ପୁଣେ ପୋର୍ସେ ଦୁର୍ଘଟଣା; ମଦ ପିଇ ଡ୍ରାଇଭିଂ କରୁଥିଲି କହିଲେ ଅଭିଯୁକ୍ତ ନାବାଳକ

ପୁନେ : ପୁଣେ ପୋର୍ସେ କାର୍ ଦୁର୍ଘଟଣା ଘଟାଇଥିବା ନାବାଳକ ପୁଲିସ ଆଗରେ ସତ ମାନିଛନ୍ତି। ଦୁର୍ଘଟଣା ରାତିରେ ସେ ଅତ୍ୟଧିକ ମଦ ପିଇ ଡ୍ରାଇଭିଂ କରୁଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି। ନାବାଳକଙ୍କ ଦୋଷ ଲୁଚାଇବା ପାଇଁ ପରିବାର ବର୍ଗ ଏକାଧିକ ମିଛ କହୁଥିବା ବେଳେ ପୁଲିସକୁ ସତ କହିଛନ୍ତି…

ଆତ୍ମସମର୍ପଣ କଲେ କେଜ୍ରିୱାଲ, କହିଲେ ଜେଲରୁ ଥାଇ ଦଳ କଥା ବୁଝିବି

ନୂଆଦିଲ୍ଲୀ : ଅନ୍ତରୀଣ ଜାମିନ କଣ୍ଟ ପୂରିବା ପରେ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି କେଜ୍ରିୱାଲ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଜେଲ ନିୟମ…

ବରିଷ୍ଟ କ୍ୟାମେରା ମ୍ୟାନଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର : ଅଞ୍ଚଳରେ ଶୋକର ଛାୟା

ମାଲକାନଗିରି,୨।୬ ମାଲକାନଗିରି ଜିଲ୍ଲାର ବରିଷ୍ଟ କ୍ୟାମେରା ମ୍ୟାନ ଭିକି ଶଗଡିଆଙ୍କ ଝୁଲନ୍ତା ମୃତଦେହ ତାଙ୍କ ନିଜ ବାସଭବନରୁ ଉଦ୍ଧାର ହୋଇଛି । ଯାହାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସୂଚନା ଅନୁଯାୟୀ ମାଲକାନଗିଇର ଜିଲ୍ଲାରେ ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ବିଭିନ୍ନ…

ଏକଜିଟ ପୋଲ: ଜଗନଙ୍କ ଠାରୁ ଆନ୍ଧ୍ର ପ୍ରଦେଶ ଛଡ଼ାଇ ଆଣିବ ଏନଡିଏ

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଏନଡିଏକୁ ମିଳିବ ବିପୁଳ ଜନମତ। ଗାଦିଚ୍ୟୁତ ହେବେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ଜଗନ ରେଡ୍ଡୀଙ୍କ ୱାଇଏସ୍ଆର କଂଗ୍ରେସକୁ ଲାଗିବ ଜୋରଦାର ଝଟକା। ଇଣ୍ଡିଆ ଟୁଡେ ଆକ୍ସିସ୍ ମାଇଁ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ ସର୍ଭେରେ…

ଶିକ୍ଷୟିତ୍ରୀଙ୍କୁ ହତ୍ୟା ଘଟଣାରେ ସ୍ୱାମୀ ଗିରଫ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତିପୁର ଗାଁରେ ଶିକ୍ଷୟିତ୍ରୀ ପଦ୍ମିନୀ ପ୍ରଧାନଙ୍କୁ ଶୁକ୍ରବାର କରାଯାଇଥିବା ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ୍‌।ଆଜି ପୁଲିସ ପଦ୍ମିନୀଙ୍କ ସ୍ୱାମୀ ତପନ ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶିକ୍ଷୟିତ୍ରୀ…

କଂଗ୍ରେସ ନେତା ଜୟରାମ ରମେଶଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: କଂଗ୍ରେସ ନେତା ଜୟରାମ ରମେଶଙ୍କ ସମସ୍ୟା ବର୍ତ୍ତମାନ ବଢିପାରେ କାରଣ ନିର୍ବାଚନ ଆୟୋଗ ତାଙ୍କୁ ନୋଟିସ ଜାରି କରିଛନ୍ତି | ଜୁନ୍ ୧ରେ ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଥିଲେ ଯେ ଅମିତ ଶାହା ୧୫୦ ଜଣ କଲେକ୍ଟରଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କୁ ଧମକ ମଧ୍ୟ…

ପୁରୀ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ୧୭ ଆକ୍ରାନ୍ତଙ୍କ ଚିକିତ୍ସା ଜାରି

ଭୁବନେଶ୍ବର/ପୁରୀ: ବହୁଚର୍ଚ୍ଚିତ ପୁରୀ ନରେନ୍ଦ୍ର ପୋଖରୀ ନିକଟରେ ଗତ ବୁଧବାର ଦିନ ରାତି ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ଆଜି ପୁଣି ୨ ଜଣଙ୍କର ମୃତ୍ୟୁ ଘଟିଛି।ଏଥି ସହିତ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୧୭ ଜଣ ବିଭିନ୍ନ ହସ୍ପିଟାଲରେ…

ବୁଥ୍‌ ବାହୁଡ଼ା ମତ: ଓଡ଼ିଶାରେ ବିଜେଡି-ବିଜେପି କଡ଼ା ମୁକାବିଲା

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଶନିବାର ଶେଷ ହୋଇଛି। ଆସନ୍ତା ୪ ତାରିଖରେ ଏହାର ଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମର ସହାୟତାରେ ସର୍ଭେ ସଂସ୍ଥାଗୁଡ଼ିକ ବୁଥ୍‌ ବାହୁଡ଼ା ମତ ପ୍ରକାଶ କରିଛନ୍ତି। ଏଥର ଓଡ଼ିଶା ବିଧାନସଭା…

ପୁଣି ନିର୍ବାଚନରେ ହାରିଲେ ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁତିଆ

ଗ୍ୟାଙ୍ଗଟକ୍: ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁଟିଆଙ୍କୁ ପୁଣି ଥରେ ନିର୍ବାଚନୀ ରାଜନୀତିରେ ପରାଜୟର ସ୍ୱାଦ ଚାଖିବାକୁ ପଡିଛି । ରବିବାର ସରକାରୀ ତଥ୍ୟ ଅନୁଯାୟୀ, ସେ ସିକ୍କିମର ବାରଫଙ୍ଗ ଆସନରେ ଶାସକ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାର ରିକ୍ଷଲ ଦୋର୍ଜୀ ଭୁଟିଆଙ୍କଠାରୁ…

ନିର୍ବାଚନ ଫଳାଫଳ ପରେ ବି ୧୫ ଦିନ ଯାଏଁ ଏହି ଦୁଇ ରାଜ୍ୟରେ ମୁତୟନ ରହିବେ କେନ୍ଦ୍ରୀୟ ସୁରକ୍ଷା ବାହିନୀ

ନୂଆଦିଲ୍ଲୀ: ନିର୍ବାଚନ ପରବର୍ତ୍ତୀ ହିଂସା ଏବଂ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ପରେ, ନିର୍ବାଚନ ଆୟୋଗ ଭୋଟ୍ ଗଣନା ପରେ ମଧ୍ୟ ପନ୍ଦର ଦିନ ପାଇଁ ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରେ କେନ୍ଦ୍ରୀୟ ବାହିନୀ ନିୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ମନ୍ତ୍ରଣାଳୟକୁ ଆୟୋଗ ଏହି ନିର୍ଦ୍ଦେଶ…