ବାପାଙ୍କ ସନ୍ଦେହ ଜନକ ମୃତ୍ୟୁ କୁ ନେଇ ଅଭିଯୋଗ ଆଣିଲା ପୁଅ…

add-all

ମାଲକାନଗିରି : ବାପାଙ୍କ ସନ୍ଦେହ ଜନକ ମୃତ୍ୟୁ କୁ ନେଇ ଅଭିଯୋଗ ଆଣିଲେ ପୁଅ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଏମ୍ଭି ୨୬ ଗ୍ରାମରେ। ବାପାଙ୍କ ଏପରି ସନ୍ଦେହ ଜନକ ମୃତ୍ୟୁ କୁ ବିଶ୍ୱାସ କରିପାରୁନାହିଁ ପୁଅ । ପୁଅଙ୍କ କହିବା ଅନୁଯାୟୀ ବାପା ଲକ୍ଷ୍ମୀକାନ୍ତ ମଣ୍ଡଲ ସୁକମାର କୁକୁରରାଜ ନାମକ ସ୍ଥାନରେ ଜମି ଲିଜରେ ନେଇ ୩ ଜଣ ସାଙ୍ଗ ହୋଇ ମକା ଚାଷ କରୁଥିଲେ। ମକା ଫସଲ ବ ଭି ବେଶ ଭଲ ହୋଇଥିଲା କିନ୍ତୁ ଭାଗ୍ୟର ବିଧାନ କିଛି ଅଲଗା ଲେଖା ଥିଲା ଗତକାଲି ମକା ଜମିରେ ବାପା ଲକ୍ଷ୍ମୀକାନ୍ତ ମଣ୍ଡଲଙ୍କ ମୃତ ଦେହ ମିଲିଥିଲା। ସେଠାରୁ ଜଣେ ଲୋକ ତାଙ୍କ ପୁଅକୁ ଖବର ଦେବା ପରେ ପୁଅ ଓ ଗାଁ ଲୋକ ସେଠାରେ ପହଁଚି ଲକ୍ଷ୍ମୀକାନ୍ତ ମଣ୍ଡଳଙ୍କ ଶବ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ଏବଂ ବାପାଙ୍କ ମୃତ୍ୟୁ ର ସତ୍ୟତା ଜାଣିବାକୁ ଚାହୁଁଥିଲେ ସେଠାରେ ବାପାଙ୍କ ଦୁଇ ଗଡ଼ରେ ପୁଡ଼ି ଯାଇଥିବା ଭଳି କିଛି ଚିହ୍ନ ଦେଖିବାକୁ ମିଳିଥିଲା।ଏପରି ଚିହ୍ନକୁ ଦେଖି ପୁଅ ବାପାଙ୍କ ମୃତ୍ୟୁ କୁ ନେଇ ସନ୍ଦେହ କରି ଏହାର ସଠିକ ତଦନ୍ତ କରିବା ପାଇଁ କେମେରା ଆଗରେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି। ବାପାଙ୍କ ମୃତ୍ୟୁ ପାଇଁ ମିଶି କାମ କରୁଥିବା ସାଥି ,ଜମି ମାଲିକ ଓ ସେଠାରେ କାମ କରୁଥିବା ଶ୍ରମିକ ମାନଙ୍କୁ ସନ୍ଦେହ କରୁଥିବା କହିଛନ୍ତି ପୁଅ।

ad-week
Leave A Reply

Your email address will not be published.