ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡ କୁ ସ୍କଚ୍‌-୨୦୨୩ ପୁରସ୍କାର

ଭୁବନେଶ୍ୱର: ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ୍‌-୨୦୨୩ ପୁରସ୍କାର ମିଳିଛି I କୃଷିରେ ରୌପ୍ୟ ବର୍ଗରେ ଇ-ନାମ୍ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି I ଓଡିଶା ସରକାରଙ୍କ ସମବାୟ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡ (ଓଏସ୍ଏଏମ୍

ଉଦ୍ଧାର ହେଲା ନିଖୋଜ କାଉଡିଆଙ୍କ ମୃତଦେହ

ଜଗତସିଂହପୁର : ଉଦ୍ଧାର ହେଲା ନିଖୋଜ କାଉଡିଆଙ୍କ ମୃତଦେହ। ମୃତକ ତିର୍ତ୍ତୋଲ ବିଦ୍ୟାଧରପୁରର ରମେଶ ପ୍ରଧାନଙ୍କ ପୁଅ ଭୋଳା ପ୍ରଧାନ । ମହାଦେବଙ୍କୁ ଜଳଲାଗି କରିବାକୁ ନଦୀରୁ ପାଣି ଉଠାଉଥିବା ବେଳେ ବୁଡି ଯାଇଥିଲେ । ଗତକାଲି ଦେବୀ ନଦୀ କେତକେଶ୍ୱର ଘାଟରୁ ପାଣି ଉଠାଉଥିବା ବେଳେ ୫ଜଣ

ହାଇସ୍କୁଲ ମିଶ୍ରଣ ପ୍ରସଙ୍ଗ: ଧାରଣାରେ ୟୁନିଟ୍ ୯ ବାଳିକା ବିଦ୍ୟାଳୟ ଛାତ୍ରୀ ଓ ଅଭିଭାବକ

ଭୁବନେଶ୍ଵର: ଆମ ସ୍କୁଲ ଏଠାରୁ ଉଠିବ ନାହିଁ। ଆମ ସ୍କୁଲ ଅନ୍ୟ କାହା ସହ ମିଶ୍ରଣ ହେବ ନାହିଁ। ଏପରି ଦାବି କରି ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟ ଛାତ୍ରୀ ଓ ଅଭିଭାବକ। ଆନ୍ଦୋଳନ ବସିବା ସମୟରେ କିଛି ଛାତ୍ରୀ ଚେତାଶୂନ

ଆସନ୍ତାକାଲି ବିଜେଡିର ସଂସଦୀୟ ବୈଠକ

ଭୁବନେଶ୍ୱର : ସଂସଦରେ କ’ଣ ରହିବ ବିଜେଡିର ଆଭିମୁଖ୍ୟ । ଆସନ୍ତାକାଲି ବିଜେଡିର ସଂସଦୀୟ ବୈଠକରେ ହେବ ନିଷ୍ପତ୍ତି । ନବୀନ ନିବାସରେ କାଲି ସଂଧ୍ୟାରେ ବସିବ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ସଂସଦ ଅଧିବେଶନରେ କେଉଁ କେଉଁ ପ୍ରସଙ୍ଗ ଦଳ ଉଠାଇବ, ତାହା

ହୀରାକୁଦ ଜଳଭଣ୍ଡାରରେ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୯୦ ହଜାର ୧୨୧ କ୍ୟୁସେକ ବନ୍ୟାଜଳ

ସମ୍ବଲପୁର : ଉପରମୁଣ୍ଡରେ ଲଗାଣ ବର୍ଷାରେ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୯୦ ହଜାର ୧୨୧ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୩୯ହଜାର ହଜାର କ୍ୟୁସେକ ଜଳ। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୦୭ ଫୁଟ।

ଆଜିଠୁ ଅନିର୍ଦ୍ଦିଷ୍ଟକାଳ ଯାଏ ୟୁନିଟ୍‌ ୨ ମାର୍କେଟ୍‌ ବିଲ୍ଡିଂ ବନ୍ଦ

ଭୁବନେଶ୍ବର: ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀଙ୍କ ବିବାଦର ସମାଧାନ ହେଲାନି । ଶେଷରେ ବ୍ୟବସାୟୀ ସଂଘ ପକ୍ଷରୁ ଆଜି ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂକୁ ଅନିର୍ଦ୍ଦିଷ୍ଟକାଳ ଯାଏ ବନ୍ଦ କରିଦିଆଯାଇଛି । ପ୍ରତିବାଦରେ ଆଜିଠୁ ୧୬୫ ବ୍ୟବସାୟୀ ଧାରଣାରେ ବସିବେ ବୋଲି ପ୍ରକାଶ କରିଛନ୍ତି ।

କମିଶନରେଟ୍ ପୋଲିସର ବ୍ଲକିଂ ଚେକିଂ ସହ ମଦ୍ୟପ ଖଟିରେ ଚଢଉ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୋଲିସର ଚାଲିଛି ସେଫ୍ ସିଟି ଡ୍ରାଇଭ୍ ସଙ୍ଗକୁ ମଦ୍ୟପ ଖଟିରେ ଚଢଉ। ବଢାଇଛି ନାଇଟ୍ ପାଟ୍ରୋଲିଂ। ବିଭିନ୍ନ ଛକରେ ଚେକିଂ ଓ ବ୍ଲକିଂ କରାଯାଉଥିବା ବେଳେ ମଦ୍ୟପ ଖଟିମାନଙ୍କରେ ଜୋରଦାର ଚଢଉ କରାଯାଉଛି। ରବିବାର ସନ୍ଧ୍ୟାରେ କ୍ୟାପିଟାଲ,

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଭୁଜାଲି ମାଡ

ବାରିପଦା-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଭୁଜାଲି ମାଡ ହୋଇଛି। ଘଟଣା ଖୁଣ୍ଟା ଥାନା ଅନ୍ତର୍ଗତ ଡୁକୁରା ଛକରେ ଘଟିଛି। ସୂଚନା ଅନୁଯାୟୀ, ବଡସାହି ଥାନା ଅନ୍ତର୍ଗତ ଖାନୁଆ ଗ୍ରାମର ଦୋଳଗୋବିନ୍ଦ ବେହେରାଙ୍କୁ ରବିବାର ସନ୍ଧ୍ୟା ସମୟରେ ଖୁଣ୍ଟା ଥାନା ଅନ୍ତର୍ଗତ ଡୁକୁରା ଛକ ଠାରେ

ଭାରସାମ୍ୟ ହରାଇ ଡିଭାଈଡରକୁ ପିଟିହେଲା ବାଇକ୍‌, ୪ ଗୁରୁତର

ହିଞ୍ଜିଳିକାଟୁ ୧୭।୭ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜୁପଟ୍ଟନାୟକ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଡିଭାଇଡର କୁ ପଟିହୋଇଛି ବାଇକ। ଫଳରେ ୪ଜଣ ବାଇକ ଆରୋହୀ ଙ୍କ ମଧ୍ୟରୁ ୩ ଗୁରୁତର ହୋଇଛନ୍ତି। ୪ ଜଣ ହେଲେ ରାମଚନ୍ଦ୍ରପୁର ଗ୍ରାମର ତୋଫାନ ଦାଶ ୨୩ ,

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ସ୍ଥିତ ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଈଛି, ସର୍ବଭାରତୀୟ ସ୍ବେଛାସେବୀ ଅନୁଷ୍ଠାନ ସାମାଜିକ ସୂଚନା ନୂଆଦିଲ୍ଲୀ ଏହାକୁ ପରିଚାଳନା କରିଥିଲେ l