ଆସିକା ଏସ୍ଡ଼ିପିଓ ଙ୍କୁ ବଡ଼ ସଫଳତା : ଛତିଶଗଡ଼ ରୁ ଚୋରୀ ହୋଇଥିବା ୫୦ ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର ସୋରଡ଼ା ଅଞ୍ଚଳ ରୁ ଜବତ….!

Independence


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଏସ୍ଡ଼ିପିଓ ଅଧୀନରେ ଥିବା ସୋରଡ଼ା ଥାନା ଅଞ୍ଚଳରୁ ଛତିଶଗଡ ଅଞ୍ଚଳରୁ ଚୋରୀ ହୋଇଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର ପୋଲିସ ଜବତ କରିଛି। ଛତିଶଗଡ଼ ରାଜ୍ୟର ସରଗୁଜା ଜିଲ୍ଲା ଥାନା ସୀତାପୁର ଅଞ୍ଚଳର ଗହଣା ଦୋକାନୀ କାଶୀ ବିଶ୍ଵନାଥ ଜୁଏଲର୍ସ ମାଲିକ ସକାଳେ ଦୋକାନ ଖୋଲିବା ସମୟରେ ଏକ ସ୍କୁଟିରେ ଚାରିଜଣ ଦୁର୍ବୁତ୍ତ ଆସି ବ୍ୟଗରେ ଥିବା ସୁନା ରୁପା ଅଳଙ୍କାର ଗତ ୨୬ ଜୁଲାଇ ମାସରେ ଲୁଟ କରି ଫେରାର ହୋଇଯାଇ ଥିଲେ। ସିସି ଟିଭି ଫୁଟେଜ ରୁ ମିଳିଥିବା ତଥ୍ୟ ଛତିତିଶଗଡ଼ ଏସପି ଗଞ୍ଜାମ ଏସପିଙ୍କୁ ହସତାନ୍ତର କରିଥିଲେ। ଗଞ୍ଜାମ ଏସପିଙ୍କ ନିର୍ଦେଶ କୁ ଆସିକା ଏସ୍ଡ଼ିପିଓ ସୌରଭ ରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱ ରେ ପାଟପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଓ ସ୍ୱତନ୍ତ୍ର ଟିମ ସୋରଡ଼ା ଅଞ୍ଚଳରୁ ୧ କିଲୋ ୪୦୦ ଗ୍ରାମ ରୁପା ଓ ୩୦୦ ଗ୍ରାମର ସୁନା ଅଳଙ୍କାର ଜବତ କରିଥିବା ଜଣା ପଡିଛି। ଚୋରୀ ଘଟଣା ପରେ ଏନେଇ ୨୯୬/୨୬ ଛତିଶଗତ ପୋଲିସ ଏକ କେଶ ରୁଜୁ କରିଥିଲେ।ଆଜି ରାତ୍ରରେ ଆସିକା ଏସ୍ଡ଼ିପିଓ ଙ୍କ କାର୍ଯ୍ୟାଳୟ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନିରେ ଏସ୍ଡ଼ିପିଓ ସୌରଭ ରଞ୍ଜନ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି। ଆୟୋଜିତ ସଂମ୍ମିଳନୀ ରେ ଛତିଶଗଡ଼ ସାଇବର ସେଲର ଭୋଜରାଜ ପାଶ୍ବାନ, ବିକାଶ ସିନ୍ହା, ଅନୁଜ ଯେଶ୍ଵାଳ, ଅମନ ପୁରୀ, ରଘୁନାଥ ରାମ ଭଗତଙ୍କ ସମେତ ପାଟପୁର ଆଇ.ଆଇ.ସି ଓ ଆସିକା ଆଇଆଇସି ଉପସ୍ଥିତ ଥିଲେ। ଅଭିଯୁକ୍ତ ମାନେ ଗିରଫ ହୋଇନଥିବା ଯୋଗୁଁ ପୋଲିସ ଗଞ୍ଜାମ ଜିଲ୍ଲାର କେଉଁ ଅଞ୍ଚଳ ଅଭିଯୁକ୍ତ ମାନେ ତାହା ପ୍ରକାଶ କରିନାହିଁ।

ad-week
Leave A Reply

Your email address will not be published.