ଜିଲ୍ଲା ସ୍ତରୀୟ ଭିବି – ଜୀ ରାମ ଜି ଯୋଜନାର ଶୁଭାରମ୍ଭ

add-all

ନୟାଗଡ : ନୟାଗଡ଼ ଜିଲ୍ଲା ପରିଷଦର ସୃଜନ ଗୃହରେ ବିକଶିତ ଭାରତ ରୋଜଗାର ଏବଂ ଜୀବିକା ମିଶନ (ଗ୍ରାମୀଣ) ନିମନ୍ତେ ଗ୍ୟାରେଣ୍ଟି -୨୦୨୫(ଭିବି – ଜୀ ରାମ ଜି) ଯୋଜନାର ଶୁଭାରମ୍ଭ ହୋଇଅଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ମଣ୍ଡଳ ଉନ୍ନୟନ ଅଧିକାରୀ ଖଣ୍ଡପଡ଼ା, ଭାପୁର, ରଣପୁର, ଗଣିଆ, ଦଶପଲ୍ଲା, ଜିଲ୍ଲା ସାମାଜିକ ସମୀକ୍ଷକ ବିଜୟ ନାରାୟଣ ବଳିଆର ସିଂ, ମନରେଗା କୋର୍ଡିନେଟର ମିତାଲି ଜେନା ପ୍ରମୁଖ ଯୋଗ ଦେଇଥିଲେ ।ଏହି ଯୋଜନାଟି ଜୁଲାଇ ୧ତାରିଖରୁ ସାରା ଭାରତ ବର୍ଷରେ କାର୍ଯ୍ୟକାରୀ ହୋଇଥିବା ବେଳେ ଏହି ଯୋଜନାର ସଫଳତା ଉପରେ ମଞ୍ଚାସୀନ ଅତିଥି ମାନେ ସେମାନଙ୍କର ମତ ରଖିଥିଲେ ।ଏହି ଯୋଜନା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଅଧିନିୟମର ଏକ ବ୍ୟାପକ ବୈଧାନିକ ସଂସ୍କାର ।ଏହି ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ବଳିଷ୍ଠ ପଦକ୍ଷେପ, ଯାହାକି ଗ୍ରାମୀଣ ଭାରତର ସମୃଦ୍ଧି ଏବଂ ସାମାଜିକ କଲ୍ୟାଣର ନୂତନ ଦ୍ଵାର ଖୋଲିବ ।ଏହା ସଶକ୍ତିକରଣ, ବିକାଶ, ଅଭିମୁଖିକରଣ ଏବଂ ପରିପୂର୍ଣାତାର ଦୃଢ଼ ସ୍ତମ୍ଭ ଉପରେ ପର୍ଯ୍ୟବେସିତ ।ଶ୍ରମିକ ମାନଙ୍କ ପାଇଁ ପ୍ରତିବର୍ଷ ୧୨୫ଦିନର ନିଶ୍ଚିତ କର୍ମ ନିଯୁକ୍ତି ରହିବା ସହିତ ଏହି ଯୋଜନା ଅନ୍ତର୍ଗତ ଚାରିଟି କ୍ଷେତ୍ରରେ ବିଶେଷ ଧ୍ୟାନ ଦିଆଯାଇଛି ।ଯେପରିକି ଜଳ ସୁରକ୍ଷା, ଗ୍ରାମୀଣ ମୌଳିକ ଭିତ୍ତିଭୂମିର ବିକାଶ, ଜୀବିକାରେ ଉନ୍ନତି ଏବଂ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ।ପଞ୍ଚାୟତ ସ୍ତରରେ ଗ୍ରାମୀଣ ମୌଳିକ ଭିତ୍ତିଭୂମି ନିର୍ମାଣ ଦ୍ଵାରା ଆୟ ବୃଦ୍ଧି ସହିତ ସ୍ଥାୟୀ ବିକାଶ ସୁନିଶ୍ଚିତ ହେବ ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଶ୍ରମିକ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.