ରାଜ୍ୟରେ ୫ ମାସରେ ୪୦ ହାତୀଙ୍କ ମୃତ୍ୟୁ ହୋଇଛି

ରାଜ୍ୟରେ ବଢୁଛି ହାତୀ-ମଣିଷ ଲଢେଇ। ଗତ ତିନି ବର୍ଷରେ ହାତୀ ଆକ୍ରମଣରେ ଯାଇଛି ୬୬୮ ଜୀବନ। ୫୦୯ ଜଣ ଲୋକ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି। ବିଧାନସଭାରେ ଏନେଇ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ବିଧାନସଭାରେ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନର…

ତାଲା ଭାଙ୍ଗି ୪ଟି ମନ୍ଦିରରୁ ସିରିଜ୍ ଲୁଟ୍

ଭଦ୍ରକ: ୨୮ନଂ ୱାର୍ଡ ଗରଦପୁର ଅଞ୍ଚଳର ୪ଟି ମନ୍ଦିରରୁ ଚୋରି ହୋଇଛି। ରାତି ଅଧରେ ମନ୍ଦିରରେ ପଶି କଳାକନା ବୁଲାଇଦେଲେ ଚୋର। ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସୁନା ଅଳଙ୍କାର ଲୁଟିନେଲେ ଲୁଟେରା। ଭଦ୍ରକ ପୌରପାଳିକା ଅନ୍ତର୍ଗତ ୨୮ନମ୍ବର ୱାର୍ଡରେ ଗରଦପୁରର ନୂଆସାହିରେ ଥିବା ୪ଟି ମନ୍ଦିରରୁ…

ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗରେ ଆଜି ଆହ୍ଲାବାଦ ହାଇକୋର୍ଟ କେନ୍ଦ୍ରକୁ ଜବାବ ମାଗିଛନ୍ତି। ଭାରତ ବ୍ୟତୀତ ରାହୁଲ ଗାନ୍ଧି ନିଜ ପାଖରେ ବ୍ରିଟେନର ନାଗରିକତା ରଖିଥିବା ଅଭିଯୋଗ ହୋଇଛି। ତାଙ୍କ ପାଖରେ ଦୁଇଟି ଦେଶର ନାଗରିକତା ରହିଥିବାରୁ ଏହା ବିରୋଧରେ…

ବୁର୍ଲା ଭୀମସାରରୁ ଶିଶୁପୁତ୍ର ଚୋରି ଅଭିଯୋଗ, ପୋଲିସ ତଦନ୍ତ ଆରମ୍ଭ

ସମ୍ବଲପୁର : ବୁର୍ଲା ଭୀମସାରରୁ ଶିଶୁପୁତ୍ର ଚୋରି । ସମ୍ବଲପୁର – ବୁର୍ଲା ଭୀମସାରର ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ନବଜାତ ଶିଶୁପୁତ୍ରକୁ କେହି ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ବୁର୍ଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଛତିଶଗଡ଼ଗର…

ଇସ୍କନ ସାଧୁ ଗିରଫ ଘଟଣା: ବାଂଲାଦେଶକୁ ବଡ଼ କଥା କହିଲା ଭାରତ

ହିନ୍ଦୁ ଧର୍ମର ନେତା ତଥା ଇସ୍କନ ପୁଣ୍ଡରିକ ଧାମର ଅଧ୍ୟକ୍ଷ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ବାଂଲାଦେଶରେ ଗିରଫ କରାଯିବା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତ ସରକାର। ଏଥିସହ ବାଂଲାଦେଶରେ ରହୁଥିବା ସଂଖ୍ୟାଲଘୁ(ହିନ୍ଦୁ)ଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ବୈଦେଶିକ…

ମାର୍ଚ୍ଚ ୭ରେ ମିଳିବ ‘ସୁଭଦ୍ରା’ ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର। କେବେ ‘ସୁଭଦ୍ରା’ ଆବେଦନର ଶେଷ ତାରିଖ ସେନେଇ ଉପମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା। ମାର୍ଚ୍ଚରେ ମିଳିବ ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ଟଙ୍କା। ୨୦୨୫ ମାର୍ଚ୍ଚ ୭ ତାରିଖ ହେଉଛି ସୁଭଦ୍ରା ଆବେଦନର ଡେଡ୍ ଲାଇନ୍। ମାର୍ଚ୍ଚ ୭ ତାରିଖ ଯାଏଁ…

ଲୋହିତ ସାଗରରେ ବୁଡ଼ିଗଲା ପର୍ଯ୍ୟଟନ ଡଙ୍ଗା, ୧୬ ଯାତ୍ରୀ ନିଖୋଜ, ୨୮ ଉଦ୍ଧାର

ଲୋହିତ ସାଗରରେ ବୁଡ଼ିଗଲା ଏକ ଯାତ୍ରୀବାହୀ ପର୍ଯ୍ୟଟନ ଡଙ୍ଗା । ଏହି ଦୁର୍ଘଟଣାରେ ପ୍ରାୟ ୧୬ ଜଣ ଯାତ୍ରୀ ନିଖୋଜ ଥିବା ଇଜିପ୍ଟର ଅଧିକାରୀମାନେ ସୂଚନା ଦେଇଛନ୍ତି । ଗଭର୍ଣ୍ଣର ଅମ୍ର ହନାଫି କହିଛନ୍ତି ଯେ ଉଦ୍ଧାର କର୍ମଚାରୀମାନେ ଉପକୂଳବର୍ତ୍ତୀ ସହର ମାର୍ସା ଆଲାମର ଦକ୍ଷିଣରେ ଡଙ୍ଗାରୁ ୨୮…

ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ

କଟକ: ପାରିବାରିକ କଳହର କରୁଣ ପରିଣତି। ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ। କଟକ ଜିଲ୍ଲା ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଖିରିଖିଆ ଗାଁରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବର୍ଜୁ ବଦରା। ଏହି ଘଟଣାରେ ବଡ଼ ଭାଇକୁ ଅଟକ ରଖିଛି ପୁଲିସ। ବର୍ଜୁ ମଦ ପିଇ ଆସି ନିଜ ସ୍ତ୍ରୀ ସହ…

ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ମୟୂରଭଞ୍ଜ: ନାବାଳିକାକୁ ଦୁଷ୍କର୍ମ କରି ପୋଡି ମାରିଦେବା ମାମଲାରେ ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ। ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ଵତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ବିଚାରପତି ସନ୍ତୋଷ କୁମାର ନାୟକ ରାୟ ଶୁଣାଇଛନ୍ତି। ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ ପୂର୍ବକ…