ଲଦାଖରେ ଚୀନ୍‌ର ବେଆଇନ ପଦକ୍ଷେପ: କଡ଼ା ପ୍ରତିବାଦ ଜଣାଇ ଉଚିତ୍ ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଚୀନ୍ ନିଜର ଷଡ଼ଯନ୍ତ୍ରରୁ ପଛକୁ ହଟିବାର କୌଣସି ସଙ୍କେତ ଦେଖାଉନାହିଁ। ସେ ଭାରତ ସୀମାରେ ନିରନ୍ତର ଉତ୍ତେଜନାମୂଳକ କାର୍ଯ୍ୟ ଚଳାଇ ଆସୁଛନ୍ତି। ଏବେ ଏହା ଲଦାଖ ନିକଟବର୍ତ୍ତୀ ସୀମାନ୍ତ ଅଞ୍ଚଳରେ ଦୁଇଟି ନୂତନ ଜିଲ୍ଲା ଗଠନ ଘୋଷଣା କରିଛି। ଭାରତ ଏହି ପଦକ୍ଷେପର କଡ଼ା ବିରୋଧ କରିଛି।…

‘ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆମକୁ ଦଣ୍ଡିତ କରା ନ ଯାଉ’, ଡିଲିମିଡେଶନକୁ ନେଇ ଚେନ୍ନାଇରେ ଏକଜୁଟ ହେଲେ ବିରୋଧୀ

ଚେନ୍ନାଇ,୨୨।୩: ସୀମା ନିର୍ଦ୍ଧାରଣ ପ୍ରସଙ୍ଗ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶନିବାର ଚେନ୍ନାଇରେ ବିରୋଧୀ ନେତାମାନଙ୍କର ଏକ ବୈଠକ ଡାକିଥିଲେ। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମେତ ଅନେକ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ…

ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୧୭ଲକ୍ଷ ହ୍ବାଟସଆପ ଆକାଉଣ୍ଟ ବ୍ଲକ୍‌

ନୂଆଦିଲ୍ଲୀ,୨୨।୩: ଟେଲିକମ ଠକେଇର ମୁକାବିଲା କରିବା ପାଇଁ ଭାରତ ସରକାର ଶୁକ୍ରବାର କହିଛନ୍ତି ଯେ, ସଞ୍ଚାର ସାଥୀ ପୋର୍ଟାଲ ମାଧ୍ୟମରେ ଏପର୍ଯ୍ୟନ୍ତ ୩.୪ କୋଟିରୁ ଅଧିକ ମୋବାଇଲ ଫୋନ କନେକ୍ସନ କଟାଯାଇଛି। ଏଥିସହ ୩.୧୯ ଲକ୍ଷ IMEI ନମ୍ବରକୁ ବ୍ଲକ କରାଯାଇଛି। ଦୂରସଂଚାର ବିଭାଗ (DoT) କହିଛି…

ପୁଣି ପଡ଼ିଲା ରକ୍ତଛିଟା, ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ,୨୨ା୩: ଶ୍ରୀମନ୍ଦିରରେ ଶନିବାର ମହାପ୍ରଭୁଙ୍କର ହୋଇଛି ବଡ଼ ମହାସ୍ନାନ। ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ପାଣିଆ ଆପଟ ସେବକ ଝୁଣ୍ଟି ପଡ଼ିଯିବାରୁ ଆଘାତ ଲାଗି ଭିତରକାଠରେ ରକ୍ତ ଛିଟା ପଡ଼ିଥିଲା। ଫଳରେ ମହାପ୍ରଭୁଙ୍କର ମହାସ୍ନାନ ହୋଇଛି। ବିଧି ଅନୁଯାୟୀ,…

ନବ ଦାସଙ୍କ ହତ୍ୟାର ବନ୍ଧୁକ ଛଡ଼ାଇଥିବା ଯୁବକଙ୍କୁ ଜେରା

ଭୁବନେଶ୍ୱର,୨୨ା୩: ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି। ବ୍ରଜରାଜନଗର ଥାନାରେ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ସରୋଜ ସା’ ନାମକ ଜଣେ ଯୁବକଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ହତ୍ୟାକାଣ୍ଡ ଦିନ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ସରୋଜ। ତତ୍କାଳୀନ…

ଓରିଏଣ୍ଟ ଥାନାରେ କ୍ରାଇମବ୍ରାଞ୍ଚ ଟିମ୍‌: ଅଧିକାରୀ, କର୍ମଚାରୀଙ୍କୁ ପଚରାଉଚରା

ଝାରସୁଗୁଡ଼ା,୨୨।୩: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଟିମ୍‌ ଶନିବାର ପଞ୍ଚମ ଦିନରେ ବ୍ରଜରାଜନଗର ଓରିଏଣ୍ଟ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ଟିମ୍‌ ଥାନା କର୍ମଚାରୀ ଏବଂ ଅଧିକାରୀଙ୍କୁ ନବ ଦାସ ହତ୍ୟା ମାମଲା…

ନାଗପୁର ହିଂସା ସମୟରେ ଆହତ ହୋଇଥିବା ଯୁବକ ମୃତ

ନାଗପୁର: ଶନିବାର ଦିନ ନାଗପୁରରେ ହୋଇଥିବା ହିଂସା ମାମଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମୃତକଙ୍କ ନାମ ଇରଫାନ ଅନସାରୀ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ହିଂସା ସମୟରେ ଇରଫାନ ଅନସାରୀ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ…

୫.୩ ନିୟୁତ ପ୍ରବାସୀଙ୍କୁ ଆମେରିକା ଛାଡିବାକୁ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ

ୱାଶିଂଟନ: ଆମେରିକାର ପ୍ରବାସ ନୀତି ସମ୍ପର୍କରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି। ଯାହା ଦ୍ୱାରା ୪ ଦେଶର ନାଗରିକଙ୍କୁ ଏବେ ଆମରେିକା ଛାଡିବାକୁ ପଡ଼ିବ। କ୍ୟୁବା, ହାଇତି, ନିକାରାଗୁଆ ଏବଂ ଭେନେଜୁଏଲାର ଆଦି ୪ ଦେଶର ୫.୩ ଲକ୍ଷ ପ୍ରବାସୀଙ୍କର ଆଇନଗତ…

ସୀମା ନିର୍ଦ୍ଧାରଣ ପାଇଁ ଜନସଂଖ୍ୟା କେବଳ ଏକମାତ୍ର ଆଧାର ନହେଉ : ନବୀନ

ନୂଆଦିଲ୍ଲୀ: ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ଆଜି (୨୨ ମାର୍ଚ୍ଚ) ଚେନ୍ନାଇରେ ଏହି ପ୍ରସଙ୍ଗରେ ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଥିଲା। ପାଞ୍ଚଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଅନ୍ୟ ତିନୋଟି ରାଜ୍ୟର ନେତାମାନେ ମଧ୍ୟ ଅଂଶଗ୍ରହଣ…

ରାଜ୍ୟରେ କାଳ ବୈଶାଖୀ ପ୍ରଭାବରେ ବର୍ଷା, ଘଡଘଡି, ବଜ୍ରପାତରେ ୨ ମୃତ

ବ୍ରହ୍ମପୁର/ବ୍ରହ୍ମଗିରି: ରାଜ୍ୟରେ ବିଗତ ୨ଦିନ ହେଲା କାଳବୈଶାଖୀ ଜାରି ରହିଛି। ଏହାର ପ୍ରଭାବରେ ବର୍ଷା, ଘଡ଼ଘଡ଼ି ହୋଇଛି। ଘରଦ୍ବାରା ଭାଙ୍ଗିଛି। ତଳିଆ ଅଞ୍ଚଳରେ ଜଳଭତର୍ତ୍ତି ହୋଇଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଆଜି ବଜ୍ରାଘାତରେ ଜଣେ ଦଶମ ଶ୍ରେଣୀ ଛାତ୍ରର ସମେତ ୨ ଜଣଙ୍କର ମୃତ୍ୟୁ…