ଉମରକୋଟ:ସମାଜ ବିକାଶ ଆଡ଼କୁ ଅଗ୍ରସର ହେବାରେ ଲାଗିଛି କିନ୍ତୁ ଯିଏ ଏହି ସମାଜର ନିର୍ମାତା ଅର୍ଥାତ୍ ମଣିଷ କିନ୍ତୁ ମାନବିକତା ହରାଇ ହରାଇ ଚାଲିଛି । ଅନ୍ୟପଟେ ଆଜି ସମୟରେ ଏହି ଧାରାରେ ସବୁଠାରୁ ଅଧିକ ପ୍ରଭାବିତ ଯୁବ ବର୍ଗ । ସେ ହତ୍ୟା ହେଉ ଅବା ଆତ୍ମହତ୍ୟା ନିଜର ବିବେକ, ମଣିଷ ପଣିଆକୁ ଦିନକୁ ଦିନ ଆଯାଚିତଭାବେ ବଳୀ ଦେବାରେ ଲାଗିଛନ୍ତି ଯୁବାଗୋଷ୍ଠୀ। ଠିକ୍ ସେପରି ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ୍ ଅନ୍ତର୍ଗତ ଦେଉଳପାରା ଗ୍ରାମରେ ଯାହାକି ଛେଲିଡ଼ଙ୍ଗରୀ ପଂଚାୟତର ଏକ ଗ୍ରାମ ଅଟେ । ଗ୍ରାମର କମଲୁ ଗଣ୍ଡ ଓ ଲକ୍ଷ୍ମୀବାଈ ଗଣ୍ଡଙ୍କ ଏକ ମାତ୍ର ଝିଅ କୁମାରୀ ମାଳ ଗଣ୍ଡଙ୍କୁ ଗତକାଲି ଅର୍ଥାତ୍ ୧୪/୧୦/୨୦୨୨ ବିଳମ୍ବିତ ରାତିରେ ତାଙ୍କ ଘରଠାରୁ ପ୍ରାୟ ତିନି ଶହ ମିଟର ଦୂରରେ ଥିବା ଏକ ମହୁଲ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଘର ପଛ ପାଖରେ ଥିବା ମହୁଲ ଗଛରେ କୁମାରୀଙ୍କ ମୃତ ଦେହ ଏକ ଓଢଣି ଦ୍ଵାରା ଝୁଲୁଥିବା ଦେଖି ସଙ୍ଗେ ସଙ୍ଗେ ପରିବାର ସଦସ୍ୟ ମୃତ୍ୟୁ ସ୍ଥଳରେ ଏକତ୍ରିତ ହୋଇଥିଲେ ଏବଂ ତୁରନ୍ତ ସ୍ଥାନୀୟ ପୋଲିସ୍ କୁ ଖବର ଦେଇଥିଲେ । ରାଇଘର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏତଦ୍ ବ୍ୟତୀତ UD Case No.୭୫ ଜରିଆରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ପୋଲିସ୍ ଛାନ୍ ଭିନ୍ ଆରମ୍ଭ କରିଛି । ତେବେ ପରିବାର ବର୍ଗଙ୍କ କହିବା ମୁତାବକ ଝିଅ କୁଆଡ଼େ ବାହାରକୁ ପଳେଇ ଯାଇଥିଲା କିନ୍ତୁ ଗତ ଚାରି ମାସ ତଳେ ଘରକୁ ଫେରିଥିଲା ଏବଂ ଝିଅ କୁଆଡ଼େ ଯାଇଥିଲା ସେମାନେ ଜାଣି ନଥିଲେ । ଘରକୁ ଫେରିବା ପରେ ଗତ ୧୨/୧୫ ଦିନ ହେବ ମାନସିକ ଭାରାକ୍ରାନ୍ତ ଥିବା ଭଳି ପରିଲକ୍ଷିତ ହେଉଥିଲା ଯଦିଓ କାହାକୁ କିଛି କହୁନଥିଲା । ପ୍ରକାଶ ଥାଉ କି ଅନ୍ୟାନ୍ୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ କୁମାରୀ ସମେତ ଅନେକ ଝିଅ ସିଲେଇ ଶିଖିବାକୁ ଯାଇଥିଲେ ।ବର୍ତ୍ତମାନ୍ ଦେଖିବାକୁ ବାକି ରହିଲା ଏହି ପରିପ୍ରେକ୍ଷୀରେ ପୋଲିସ୍ ର ଅନୁସନ୍ଧାନ କେଉଁ ଦିଗକୁ ସୂଚାଉଛି ଏବଂ ପ୍ରକୃତରେ ମୃତ୍ୟୁ ଆତ୍ମହତ୍ୟା ଜନିତ ନା ଏକ ଯୋଜନାବଦ୍ଧ ହତ୍ୟା ତାହା ଅନୁସନ୍ଧାନ ସାପେକ୍ଷ..
