ଭୂସ୍ଖଳନର ୪ ଦିନ ପରେ ଜୀବନ୍ତ ଉଦ୍ଧାର ହେଲେ ୪ ଜଣ

ୱାୟନାଡ ଭୂସ୍ଖଳନର ଦୁଃଖଦ ପରିସ୍ଥିତି ମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି। ଉଦ୍ଧାରାକୀ ଟିମ୍ ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣେ ମହିଳା ଥିବାବେଳେ ୨ ଜଣ ପୁରୁଷ ଅଛନ୍ତି। ସୂଚନା ଅନୁସାରେ, ଆଜି ଭାରତୀୟ ସେନା ୱାୟନାଡରେ ଉଦ୍ଧାର କରିବା…

ସମସ୍ତଙ୍କୁ ସଚେତନ କରାଯାଉଛି, ଖୁବ୍ ଶୀଘ୍ର ସ୍କୁଲଗୁଡ଼ିକୁ ତାଗିଦ୍ କରାଯିବ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ସ୍କୁଲକୁ ଛାତ୍ରଛାତ୍ରୀ ଦୁଇ ଚକିଆ ଯାନ ନେଇ ଆସିବା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ସଚେତନ କରାଯାଉଛି। ଖୁବ୍ ଶୀଘ୍ର ସ୍କୁଲଗୁଡ଼ିକୁ ତାଗିଦ୍ କରାଯିବ। ଏନେଇ ବିଭାଗୀୟ ଅଧିକାରୀ ଓ ବିଦ୍ୟାଳୟ…

ବନ୍ଧା ହେଲେ ଗୋଲାମୁଣ୍ଡା ବିଡିଓ

ଭବାନୀପାଟଣା: ଲାଞ୍ଚ ନେବା ଭାରି ପଡିଲା । କାଲି ଧରାପଡିଥିଲେ । ଆଉ ଆଜି ବାନ୍ଧିଲା ଭିଜିଲାନ୍ସ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ । ଗୁରୁବାର ଅର୍ଥାତ୍ ଗତକାଲି ଅପରାହ୍ଣରେ ପ୍ରାୟ ୫ ଲକ୍ଷ ନଗଦ ଟଙ୍କା ସହ…

ରାହୁଲ ଗାନ୍ଧୀଙ୍କ ଉପରେ ହୋଇପାରେ ଆକ୍ରମଣ: ସଞ୍ଜୟ ରାଉତ

ମୁମ୍ବାଇ: ଶିବସେନା ସାଂସଦ ସଞ୍ଜୟ ରାଉତ ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ସାଂସଦ ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କରାଯାଇପାରେ। ରାଉତ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏବଂ ଇଣ୍ଡିଆ ମେଣ୍ଟର ସଦସ୍ୟଙ୍କ…

ରାଜନଗରରେ ବ୍ୟାପୁଛି ଝାଡାବାନ୍ତି, ଦୁଇ ଶ୍ରମିକ ମୃତ

ରାଜନଗର: ରାଜନଗରରେ ଝାଡାବାନ୍ତିରେ ଦୁଇ ଶ୍ରମିକ ମୃତ । ମୃତକ ହେଲେ ବାରିପଦା ବାହାଦୁରପୁର ଗାଁର ସରସ୍ଵତୀ କାଳନ୍ଦୀ ଓ ମୟୁରଭଞ୍ଜ କେନ୍ଦୁଛାଟିଆ ଗାଁର ଅଜିତ୍ ଦେହୁରୀ । ଉଭୟ ଚାଷ କାର୍ଯ୍ୟ କରିବା ପାଇଁ କେନ୍ଦ୍ରପଡ଼ା ଜିଲ୍ଲା ରାଜନଗର ବ୍ଲକର ମାଣପଡ଼ା ଓ ବେଲପାଳ ଗାଁକୁ ଯାଇଥିଲେ ।…

ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ: ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଆସନ୍ତାକାଲି ଯାଏଁ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏ ସମ୍ପର୍କରେ ସୂଚନା…

ୱାୟନାଡରେ ପ୍ରକୃତିର ତାଣ୍ଡବ; ମୃତ୍ୟୁସଂଖ୍ୟା ୩୦୦ ଟପିଲା

କେରଳର ୱାୟନାଡରେ ତାଣ୍ଡବ ରଚିଛି ପ୍ରକୃତି। ବନ୍ୟା ଓ ଭୂସ୍ଖଳନ ଚାଲି ଯାଇଛି ସତ, ହେଲେ ଛାଡ଼ିଯାଇଛି ପ୍ରଳୟର ଛାପ। ଯେଉଁଠି ଖୋଜିଲେ, ସେଇଠୁ ମିଳୁଛି ଶବ। ସଦ୍ୟତନ ରିପୋର୍ଟ ଅନୁସାରେ, ମୃତ୍ୟୁସଂଖ୍ୟା ୩୦୦ ପାର୍ ହୋଇଛି। ସୂଚନା ଅନୁସାରେ, ୱାୟନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୦୮ରେ…

ଜାପାନ ଭଳି ରୂପ ନେବ ରାଜଧାନୀ ଭୁବନେଶ୍ୱର, ବିଏମସିର ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ସବୁଜ ବଳୟରେ ଶୋଭା ପାଇବ ରାଜଧାନୀ । ମିଆୱାକି ଭଳି ରୂପରେଖ ହେବ ରାଜଧାନୀ ଭୁବନେଶ୍ୱରର । ଏନେଇ ବିଏମସି ତାର ପ୍ରକ୍ରିୟା ଆରମ୍ଭ କରି ସାରିଛି । ଜାପାନ ଭଳି ଖାଲି ସ୍ଥାନରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବ ଭୁବନେଶ୍ୱର ମହାନଗର ନିଗମ । ସହରର ପ୍ରାୟ ୩୦ଟି ସ୍ଥାନ ଚିହ୍ନଟ…

ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ବାଲେଶ୍ୱର: ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ(SE) ପ୍ରଭାସ ପ୍ରଧାନଙ୍କ ଅଫିସ ଓ ଘରେ ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ। ବାଲେଶ୍ୱରର ୭ଟି ସ୍ଥାନରେ ଭିଜିଲାନ୍ସର ଏକକାଳୀନ ଚଢ଼ାଉ ଜାରି ରହିଛି। ତେବେ ଏହି ଚଢାଉରେ ଏକାଧିକ ଅଫିସର ସାମିଲ ଅଛନ୍ତି।…

ଆସନ୍ତା ୪ ରେ କନ୍ଧମାଳ ମିଡିଆ ଫୋରମର ନିର୍ବାଚନ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ପଞ୍ଜୀକୃତ କନ୍ଧମାଳ ମିଡିଆ ଫୋରମର ନିର୍ବାଚନ ଚଳିତ ମାସ ୪ ତାରିଖରେ ଜିଲ୍ଲା ପ୍ରେସ କ୍ଲବ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ସଂଘର ବରିଷ୍ଠ ଉପଦେଷ୍ଟା ଗୋପାଳ କୃଷ୍ଣ ପଟ୍ଟନାୟକ ସୂଚନା ଦେଇଛନ୍ତି l ପ୍ରକାଶ ଥାଉ କି ଗତ ମାସ ୨୩ ତାରିଖରେ କନ୍ଧମାଳ ଜିଲ୍ଲା…