ଦେବା ପାଇଁ ମୁଠା ମୁଠା ଟଙ୍କାର ଖେଳ ଆରମ୍ଭ ହୋଇଯାଇଛି।

ad-week
Leave A Reply

Your email address will not be published.