ମକରଝୋଳ ନାଳବିଲ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

youtube

ହିଞ୍ଜିଳିକାଟୁ (୨୮/୯) : ହିଞ୍ଜିଳି ଥାନା ଅନ୍ତର୍ଗତ ମକରଝୋଳ ଗ୍ରାମ ରୋଡ ନାଳବିଲ ନିକଟ ରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବୃଦ୍ଧ ଜଣକ ହେଲେ ହିଞିଳିକାଟୁ ବ୍ଳକ ସରଧାପୁର ଗ୍ରାମ ର ଲାଲମୋହନ ଵେହେରା ୭୦ । ଲାଲମୋହନ ତିନିଦିନ ତଳୁ ସଂନ୍ଧ୍ଯାରେ କେଉଁ ଆଡେ ଚାଲିଯାଇଥିଲେ। ରାତିରେ ଲାଲମୋହନ ଘରକୁ ନଫେରିବାରୁ ପରିଵାର ଲୋକେ ବହୁ ଖୋଜାଖୋଜି କରିଥିଲେ। ଏ ନେଇ ଗ୍ରାମର ଯୁବଗୋଷ୍ଠୀ ସୋସିଆଲ ମିଡ଼ିଆରେ ଫଟୋ ଦେଇ ଥିଲେ । ବୁଧବାର ମକରଝୋଳ ଗ୍ରାମ ରୋଡ ନିକଟ ନାଳବିଲ ମେଣ୍ଢା ମୋହନ ଙ୍କ ଚାଷଜମିରେ ପଡୁଥିବା ଦେଖି ଗ୍ରାମବାସୀ ସାମାଜିକ କର୍ମୀ ବି ଶଙ୍କର ଙ୍କୁ ଖବର ଦେଇଥିଲେ। ଶଙ୍କର ଏ ନେଇ ହିଞ୍ଜିଳି ଥାନାରେ ଜଣାଇବା ସହ ପରିବାରର ସଦସ୍ୟ ଙ୍କୁ ଜଣାଇଥିଲେ। କବର ପାଇ ପରିବାର ଲୋକେ ସେଠାରେ ପହଞ୍ଚି ଲାଲମୋହନ ଙ୍କୁ ଉଦ୍ଧାର କରିଥିଲେ
ଖବର ପାଇ ହିଞ୍ଜିଳି ପୋଲିସ ଥାନା ଏଏସଆଇ ଗୋପାଳ କୃଷ୍ଣ ଆଗୁ ପାତ୍ର ଓ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ଵ୍ରହ୍ମପୁର ବଡ ମେଡିକାଲକୁ ପଠାଇ ତଦନ୍ତ ଚଳାଇଛନ୍ତି ।ଏ ନେଇ ହିଞ୍ଜିଳି ଥାନାରେ ଏକ ଅପମୃତ୍ୟୁ ମାମଲା ୨୬/୨୨ ମାମଲା ରୁଜୁ କରାଯାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.