କଟକରେ ଅମିତ ଶାହଙ୍କ ରୋଡ଼ ଶୋ

ଭୁବନେଶ୍ବର/କଟକ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ସନ୍ଧ୍ୟାରେ ଐତିହାସିକ କଟକ ସହରରେ ରୋଡ ସୋ’ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏହି ରୋଡ୍‌ ଶୋ’ ମୁଖ୍ୟ ରାସ୍ତାରେ ନୁହେଁ, ବରଂ ଗଳିକନ୍ଦିରେ ଆୟୋଜନ ହୋଇଛି। ଗୋପବନ୍ଧୁ ବାଗ ଠାରୁ ଆରମ୍ଭ ହୋଇ ବକ୍ସିବଜାର, ତିନିକୋଣିଆ…

ଜିଲ୍ଲାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବ୍ୟବହୃତ ହେବ ୧୧୪୩ ବୁଥ୍ ର ଓ୍ବେବକାଷ୍ଟିଂ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୦ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି । ଅବାଧ, ମୁକ୍ତ ଓ ନିରପେକ୍ଷ ମତଦାନ ଯେପରି ହେବ ସେଥି ସକାଶେ ସଦାସର୍ବଦା ପ୍ରୟାସ ଚାଲୁ ରହିଛି । ୧୯-ଆସ୍କା ଲୋକସଭା ସହିତ ସମସ୍ତ ୮ ଗୋଟି ବିଧାନସଭାର ନିର୍ବାଚନ ନିମନ୍ତେ…

ବିଜେଡି ନେତା ରାଧାମୋହନଙ୍କ ସାଂସଦ ଓ ବିଧାୟକଙ୍କ ପାଇଁ ଭୋଟ ଭିକ୍ଷା

ଫୁଲବାଣୀ: ବିଜେଡି ସାଂସଦ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ ଓ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ଜୟଶ୍ରୀ କହଁରଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇଜୟଯୁକ୍ତ କରିବା ପାଇଁ ନିକଟରେ ବିଜେଡିରେ ଯୋଗ ଦେଇଥିବା ସମାଜସେବୀ, ତଥା ସଂଗଠକ, ରାଧା ମୋହନ…

ସିବିଏସଇ ପରୀକ୍ଷାରେ ୯୭% ରଖି ଫୁଲବାଣୀ ଟପର ପ୍ରିୟଦର୍ଶିନୀ

ଫୁଲବାଣୀ : ଦିନକୁ ଦଶ ରୁ ବାର ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ବଳରେ ସିବିଏସଇ ପରୀକ୍ଷାରେ ପବ୍ଲିକ ସ୍କୁଲ ଫୁଲବାଣୀର ଛାତ୍ରୀ ପ୍ରିୟଦର୍ଶିନୀ ବେହେରା ୯୭% ରଖି ବିଦ୍ୟାଳୟ ସହିତ ଜିଲ୍ଲାରେ ଟପର ହୋଇଛନ୍ତି l କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାର ନାରାୟଣୀ ରୋଡ ନିକଟସ୍ଥ ସିବିଏସର ପ୍ଲବିକ…

ବଲାଙ୍ଗିରରେ ବିଜେପି ଉପରେ ଗର୍ଜିଲେ; ବିଜେଡି ନାଁ ଧରିଲେନି

ବଲାଙ୍ଗିର : ନିର୍ବାଚନ ପ୍ରଚାର ନିମନ୍ତେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ବଲାଙ୍ଗିରର କୋଶଳ କଳାମଣ୍ଡଳରେ ଜନ ଆଶୀର୍ବାଦ ସଭାରେ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧି। ହେଲେ ରାଜ୍ୟ ସରକାର ବା ମୁଖ୍ୟମନ୍ତ୍ରୀ କି ବିଜେଡି ବିରୋଧରେ ପଦେ ବି କହିନାହାନ୍ତି। ଏପରିକି ମୁଖ୍ୟମନ୍ତ୍ରୀ…

ଓଡ଼ିଶାରେ ବିଜେପି ସରକାର ଆସିଲେ ରୋଜଗାର ପାଇଁ ଲୋକଙ୍କୁ ବାହାରକୁ ଯିବାକୁ ପଡ଼ିବନି: ଶାହ

ଭୁବନେଶ୍ବର/ସୋରଡ଼ା: ଓଡ଼ିଶାରେ ରୋଜଗାର ଅଭାବ କାରଣରୁ ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟରେ ବିଜେପି ସରକାର ଆସିଲେ ରୋଜଗାର ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଗଂଜାମ ଜିଲ୍ଲା ସୋରଡ଼ାରେ ‘ବିଜୟ ସଂକଳ୍ପ ସମାବେଶ’ରେ ଜୋର ଦେଇ ଏହା…

ଭୁବନେଶ୍ୱରରେ ଜେ.ପି. ନଡ୍ଡା

ଭୁବନେଶ୍ବର:ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସାରିଛନ୍ତି ନଡ୍ଡା। ରାତି ୭ଟା ୫୦ ମିନିଟରେ ଭୁବନେଶ୍ୱରର ଏକ ହୋଟେଲରେ ବିଜେପି ମହିଳା କାର୍ଯ୍ୟକର୍ତ୍ତା ମାନଙ୍କ ସହ ନଡ୍ଡାଙ୍କ ବୈଠକ ରହିଛି।ରାଜ୍ୟ ବିଜେପି ତାର ନିର୍ବାଚନୀ…

ନବୀନ ବାବୁ ବ୍ୟାଗ୍‌ରେ ଷ୍ଟିକର ମାରି ନିଜେ ଚାଉଳ ଦେଉଛନ୍ତି ବୋଲି କହୁଛନ୍ତି: ଶାହ

ଭୁବନେଶ୍ବର: ଗରିବଙ୍କୁ ଚାଉଳ ଦେବା ପ୍ରସଙ୍ଗ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଗଂଜାମ ଜିଲ୍ଲା ଆସିକା ଲୋକସଭା ଅଧୀନ ସୋରଡ଼ାରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବିଜୟ ସଂପର୍କ ସମାବେଶରୁ ନବୀନଙ୍କୁ ସିଧା ନିଶାନା କରିଛନ୍ତି। ସେ କହିଛନ୍ତି, ଗରିବ…

ଭୋଟରଙ୍କ ସୁବିଧା ପାଇଁ ଉନ୍ମୋଚିତ ହୋଇଛି ‘ମୋ ବୁଥ୍ ଆପ୍’

ଭୁବନେଶ୍ବର: ଭୋଟରଙ୍କ ସୁବିଧା ପାଇଁ ଉନ୍ମୋଚିତ ହୋଇଛି ‘ମୋ ବୁଥ୍ ଆପ୍’। ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏହାକୁ ଉନ୍ମୋଚନ କରିଛନ୍ତି।ସହରାଞ୍ଚଳ ଭୋଟରଙ୍କୁ ସଚେତନ କରାଯିବା ଉଦ୍ଦେଶ୍ୟରେ ’ମୋ ବୁଥ୍ ଆପ୍’ ଗଠନ କରାଯାଇଛି। ଏହି ଆପ୍ ଓ ୱେବସାଇଟ ମାଧ୍ୟମରେ ବୁଥ୍…

ଆସନ୍ତା ଜୁଲାଇରୁ ବିଜେଡି ସରକାର ମାଗଣା ବିଜୁଳି ଦେବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଜେଡି ସରକାର ମାଗଣା ବିଜୁଳି ଦେବେ। ଆସନ୍ତା ଜୁଲାଇ ମାସ ଠାରୁ ବିଜୁଳି ମାଗଣାରେ ମିଳିବ ‌ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏକ ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରିୟ ଭାଇ ଓ ଭଉଣୀ ମାନେ। ଆପଣ ମାନକୁ ଜୁହାର। ଏତେ ଦୂରରୁ ଆପଣ ମାନେ…