ଚିଲିକାରେ ବେଆଇନ୍ ଚିଙ୍ଗୁଡ଼ି ଘେରିରେ ବୁଲିଲା ବୁଲଡୋଜର

ବ୍ରହ୍ମଗିରି : ଚିଙ୍ଗୁଡ଼ି ଘେରିରେ ବୁଲିଲା ବୁଲଡୋଜର ।  ଦୀର୍ଘ ୨୦ଦିନ ହେଲା ଚିଲିକାରେ ବେଆଇନି ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଜାରି ରହିଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ଚଢ଼ାଉ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଧେଶକ୍ରମେ କୃଷ୍ଣପ୍ରସାଦ ତହସିଲିଦାର ସହଦେଵ ସାହୁଙ୍କ…

ଏଥର ବାଲିଯାତ୍ରାରେ ବ୍ୟାନ୍ ହେବ “ହାମର’ ଦୋଳି ଓ “ସିଙ୍ଗଲ ଟାୱାର”, ଦୋଳିର ମାନ ଯାଞ୍ଚ କରିବ ସ୍ୱତନ୍ତ୍ର ବୈଷୟିକ ଟିମ୍

କଟକ : ଏଥର ବାଲିଯାତ୍ରାରେ ମିଳିବନି ଦୋଳିର ମଜା । ଲାଗିବନି ବିପଦଜ୍ଜନକ ଦୋଳି । “ହାମର’ ଦୋଳି ଓ “ସିଙ୍ଗଲ ଟାୱାର” ଦୋଳି ଉପରେ ବ୍ୟାନ୍ ପାଇଁ ମୀନାବଜାର ମହାସଂଘ ନିଷ୍ପତ୍ତି ନେଇଛି । ଅଧିକ ପୁରୁଣା ଦୋଳି ନ ଲଗାଇବାକୁ ମହାସଂଘର ନିଷ୍ପତ୍ତି ନେଇଛି । ଅନ୍ୟ ଦୋଳିର ମାନ ଯାଞ୍ଚ ପାଇଁ…

ଗାଡ଼ି ସୋ’ରୁମ୍ ରେ ନିଆଁ, ଜଳିକଲା ସମସ୍ତ କାର୍

ବ୍ରହ୍ମପୁର: ଗାଡ଼ି ସୋ’ରୁମ୍ ରେ ଭୟାବହ ଅଗ୍ନିକାଣ୍ଡ । ବ୍ରହ୍ମପୁରର ହଳଦିଆପଦରରେ ଥିବା ଗାଡ଼ି ସୋ’ରୁମ୍ ରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଦେଖୁ ଦେଖୁ ନିଆଁର ପ୍ରକୋପ ବଢ଼ିବା ସହ ସୋରୁମ୍‌ରୁ ଧୂଆଁର କଳା ଆସ୍ତରଣ ବାହାରୁଥିବା ଦେଖିବାକୁ ମିଳିଛି । ସୋ’ରୁମ୍ ରେ ଥିବା ସମସ୍ତ କାର୍ ପୋଡ଼ି…

ରାଜ୍ୟରେ ୨୦ ଲକ୍ଷ ଗାଡ଼ିର RC ବାତିଲ୍

ଭୁବନେଶ୍ୱର : ଓଡ଼ିଶାରେ ୨୦ ଲକ୍ଷ ଗାଡ଼ିର RC ବାତିଲ୍, ଆଉ ୩୦ ଲକ୍ଷ ଗାଡ଼ି ଉପରେ ଝୁଲୁଛି ଖଣ୍ଡା । ଓଡ଼ିଶାର ଗାଡ଼ି ମାଲିକଙ୍କ ପାଇଁ ବଡ଼ ଖବର । ରାଜ୍ୟର ୨୦ ଲକ୍ଷ ଗାଡ଼ିକୁ ‘ପରମାନେଣ୍ଟ ଆର୍କାଇଭ୍ ’କୁ ପଠାଯାଇଥିବା ବେଳେ ସେଗୁଡ଼ିକର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ବା RC ବାତିଲ୍…

ରାଜ୍ୟସଭା ସାଂସଦଙ୍କୁ ଠକି ବନ୍ଧା ହେଲେ ପୂର୍ବତନ ମନ୍ତ୍ରୀଙ୍କ ପୁଅ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ନୃସିଂହ ସାହୁଙ୍କ ପୁଅକୁ ଗିରଫ କରିଛି ପୁଲିସ। ରାଜ୍ୟସଭା ସାଂସଦଙ୍କୁ ଠକି ବନ୍ଧାହେଲେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ଅଜିତ ସାହୁ। ମନ୍ତ୍ରୀଙ୍କ ପୁଅକୁ ଗିରଫ କଲା ନୟାପଲ୍ଲୀ ପୋଲିସ। ଜାଗା ଦେବାକୁ କହି ଠକେଇ ଅଭିଯୋଗରେ ବନ୍ଧା…

ବିଚ୍‌ ରାସ୍ତାରେ ମାଂସ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

ବୁର୍ଲା: ଦୁର୍ବୃତ୍ତଙ୍କ ଗୁଳିରେ ମାଂସ ଦୋକାନୀ ମହମ୍ମଦ୍ ଅନିଶ(୩୬)ଙ୍କର ମୃତ୍ୟୁ। ଦୁର୍ବୃତ୍ତମାନେ ତାଙ୍କୁ ତିନିଟି ଗୁଳି ମାରିଛନ୍ତି। ସମ୍ବଲପୁରର ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି । ମୁଣ୍ଡ, ଛାତି ଓ…

ଆର୍‌ଟିଓ ଅଫିସରେ ଅଗ୍ନିକାଣ୍ଡ, ଜଳିଗଲା ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଓ ଆସବାବପତ୍ର

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ। ଶନିବାର ପୂର୍ବାହ୍ଣ ପ୍ରାୟ ୯ଟା ୩୦ ସମୟରେ ପାରଳାଖେମୁଣ୍ଡିସ୍ଥିତ ଗଜପତି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ହଠାତ୍ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡରେ କାର୍ଯ୍ୟାଳୟର ବହୁ ଅଂଶ…

ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ, ୮ ଗୁରୁତର

ଭଦ୍ରକ: ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ୮ ଜଣ କିନ୍ନର ଗୁରୁତର । ଭଦ୍ରକର ଚରମ୍ପା ରେଳ ଓଭର ବ୍ରିଜ ନିକଟରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ । ଗୋଟିଏ କିନ୍ନର ଗୋଷ୍ଠୀ ଆକ୍ରମଣରେ ଅନ୍ୟ ଏକ କିନ୍ନର ଗୋଷ୍ଠୀର ୮ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣଙ୍କ…

ଅନୁଗୁଳରେ ସ୍କ୍ରବ୍ ଟାଇଫସ୍ ଆତଙ୍କ : ଜଣେ ମୃତ, ୧୦ରୁ ଅଧିକ ଆକ୍ରାନ୍ତ, ସ୍ଥିତି ଅନୁଧ୍ୟାନ କରୁଛି ୫ ଜଣିଆ ବିଶେଷଜ୍ଞ…

ଅନୁଗୁଳ : ଅନୁଗୁଳ ପାଲଲହଡ଼ାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ, ଜଣଙ୍କ ମୃତ୍ୟୁ ଅଭିଯୋଗ । ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ୍ ସାନବାଘଧରି ଗାଁରେ ବ୍ୟାପିଲା ସ୍କ୍ରବ୍ ଟାଇଫସ୍ ଭୟ । ରୋଗରେ ଆକ୍ରାନ୍ତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ଗାଁର ସୁମନ୍ତ ସେଠୀ ।…

“ସକ୍ଷମ”ର ନିଆରା ରକ୍ଷାବନ୍ଧନ ଉତ୍ସବ

ସୁନ୍ଦରଗଡ଼ : ଆଜିର ସମାଜରେ ଚାଷୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୀମିତ ଜମି ସମ୍ବଳ ମଧ୍ୟରେ ଦେଶର ଅନ୍ନ ଆବଶ୍ୟକତା ପୂରଣ କରିବା ପାଇଁ ଚାଷୀଙ୍କୁ ଅନେକ ସମୟରେ ରାସାୟନିକ ଚାଷ ପଦ୍ଧତି ଆପଣାଇବାକୁ ପଡ଼େ। ମାତ୍ର କାଳକ୍ରମେ ଏହି ରାସାୟନିକ ଚାଷ ପଦ୍ଧତି ଚାଷୀଙ୍କ ପାଇଁ ଏକ ବଡ଼ ବୋଝ…