ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ୫ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲା ଗିରଫ ଅଭିଯୁକ୍ତ

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରି ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଯୁବକକୁ ପୋଲିସ ୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ନିଆଯାଇଛି । ଆଜି ସକାଳେ ଗିରଫ ହୋଇଥିବା ଯୁବକକୁ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ତାକୁ ପଚରାଉଚରା କରାଯିବା ପରେ ପୋଲିସ ହେପାଜତକୁ ନେଇଛି ।

କୃଷ୍ଣସିଂହ ପାଠାଗାରର ନୂତନ ପରିଚାଳନା କମିଟି ଗଠିତ

ଆସିକା : ଆସିକା ସହରର ଶତାୟୁ ବର୍ଷର ସର୍ବ ପୁରାତନ କୃଷ୍ଣସିଂହ ପାଠାଗାରର ନୂତନ ପରିଚାଳନା କମିଟି ଗଠିତ ହୋଇଯାଇଛି l ଆସିକା ବିଜ୍ଞାପିତ ଅଂଚଳ ପରିଷଦର ୱାର୍ଡ ନମ୍ବର ୧୪ ନିରଞ୍ଜନ ନଗର ରେ ଥିବା ଏହି ପାଠାଗାରକୁ ସୁଚାରୁରୂପେ ପରିଚାଳନା କରିବା, ପୁରାତନ ପାଠାଗାର ପ୍ରତି ଅଞ୍ଚଳ ର

ଆହୁରି ୫ ଦିନ ଶୀତରେ ଥରିବ ଓଡିଶା: ଘନ କୁହୁଡି ନେଇ ୪ ଜିଲ୍ଲାକୁ ସତର୍କତା

ଭୁବନେଶ୍ଵର: ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରୀ । ଏହା ଆହୁରି ୫ ଦିନ ପର୍ଯ୍ୟନ୍ତ ଜାରି ରହିବ । ଏହା ସାଙ୍ଗକୁ କଲବଲ କରିବ ଘନ କୁହୁଡି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟର

ନବୀନଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିଲେ, ସିଏ ହିଁ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ

ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପଛର ଖଳନାୟକମାନେ ସାମ୍ନାକୁ ଆସିବା ଦରକାର। ନବୀନଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିବା ବ୍ୟକ୍ତି ହିଁ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ, ତାହା ଆଜି ପ୍ରମାଣିତ ହେବାକୁ ଯାଉଛି। ଆଜି ଏଭଳି ଚାଞ୍ଚଲ୍ୟକର ବୟାନ

ବଢିଲା ଅଫିସରଙ୍କ ଗାଡ଼ି ଭଡ଼ା

ଭୁବନେଶ୍ଵର: ବର୍ତ୍ତମାନ ଫେବୃୟାରୀ ପହିଲାରୁ ଅଫିସରମାନଙ୍କୁ ଗାଡ଼ି ଉପଯୋଗ ପାଇଁ ବର୍ଦ୍ଧିତ ଦର ଦେବାକୁ ପଡ଼ିବ । ବଢୁଥିବା ତେଲ ଦର କାରଣରୁ ଅଫିସରମାନେ ବ୍ୟବହାର କରୁଥିବା ଗାଡ଼ିର ଭଡ଼ା ପରିମାଣକୁ ରାଜ୍ୟ ସରକାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ନିଜ ବାସଭବନରୁ ଅଫିସକୁ

ଖଣ୍ଡଗିରି ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳତା, ଜାରି ହେବ ମାର୍ଗଦର୍ଶିକା: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର : ଖଣ୍ଡଗିରି ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳତା । ଏନେଇ ଖୁବ ଶୀଘ୍ର ଜାରି ହେବ ମାର୍ଗଦର୍ଶିକା । ଅଶ୍ଳୀଳତାକୁ ନେଇ ସରକାର ମାଗଦର୍ଶିକା ଆଣିବେ ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏନେଇ ଯାତ୍ରା କମିଟି, କଳାକାର ଏବଂ ମାଲିକଙ୍କ ସହ ଆଲୋଚନା ହୋଇଛି । ତେବେ ଖୁବ

ଭିତରକନିକାରେ ବଢିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା

କେନ୍ଦ୍ରାପଡା: ଚଳିତ ବର୍ଷ ଭିତରକନିକାରେ ବଢିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା । ଗତବର୍ଷ ତୁଳନାରେ ଭିତରକନିକାରେ ୧୯୩ଟି ଅଧିକ ବିଦେଶୀ ପକ୍ଷୀଙ୍କ ଆସର ଜମିଛି । ଚଳିତ ବର୍ଷ ୧ ଲକ୍ଷ ୫୧ ହଜାର ୬୧୪ଟି ବିଦେଶୀ ପକ୍ଷୀ ଆସିଛନ୍ତି । ଏଥିସହିତ ୧୧୮ ପ୍ରଜାତି ପକ୍ଷୀ ଚିହ୍ନଟ ହୋଇଛନ୍ତି, ଯାହା

ବିଜେପିର ସଂକଳ୍ପ ପତ୍ରକୁ ଟାର୍ଗେଟ କଲେ ଆପ ସାଂସଦ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡ଼ିକ ପରସ୍ପର ଉପରେ ଦୋଷ ଲଦୁଛନ୍ତି। ଏହି ସମୟରେ, ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ଏବଂ ସାଂସଦ ସଞ୍ଜୟ ସିଂହ ପାଲମ ଏବଂ ନଜଫଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ସାଧାରଣ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ବିଜେପି

ନୟାଗଡ଼ ଜିଲ୍ଲାର ମାଟି ତଳେ ରହିଛି ଲିଥିୟମ

ଭୁବନେଶ୍ୱର : ନୟାଗଡ଼ ଜିଲ୍ଲାର ମାଟି ତଳେ ଲିଥିୟମ ଥିବା ସଙ୍କେତ ମିଳିଛି । ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ-ଜିଏସଆଇ ଏନେଇ ସଙ୍କେତ ଦେଇ । ଲିଥିୟମ୍ , କପର ଆଦି କ୍ରିଟିକାଲ ମିନେରାଲ ଖୋଜା ଉପରେ ଗୁରୁତ୍ବ ଦେଉଛନ୍ତି କେନ୍ଦ୍ର ସରକାର । ମାଟି ତଳେ ଥିବା ପ୍ରାକୃତିକ ସମ୍ପଦ

ଭିତରକନିକାରେ ଆରମ୍ଭ ହୋଇଛି କୁମ୍ଭୀର ଗଣନା, ନିୟୋଜିତ ହୋଇଛନ୍ତି ୨୨ଟି ଟିମ୍

ପଟ୍ଟାମୁଣ୍ଡାଇ: ଭିତରକନିକାରେ ଆରମ୍ଭ ହୋଇଛି କୁମ୍ଭୀର ଗଣନା । ଆଜିଠୁ ୨୨ ଯାଏଁ ଭିତରକନିକାରେ ଚାଲିବ କୁମ୍ଭୀର ଗଣନା । କୁମ୍ଭୀର ଗଣନା ପାଇଁ ଭିତରକନିକାର ୫ଟି ରେଂଜରେ ୨୨ଟି ଟିମ୍ ନିୟୋଜିତ ହୋଇଛନ୍ତି । ପ୍ରତ୍ୟେକ ଟିମ୍‌ରେ ୭/୮ ଜଣ ବନ କର୍ମଚାରୀ ସାମିଲ ହୋଇଛନ୍ତି । ସେପଟେ ଗଣନା