ରାସ୍ତାରେ ଯିବା ବେଳେ ମହିଳାଙ୍କୁ କଚାଡ଼ି ଦେଲା ହାତୀ

ଦେବଗଡ଼ : ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହାତ ହୋଇଛି। ଗୁରୁତର ମହିଳା ଜଣଙ୍କ ହେଲେ ମନ୍ଦାକିନୀ ବେହେରା। ଘଟଣାଟି ହେଉଛି ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ ସିଆରିମାଳିଆ ଗାଁରେ।ଆଜି ସକାଳେ ସିଆରିମାଳିଆ ଗାଁରେ ୧୧ ଟିକିଆ ହାତୀ ପଲ ପଶି ଯାଇଥିଲେ। ସେଇ ରାସ୍ତା ଦେଇ ମନ୍ଦାକିନୀ…

ଶପଥ ନେଲେ ପ୍ରେମ ସିଂହ ତମାଙ୍ଗ, କ୍ରମାଗତ ଦ୍ୱିତୀୟ ଥର ପାଇଁ ହେଲେ ମୁଖ୍ୟମନ୍ତ୍ରୀ

ଗାଙ୍ଗଟକ : ସିକ୍କିମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପ୍ରେମ ସିଂହ ତମାଙ୍ଗ। ଆଜି ସିକ୍କିମର ପାଲଜୋର ଷ୍ଟାଡିୟମରେ ଆୟୋଜିତ ସମାରୋହରେ ଶପଥ ଗ୍ରହଣ କରିଛନ୍ତି ତମାଙ୍ଗ। ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।ଏହି ଶପଥ ଗ୍ରହଣ ସହ ସିକ୍କିମ…

କାୟା ମେଲାଇଲାଣି ଡେଙ୍ଗୁ, ୨୩୫ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କାୟା ମେଲାଇଲାଣି ଡେଙ୍ଗୁ। ଚଳିତ ବର୍ଷ ରାଜ୍ୟରେ ଚିହ୍ନଟ ହେଲେଣି ୨୩୫ ଜଣ ଡେଙ୍ଗୁ ରୋଗୀ। ସେଥିମଧ୍ୟରୁ ଗତକାଲି ଆସିଛି ୩ଟି କେସ୍‌। ପୁରୀରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱରରୁ ଜଣେ ଚିହ୍ନଟ ହୋଇଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର…

ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଭକ୍ତ ଦାସ

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଦଳ ଛାଡ଼ିଥିବା କାରଣ ଦର୍ଶାଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖିଛନ୍ତି। ସେ ନିଜକୁ ଦଳର…

୧୨ ତାରିଖ ଅପରାହ୍ଣ ୪ଟା ୪୫ ମିନିଟରେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ: ଯୋଗ ଦେବେ ପ୍ରଧାନମନ୍ତ୍ରୀ…

ଭୁବନେଶ୍ବର: ବୁଧବାର (ଜୁନ୍ ୧୨ ତାରିଖ) ଅପରାହ୍ଣ ୪ଟା ୪୫ ମିନିଟ ସମୟରେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ଏନେଇ ପୁଲିସ କମିସନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।ତାଙ୍କ ସୂଚନା ଅନୁଯାୟୀ,…

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ବହୁ ପଡୋଶୀ ଦେଶର ନେତା ଆସିଥିଲେ କିନ୍ତୁ ସର୍ବାଧିକ ଆଲୋଚନା ହେଉଥିବା ବ୍ୟକ୍ତି ହେଉଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ। ଶପଥ ଗ୍ରହଣ ସମାରୋହ ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ରାତ୍ରଭୋଜନ ଟେବୁଲରେ…

ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକ ସାରଙ୍ଗଗଡ଼ ପଞ୍ଚାୟତର ୧୬ ନମ୍ବର ୱାର୍ଡ଼ ପାଇବରସାହି ଗ୍ରାମରେ ଜଳଯନ୍ତ୍ରଣା ଦେଖାଦେଇଛି। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୬ କିଲୋମିଟର ଦୂରରେ ଥିବା ଏହି ଗାଁର ଜନସଂଖ୍ୟା ୨୦୦ରୁ ଊର୍ଦ୍ଧ, ଗ୍ରାମରେ ଏକମାତ୍ର…

ଛାତ୍ରଛାତ୍ରୀଙ୍କୁ ରାହୁଲ କହିଲେ, ‘ମୁଁ ସଂସଦରେ ଆପଣଙ୍କ ସ୍ୱର ହେବି’!

ନୂଆଦିଲ୍ଲୀ: ନିଟ-ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷା ବିବାଦକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ରବିବାର ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ପରୀକ୍ଷାରେ ଅନିୟମିତତା ଯୋଗୁଁ ୨୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସେ ତୃତୀୟ ଥର…

ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ, ୧୦ ଜଣଙ୍କର ମୃତ୍ୟୁ: ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ

ଶ୍ରୀନଗର: ରବିବାର ଦିନ ଜମ୍ମୁକଶ୍ମୀରରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଘାଟି ତଳକୁ ଖସିପଡିଛି | ଜମ୍ମୁକାଶ୍ମୀରର ରିୟାସି ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଛି | ପ୍ରାରମ୍ଭିକ ଖବର ଅନୁଯାୟୀ, ଆତଙ୍କବାଦୀମାନେ ବସ୍ ଉପରେ ଗୁଳି ଚଳାଇଥିଲେ, ପରେ ବସ୍ ଦୁର୍ଘଟଣାର…

ନୂଆପଡ଼ା ଜିଲ୍ଲାରେ ପିଆଜ ଗୋଦାମ ପାଲଟିଛି ଗୁହାଳ, ଚାଷୀ ପାଉନି ଉଚିତ ମୂଲ୍ୟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପିଆଜର ଅଭାବୀ ବିକ୍ରି ଚାଲିଛି। ଏପଟେ ଚାଷୀ ପିଆଜ ଚାଷ ପାଇଁ ଗୁରୁତ୍ବ ଦେଇ ଜୋର୍‌ସୋର୍‌ରେ ପିଆଜ ଅମଳ କରିଚି। ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ପିଆଜ ପାଇଁ ସଂରକ୍ଷଣ ବ୍ୟବସ୍ଥା ଯେଉଁ ପରିମାଣରେ ହେବା କଥା ହୋଇ ନାହିଁ। ଜିଲ୍ଲାରେ ୨୦୨୩-୨୪ରେ ୧୫ଟି ପିଆଜ…